ଦିନେ ବଢ଼ିଲେ ଦିନେ କମୁଛି: ଚିନ୍ତା ବଢ଼ାଉଛି ରାଜଧାନୀ

ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିନେ କରୋନା ସଂକ୍ରମଣ ବଢ଼ୁଛି ତ ଦିନେ କମୁଥିବା ପରିଲକ୍ଷିତ ହୋଇଛି। ବୁଧବାର ତୁଳନାରେ ଗୁରୁବାର ଦିଲ୍ଲୀରେ କରୋନା ସଂକମ୍ରଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧,୦୩୨ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ କରୋନାଜନିତ କାହାରି ବି ମୃତ୍ୟୁ ହୋଇନାହିଁ। ତେବେ ଗୁରୁବାର ରାଜ୍ୟରେ ସଂକ୍ରମଣ ହାର ୩.୬୪ ପ୍ରତିଶତ ରହିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧,୩୦୬ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୪,୯୨୮ଜଣ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୮,୩୮୬ କରୋନା ପରୀକ୍ଷା କରାଯାଇଛି। ଅନ୍ୟପଟେ କରୋନା କ୍ଷେତ୍ରରେ ଅସ୍ଥିରତାକୁ ନେଇ ବିଶେଷଜ୍ଞମାନେ ନିଜର ମତ ରଖିଛନ୍ତି। କରୋନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ଏବଂ ଏହି ଅବସ୍ଥା କେତେ ଦିନ ଚାଲିବ ତାହା ପୂର୍ବାନୁମାନ କରିବା କଷ୍ଟକର ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଆର୍‌ଓପି: କେନ୍ଦ୍ରର ଘୋଷଣା ବାସ୍ତବତାଠାରୁ ଭିନ୍ନ

ନୂଆଦିଲ୍ଲୀ, ୧୭ା୨: କେନ୍ଦ୍ରର ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ (ଓଆର୍‌ଓପି) ନୀତି ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭତ୍ତା ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ...

ଆଦି ଶଙ୍କରାଚାର୍ଯ୍ୟଙ୍କୁ ନେଇ କେରଳ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ଥିରୁଭାନନ୍ତପୁରମ,୩ ।୧: ଦେଶରେ ବେଳକୁ ବେଳ ବିବାଦୀୟ ବୟାନର ଟ୍ରେଣ୍ଡ ଯେମିତି ବଢି ଚାଲିଛି । ଏବେ କେରଳର ମନ୍ତ୍ରୀ ତଥା ବାମଦଳ ନେତା ଏମବି...

ଭାଜପା ଏଏପି ବିଧାୟକଙ୍କୁ କିଣିବାରେ ଫେଲ୍‌ ମାରିଛି: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୯।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ସୋମବାର ବିଧାନସଭାରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଛନ୍ତି। ବିଧାନସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ...

କ୍ଷମତାଚ୍ୟୁତ ହେବାପରେ କୁମାରସ୍ବାମୀ କହିଲେ, ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିବ

ବେଙ୍ଗାଲୁରୁ, ୨୪।୭: ଦୁଇ ସପ୍ତାହରେ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ସରକାର ଭାଜପା...

ସିନ୍ଦୂର-ମଙ୍ଗଳସୂତ୍ର ବିବାଦ: ଧର୍ମନିରପେକ୍ଷ ଭାରତର ନାଗରିକ କହିଲେ ନୁସରତ୍‌ ଜାହାଁ

ନୂଆଦିଲ୍ଲୀ,୩୦।୬: ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ୍‌ ଜାହାଁଙ୍କୁ ନେଇ ଜାରି ରହିଥିବା ସିନ୍ଦୂର-ମଙ୍ଗଳସୂତ୍ର ବିବାଦରେ ମୁହଁ ଖୋଲିଛନ୍ତି ନୁସରତ୍‌। ସେ ଧର୍ମନିରପେକ୍ଷ ଭାରତର ନାଗରିକ। ତେଣୁ...

୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା

ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ...

କମଲା ହାରିସ୍‌ଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ତାଙ୍କ ମାଉସୀ

ଚେନ୍ନାଇ,୯ ।୧୧: ଆମେରିକା ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ବିଜୟଲାଭ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।...

ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ...

Advertisement
Archives

Model This Week