ଚାଇନାରେ କରୋନା ତାଣ୍ଡବ, ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦…

ବେଜିଂ,୩୧।୧୨ : କରୋନା ଏନ୍ତୁଡ଼ିଶାଳ ଚାଇନାରେ କରୋନା ତାଣ୍ଡବ ରଚିଛି। ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁଛି। ସେହିପରି ଦୈନିକ ସଂକ୍ରମଣ ୩୭ ଲକ୍ଷ ପାର୍‌ ହୋଇଛି। ଏଭଳି ଜାରି ରହିଲେ ଜାନୁୟାରୀ ୨୩ ସୁଦ୍ଧା ଦେଶରେ ୫ ଲକ୍ଷ ୮୪ ହଜାର ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି।

ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ ଥରେ ପ୍ରକାଶ କରିବ ବୋଲି ଚର୍ଚ୍ଚା ହେଉଥିଲା। ଚାଇନା ପକ୍ଷରୁ ସବୁବେଳେ କରୋନାଙ୍କ ଆକଳନ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ଏଥି ସହିତ, ଅନୁଷ୍ଠିତ ଏକ ବୈଠକରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିଅଲ ଟାଇମ କୋଭିଡ ତଥ୍ୟ ବାଣ୍ଟିବାକୁ ଚାଇନା ଉପରେ ଚାପ ପକାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକ ବିପଦ ଥିବା ଲୋକଙ୍କୁ ସଂକ୍ରମଣ ଏବଂ ମୃତ୍ୟୁରୁ ସୁରକ୍ଷା ଦେବା ପାଇଁ ଟିକାକରଣ ବୃଦ୍ଧି ଗୁରୁତ୍ୱକୁ ଦୋହରାଇଛି।

ବିବୃତ୍ତି ଅନୁଯାୟୀ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଚାଇନାକୁ ଭାଇରାଲ ସିକ୍ୱେନ୍ସିଂ, କ୍ଲିନିକାଲ ମ୍ୟାନେଜମେଣ୍ଟ ଏବଂ ପ୍ରଭାବ ମୂଲ୍ୟାଙ୍କନକୁ ମଜବୁତ କରିବାକୁ ଆହ୍ବାନ କରିଛି ଏବଂ ଏହି କ୍ଷେତ୍ରରେ ସହାୟତା ଯୋଗାଇବାକୁ ଇଚ୍ଛା ପ୍ରକାଶ କରିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାରେ ବଢ଼ୁଥିବା କରୋନା ଆକାନ୍ତଙ୍କ ସଂଖ୍ୟା ଏବଂ ପରିସ୍ଥିତିକୁ ନେଇ ଉସବେଗ ପ୍ରକାଶ କରିବାବେଳେ ବ୍ୟାପକ ସୂଚନାର ଅଭାବକୁ ସ୍ବୀକାର କରିଛନ୍ତି। ସେ କହିଥିଲେ ଯେ ଚାଇନାରେ କରୋନା କଟକରାକୁ କୋହଳ କରିବା ପରେ ଏକ ଚିନ୍ତାଜନକ ପରିସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri