ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍‌

ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ମୁଖ୍ୟ ପୁଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ରାମ ଜନ୍ମଭୂମିରେ ମୁଖ୍ୟ ପୂଜାରୀଙ୍କ ସମେତ ଆଉ ୪ଜଣ ପୂଜାରୀ ସେବା କରିଥାନ୍ତି। ସେଥିମଧ୍ୟରୁ ପୂଜାରୀ ପ୍ରଦୀପ କରୋନାରେ ପୀଡ଼ିତ ହୋଇଛନ୍ତି। ଏଥିସହ ରାମ ଜନ୍ମଭୂମିର ସୁରକ୍ଷାରେ ଥିବା ୧୬ ପୋଲିସ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ ପୂଜାରୀ ପ୍ରଦୀପଙ୍କ ସମେତ ପୋଲିସ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। ସୂଚନାଯୋଗ୍ୟ, ରାମମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମିପୂଜା ଆୟୋଜିତ ହେବ। ହେଲେ ଏହାପୂର୍ବରୁ ସୁରକ୍ଷାରେ ମୁତୟନ ଥିବା ଲୋକମାନେ କରୋନାରେ ପୀଡ଼ିତ ହେବା ଏକ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ଆଇଡି ଦେଖାଇଲେ ୩୭୦ ଟଙ୍କା ରିହାତି

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଜଣାଶୁଣା ହୋଟେଲ ଆର୍ଡୋର ୨.୧ କଶ୍ମୀରୀଙ୍କ...

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ...

ଲକ୍‌ଡାଉନ: ଅସହାୟଙ୍କ ପାଇଁ ଅଭିଶାପ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ବଳବତ୍ତର ରହିଛି। ରାଜ୍ୟ ତଥା ବାହାର ରାଜ୍ୟର ପ୍ରାୟ ୪୭ହଜାର ଅତିଥି ଶ୍ରମଜୀବୀ ଏବଂ ଅସହାୟଙ୍କୁ ବିଭିନ୍ନ ଜିଲାର...

ବାୟୁର ଆର୍ଦ୍ରତାରୁ ତିଆରି ହେବ ପାଣି, ପିଇବେ ରେଳଯାତ୍ରୀ: ଷ୍ଟେଶନରେ ଲାଗିବ ମେଘଦୂତ ମେଶିନ

ଚଣ୍ଡିଗଡ଼,୧୩ ।୯: ଚଣ୍ଡିଗଡ଼ ରଲୱେ ଷ୍ଟେଶନରେ ଖୁବଶୀଘ୍ର ଶୁଦ୍ଧ ପିଇବା ପାଣି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ କାମ ଇଣ୍ଡିଆନ ରେଲୱେ ଷ୍ଟେଶନ...

କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ...

୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର...

ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା: ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ସୋମବାର ଆଉ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୩୪୫ ଜଣ ସୁସ୍ଥ ହୋଇଥିବାବେଳେ...

କମଲ ହାସନଙ୍କ ଦଳକୁ ଫେରିଲା ବ୍ୟାଟେରି ଟର୍ଚ୍ଚ ଚିହ୍ନ

ଚେନ୍ନାଇ, ୧୬।୧: କମଲ ହାସନଙ୍କ ଦଳ ମକ୍କଲ୍‌ ନିଧି ମୈୟମ (ଏମ୍‌ଏନ୍‌ଏମ୍‌)କୁ ପୁଣିଥରେ ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ ମିଳିଛି। ଏକ ଭିଡିଓ ବାର୍ତ୍ତାରେ କମଲ ହାସନ...

Advertisement


Archives

Model This Week