ବୁଧବାର ୧୫ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨୮।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ଥମୁ ନ ଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି। ବୁଧବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏବେ ଲଗାତାର ୬ ଦିନ ଧରି ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୭ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୩ ହଜାର ୪୨୫ ଛୁଇଁଛି। ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ୬୫୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୯ ଲକ୍ଷ ୫୨ ହଜାର ୭୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪ ଲକ୍ଷ ୯୬ ହଜାର ୯୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କୋଟିଏ ୭୩ ଲକ୍ଷ ୩୪ ହଜାର ୮୮୫ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଜୁଲାଇ ୨୭ରେ ୫ ଲକ୍ଷ ୨୮ ହଜାର ୮୨ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ ହେବ ଉନ୍ନାଓ ପୀଡ଼ିତାଙ୍କ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୮: ଉତ୍ତରପ୍ରଦେଶର ବହୁ୍‌ଚର୍ଚ୍ଚିତ ଉନ୍ନାଓ ପୀଡିତା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୀଡିତାଙ୍କ ଚିକିତ୍ସା ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ...

କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌ ଫେରି ପାଇଲା ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ

ଚେନ୍ନାଇ,୧୫।୧: ବିଶିଷ୍ଟ ସାଉଥ ଅଭିନେତା କମଲ ହାସନଙ୍କ ରାଜନୈତିକ ପାର୍ଟି ମକ୍କଲ ନିଧି ମାଇମ (ଏମ୍‌ଏନ୍‌ଏମ୍‌) ଫେରି ପାଇଛି ତାର ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ। ୨୩୪...

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର...

ଗାନ୍ଧୀ ପରିବାର- ଜି ୨୩ କନ୍ଦଳ ସଡ଼କରେ ପହଞ୍ଚିଲା

ଶ୍ରୀନଗର ୨।୩: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟ ଜମ୍ମୁ-କଶ୍ମୀରରେ ଶାନ୍ତି ସମ୍ମିଳନୀ କରିଥିଲେ। ଏଥିରେ ଗୁଲାମନବୀ ଆଜାଦ୍‌ଙ୍କ ସମେତ ଅନ୍ୟ ସଦସ୍ୟମାନେ ଗାନ୍ଧୀ ପରିବାରକୁ ଟାଗେର୍ଟ...

ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ରାଜନୈତିକ ଦଳ ଗଠନ କରିବେ ପିକେ, ବିହାରରୁ ଆରମ୍ଭ…

ନୂଆଦିଲ୍ଲୀ, ୨।୫ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ଭାଜପା ତାପରେ କଂଗ୍ରେସ ଏବଂ ପରେ ଜେଡିୟୁ...

କରୋନା ବଢ଼ାଉଛି ମାନସିକ ଯନ୍ତ୍ରଣା

ଜାତିସଂଘ,୧୫।୫: କରୋନା ମହାମାରୀ ଯୋଗୁ ମାନସିକ ଯନ୍ତ୍ରଣା ବୃଦ୍ଧି ପାଉଥିବା ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜଶେଖରନଙ୍କ ପରଲୋକ

ବେଙ୍ଗାଲୁରୁ,୧୩।୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏମ୍‌.ଭି. ରାଜଶେଖରନଙ୍କର ସୋମବାର ବେଙ୍ଗାଲୁରୁଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।...

Advertisement
Archives

Model This Week