Posted inଜାତୀୟ

ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ ପୂର୍ବରୁ ସିବିଆଇକୁ ନେବାକୁ ପଡିବ ରାଜ୍ୟ ସରକାରଙ୍କ ଅନୁମତି

ମୁମ୍ବାଇ,୨୨ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କୌଣସି ମାମଲାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହର କରି ନେଇଛନ୍ତି । ତେଣୁ ଏହାପରେ ରାଜ୍ୟର ଯେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମହାରାଷ୍ଟ୍ର ରାଜ୍ୟ ସଭା ଏମ୍‌ପି ସଞ୍ଚୟ ରାଉତ ଯଥାର୍ଥ ବୋଲି କହିଛନ୍ତି । ସେ କହିଛନ୍ତି ଜାତୀୟ ମାମଲା ପ୍ରସଙ୍ଗରେ ସିବିଆଇର ତଦନ୍ତ କରିବାର ଅଧିକାର ରହିଛି । ରାଜ୍ୟର ମାମଲାକୁ ପ୍ରଥମରୁ ହିଁ ଆମ ପୋଲିସ ଦ୍ୱାରା ଯାଞ୍ଚ କରାଯାଉଛି । ତେଣୁ ଏଥିରେ ହସ୍ତକ୍ଷେପ ଯୋଗୁ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି । ଏହାସହ ସିବିଆଇ ଛୋଟ ଛୋଟ ମାମଲାରେ ମଧ୍ୟ ପ୍ରବେଶ କରିବା ଦେଖାଗଲା । ସିବିଆଇର ନିଜର ଏକ ଅସ୍ତିତ୍ୱ ରହିଛି । ତେଣୁ ମହାରାଷ୍ଟ୍ରରେ ଯଦି କୌଣସି ଜାତୀୟ କାରଣ ଥାଏ ତେବେ ସେଥିରେ ସିବିଆଇ ତା’ର ଅନୁସନ୍ଧାନ କରିବାର ଅଧିକାର ରହିଛି । ଅନ୍ୟପଟେ ମହାରାଷ୍ଟ୍ର ଓ ମୁମ୍ବାଇ ପୋଲିସର ଏକ ଅଧିକାର ରହିଛି ଯାହାକୁ ସମ୍ବିଧାନ ଦେଇଛି ବୋଲି ରାଉତ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ବିମାନରେ ଫାଟିଲା ମୋବାଇଲ, ଏମରଜେନ୍ସି ଲ୍ୟାଣ୍ଡିଂ

ଉଦୟପୁର,୧୮।୭: ଉଦୟପୁରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। କାରଣ ଟେକଅପ ପରେ ବିମାନରେ ବିସ୍ଫୋରଣ ହେବାରୁ ଏହି ଲ୍ୟାଣ୍ଡିଂ...

ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରୟାଗରାଜ,୨୧।୯: ଏକ କୋଠରୀରେ ସୋମବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ମିଳିଛି ଦେଶର ଅନ୍ୟତମ ବୃହତ୍‌ ଧାର୍ମିକ ସଂଗଠନ ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତଦେହ।...

୬ଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୮।୮: ନିର୍ବାଚନ ଆୟୋଗ ଦେଶରେ ୬ଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ରାଜ୍ୟଗୁଡିକ ହେଲା, ଝାଡ଼ଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ।...

୧୯ ବର୍ଷୀୟା କରୋନା ପୀଡ଼ିତାଙ୍କୁ ବଳାତ୍କାର କଲେ ଆମ୍ବୁଲାନ୍ସ ଡ୍ରାଇଭର

ଥିରୁଭାନନ୍ତପୁରମ,୬।୯: କେରଳର ପାତନମଥିତ ଜିଲାର ଅରାନମୁଲାରେ ଜଣେ ୧୯ ବର୍ଷୀୟା କରୋନା ସଂକ୍ରମିତ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲରେ କେରଳ ପୋଲିସ...

ସଙ୍କଟର ସମାଧାନ ପାଇଁ ଗଠନ ହେବ ଶାନ୍ତି କମିଟି: ଶାହା

ଇମ୍ଫାଲ, ୨ା୬: ମଣିପୁର ହିଂସା ଘଟଣାର ବିଚାରବିଭାଗୀୟ ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା...

ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି...

‘ଭାଜପା ଦୁର୍ନୀତି କଥା ଉଠାଇଲେ ଲାଗେ ଯେମିତି ଓସାମା ବିନ ଲାଡେନ କହୁଛନ୍ତି ଅହିଂସାର କଥା’: ସଞ୍ଜୟ ସିଂ

ନୂଆଦିଲ୍ଲୀ,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ଲୋକ ସଭାରେ ଚର୍ଚ୍ଚା କରିଥିଲେ। ଏହାକୁ ଦିଲ୍ଲୀ ସରକାର ବିରୋଧ କରୁଥିବା...

ଦିନକରେ ୭,୫୮୪ କୋଭିଡ୍‌ ସଂକ୍ରମିତ

ନୂଆଦିଲ୍ଲୀ,୧୧।୬: କୋଭିଡ୍‌ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪...

Advertisement
Archives

Model This Week