୭ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୪,୨୪୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୪୨୫ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୪,୦୧୫ରେ ପହଞ୍ଚତ୍ଥିବାବେଳେ ୨୦,୧୦୦ ଜଣଙ୍କ ଜୀବନ ଗଲାଣି। କ୍ରମାଗତ ୪ ଦିନ ହେଲା ଦୈନିକ ୨୦ ହଜାରରୁ ଅଧିକ ନୂଆ ପଜିଟିଭ୍‌ ବାହାରୁଛନ୍ତି। ସଂକ୍ରମଣରେ ଭାରତ ରବିବାର ରୁଷିଆକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚତ୍ଥିଲା।
ସୁସ୍ଥ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଦେଶରେ ୪,୨୪,୪୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବିଭିନ୍ନ ହସ୍ପିଟାଲରେ ୨,୫୩,୨୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନନ୍ତି। ଦେଶରେ କୋଭିଡ୍‌-୧୯ ଆରୋଗ୍ୟ ହାର ୬୦.୮୫ ପ୍ରତିଶତ ରହିଛି। ସୋମବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ କୋଟିଏରୁ ଊର୍ଦ୍ଧ୍ୱ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି। ରବିବାର ୧,୮୦,୫୯୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ଏହାକୁ ମିଶାଇ ମୋଟ ୧,୦୦,୦୪,୧୦୧ ଜଣଙ୍କର କୋଭିଡ୍‌ ପରୀକ୍ଷା ହେଲାଣି ବୋଲି ଆଇସିଏମ୍‌ଆର୍‌ର ବୈଜ୍ଞାନିକ ତଥା ଗଣମାଧ୍ୟମ ସଂଯୋଜକ ଡ. ଲୋକେଶ ଶର୍ମା କହିଛନ୍ତି। ଦେଶରେ ମୋଟ ୭୮୮ ସରକାରୀ ଓ ୩୧୭ ଘରୋଇ ଲାବରେଟୋରିରେ ପରୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ କରୋନା ନେଲାଣି ୩୭୩ ଭାରତୀୟ ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ, ୨୧।୯: ବିଦେଶରେ ରହୁଥିବା ୧୧ ହଜାର ୬୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣଙ୍କ...

ହସ୍ପିଟାଲ ଖାଲି ନାହିଁ, ଏବେ ହୋଟେଲ ଭରସା: ଦିନକୁ ଭଡ଼ା ୪ ହଜାର…

ମୁମ୍ବାଇ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଅବସ୍ଥା ଅଧିକ ସଙ୍କଟ ଜନକ ରହିଛି। ମୁମ୍ବାଇରେ ଥିବା...

କରୋନା ପରବର୍ତ୍ତୀ ସ୍ଥିତି ବିଶ୍ୱ ଅର୍ଥନୀତି ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ- ୟୁରୋପ ସଂଘ(ଇୟୁ) ସମିଟ୍‌କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଅର୍ଥନୀତି ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ...

ଆଦାନୀ ପାଓ୍ବାର ୨୦୧୭ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ନୂଆଦିଲ୍ଲୀ,୨ା୨: ଆଦାନୀ ପାଓ୍ବାର ଲିମିଟେଡ୍‌ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ କିଣିବା ପାଇଁ ସ୍ବାକ୍ଷରିତ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ...

ବଡ଼ ଘୋଷଣା କଲେ କେଜ୍‌ରିଓ୍ବାଲ୍‌

ଆଯୋଧ୍ୟା,୨୬।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସଭାପତି ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଅଯୋଧ୍ୟା ଗସ୍ତରେ ଅଛନ୍ତି। କେଜ୍‌ରିଓ୍ବାଲ୍‌ ମଙ୍ଗଳବାର ସକାଳେ ହନୁମାନଗଢି ଏବଂ...

ଭାରତରେ ପ୍ରଥମ ବିରଳ ବ୍ଲଡ୍‌ଗ୍ରୁପ୍‌

ଅହମ୍ମଦାବାଦ, ୧୫ା୭:ଗୁଜରାଟର ରାଜକୋଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଶରୀରରେ ଏକ ପ୍ରକାର ବିରଳ ବ୍ଲଡ୍‌ଗ୍ରୁପ୍‌ ଚିହ୍ନଟ ହୋଇଛି। ଏହା ‘ଇଏମ୍‌ଏମ୍‌ ନେଗେଟିଭ୍‌’ ଭାବେ ଜଣା।...

ହୋଟେଲ ଗଲେ ଶିବସେନା ବିଧାୟକ

ନୂଆଦିଲ୍ଲୀ,୭।୬ : ମହାରାଷ୍ଟ୍ରରୁ ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଘୋଡ଼ାବେପାରରେ ସାମିଲ ହେବା ଆଶଙ୍କା କରି...

ବିହାର ନିର୍ବାଚନ:୩୫ ଲକ୍ଷ ସାଇଲେଣ୍ଟ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର!

ପାଟନା,୫ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିଗୁଲ ବାଜି ସାରିଛି । ସମସ୍ତେ ସମସ୍ତଙ୍କ ହିସାବରେ ଏହି ଖେଳରେ ବିଜୟ ଲାଭ କରିବାକୁ...

Advertisement
Archives

Model This Week