Posted inଜାତୀୟ

କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ

ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍‌ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ ଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ। କିନ୍ତୁ ମାମଲାର ବିରୋଧ ହେବାରୁ ଏହି ମାମଲା ଉପରୁ ପରଦା ଉଠିଥିଲା। କରୋନା ସଂକ୍ରମିତ ମହିଳାଙ୍କ ବିରୋଧରେ କରୋନା ସହ ଜଡିତ ସରକାରୀ ଆଦେଶର ଉଲ୍ଲଂଘନ ପାଇଁ ପୋଲିସ ମାମଲା ଦାୟର କରିଛି। ମହିଳାଙ୍କ ସ୍ବାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀ କରୋନା ପଜିଟିଭ ହେବା ପରେ ଏମ୍ସରୁ ଲୁଚିକି ମୁରୈନା ପଳାଇ ଯାଇଥିଲେ। ଯେ ସେ ଏହି ସମୟ ମଧ୍ୟରେ ଅନେକ ଲୋକଙ୍କ ସହ ଯୋଗାଯୋଗ କରିଥାଇ ପାରନ୍ତି। ଅକ୍ଟୋବର ୧୮ରେ ସ୍ତ୍ରୀ ଅସୁସ୍ଥ ଥିବାରୁ ତାଙ୍କୁ ଏମ୍ସ ଅଣାଯାଇଥିଲା। ପରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲେ। ମେଡିକାଲ୍‌ କର୍ମଚାରୀ ତାଙ୍କୁ କୋଭିଡ ୱାର୍ଡରେ ଭର୍ତ୍ତି କରିବାକୁ କହିଥିଲେ କିନ୍ତୁ ସେ ଲୁଚିକି ଚାଲିଗଲେ। ଡିସିପି ଅତୁଲ କୁମାର ଠାକୁର କହିଛନ୍ତି ଯେ ମହିଳାଙ୍କ ସ୍ବାମୀ ଜାଣିଛନ୍ତି ଯେ ସେ ଏମ୍ସ ଛାଡିଛନ୍ତି। ଏହା ସତ୍ତ୍ୱେ ସେ ନିଖୋଜ ଥିବା ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି। ମହିଳାଙ୍କ ସ୍ବାମୀ ଏଠାରେ ଥିବା ଏକ ହୋଟେଲରେ ସଫେଇ କାମ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ମୃତ୍ୟୁ ପରେ ବି ଭାଙ୍ଗିପଡିଲେନି ପିତା: ସ୍ମୃତିରେ ଆରମ୍ଭ କଲେ ଫ୍ରି ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ, ୨୪।୬: ଡେଙ୍ଗୁରେ ପୁଅର ମୃତ୍ୟୁ ହେବା ପରେ ଭାଙ୍ଗି ନ ପଡି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ବବି ସହଗଲ। ପୁଅ ସ୍ମୃତିରେ...

ଭୟଙ୍କର ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୧୭।୧୨: ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।...

ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ...

‘ଆମକୁ ରାଜନୀତି ନୁହେଁ, ସ୍କୁଲ ଖୋଲିବା ଆସେ’

ଚଣ୍ଡିଗଡ,୬।୪: ପଞ୍ଜାବରେ ଏକ ବଡ଼ ବିଜୟ ହାସଲ ପରେ ଆମ ଆଦମୀ ପାର୍ଟି ହିମାଚଳ ପ୍ରଦେଶ ମୁହାଁ ହୋଇଛି। ରାଜ୍ୟର ମଣ୍ଡି ଜିଲାରେ ବୁଧବାର ଏଏପି...

କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ସେ ତାଙ୍କ ମେଣ୍ଟ ସରକାରରେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛନ୍ତି।...

କରୋନା ସଙ୍କଟ ମଧ୍ୟରେ ଧର୍ମଘଟ କଲେ ୩ହଜାର ଜୁନିଅର ଡାକ୍ତର

ଭୋପାଳ,୩୧।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ପ୍ରାୟ ୩ହଜାର ଜୁନିଅର ଡାକ୍ତର ଧାରଣାରେ ଯାଇଛନ୍ତି। ସୋମବାର ଡାକ୍ତରମାନେ କୋଭିଡ ଡ୍ୟୁଟି ସମେତ...

ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ

ବେଙ୍ଗାଲୁରୁ,୭।୭: ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ କର୍ନାଟକରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ତେବେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ...

ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ

ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ...

Advertisement
Archives

Model This Week