Posted inଖେଳ

କରୋନା ସଙ୍କଟ: ଫଳ ବିକିବାକୁ ବାଧ୍ୟ ହେଲେ ଯୁବ ଆଥ୍‌ଲେଟ୍‌

ନୂଆଦିଲ୍ଲୀ, ୨୧।୭- କରୋନା ମହାମାରୀ ଲାଗି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ କ୍ରୀଡ଼ା ଜଗତରେ ବ୍ରେକ୍‌ ଲାଗିଛି। ଲକ୍‌ ଡାଉନ୍‌ କଟକଣା ଲାଗି ବିଶ୍ୱରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ସବୁ ସ୍ଥଗିତ କିମ୍ବା ବାତିଲ ହୋଇଯାଇଛି। ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ ରହିବା ଯୋଗୁ ଏହାର ସିଧାସଳଖ ପ୍ରଭାବ ଖେଳାଳିଙ୍କ ଉପରେ ପଡ଼ିଛି। ବିଶେଷ କରି କିଛି ଉଦୀୟମାନ ଖେଳାଳିଙ୍କ ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଫଳରେ ଖେଳାଳିମାନେ ବାଧ୍ୟ ହୋଇ ଅନ୍ୟ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର ମହିପାଳପୁରରେ ଦେଖିବାକୁ ମିଳିଛି।

ଏଠାରେ ପରିବାର ସହ ରହୁଥିବା ଯୁବ ଭାରତୀୟ ଆଥ୍‌ଲେଟ୍‌ ପରିବାର ଖର୍ଚ୍ଚ ବହନ କରିବା ପାଇଁ ଫଳ ବିକୁଥିବାର ଦେଖିବାକୁ ମିଳିଛି। ଏହି ଆଥ୍‌ଲେଟ୍‌ଙ୍କ ନାମ ମିରାଜ ଅଲି ଅନସାରୀ। ସେ ଭାରତର ଉଦୀୟମାନ ମିଡିଲ୍‌ ଡିଷ୍ଟାନ୍ସ ଧାବକ। ମିରାଜ ଏସିଆନ ୟୁଥ୍‌ ଚାମ୍ପିୟନଶିପ୍‌ରେ ସେ ଲଙ୍ଗ ଜମ୍ପରେ ର୍ସ୍ବ୍‌ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଦିଲ୍ଲୀର ଏହି ଜୁନିୟର ଆଥ୍‌ଲେଟ୍‌ ଏସିଆନ୍‌ ୟୁଥ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ତେବେ ବର୍ତ୍ତମାନ କରୋନା ଭଳି ସଙ୍କଟଜନକ ସମୟରେ ପରିବାର ପ୍ରତିପୋଷଣ ପାଇଁ ମିରାଜ ଆଗେଇ ଆସିଛନ୍ତି। ମିରାଜ ଏବେ ସ୍ଥାନୀୟ ବଜାରରେ ଫଳ ବିକିବା ଆରମ୍ଭ କରିଛନ୍ତି। ଏକ ଠେଲା ଗାଡ଼ି ମାଧ୍ୟମରେ ସେ କଦଳୀ, ଆମ୍ବ ଆଦି ବିକୁଥିବାରୁ ଦେଖିବାକୁ ମିଳିଛି। ମିରାଜ କୁହିଛନ୍ତି, ‘ଏଠାରେ ଲୋକ ମୋତେ କଦଳୀବାଲା ବୋଲି ଡାକିଥାନ୍ତି। କିନ୍ତୁ କ’ଣ କରିପାରିବି। ପରିବାର ଚଳାଇବା ପାଇଁ କିଛି ନା କିଛି କରିବାକୁ ପଡ଼ିବ।’ ମିରାଜଙ୍କ ପରିବାରରେ ବାପା, ମା ଓ ୪ ଭାଇ ଭଉଣୀଙ୍କୁ ନେଇ ମୋଟ୍‌ ୬ ଜଣ ସଦସ୍ୟ। ତାଙ୍କ ବାପା ଜଣେ ଅଟୋ ଚାଳକ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri