ରେକର୍ଡ ଭାଙ୍ଗୁଛି କରୋନା: ଦିନକୁ ୮୦ ହଜାର ହେବାକୁ ଯାଉଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଶ୍ରୀନଗର, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ୮୦ ହଜାର ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୯ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏହି ସମୟ ମଧ୍ୟରେ ୯୭୧ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ ହଜାର ୨୬୪ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୬୪ ହଜାର ୪୬୯ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୨୭ ଲକ୍ଷ ୭୪ ହଜାର ୮୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭ ଲକ୍ଷ ୮୧ ହଜାର ୯୭୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୩୦ ସୁଦ୍ଧା ଦେଶରେ ୪ କୋଟି ୨୩ ଲକ୍ଷ ୭ ହଜାର ୯୧୪ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ୮ ଲକ୍ଷ ୪୬ ହଜାର ୨୭୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୫।୮: ଆତଙ୍କବାଦୀମାନେ ଭାରତରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ଜମ୍ମୁ ସୀମାରେ...

ମୋହନ ଭାଗବତଙ୍କ ନାଁରେ ମାମଲା

ପାଟନା,୮।୨: ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ...

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା...

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ୧୫ ଦିନ ତଳେ ନେଇଥିଲେ ଟିକା

ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ଶନିବାର ସୂଚନା ଦେଇଛନ୍ତି। ସେ...

ଦେଶରେ ଅକ୍ସିଜେନ ଅଭାବରୁ ୧୫୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର...

ପିଏମ୍‌ କେୟାର୍ସ ପାଣ୍ଠିକୁ ୨.୨୫ ଲକ୍ଷ ଦାନ କରିଛନ୍ତି ମୋଦି

ନୂଆଦିଲ୍ଲୀ,୪ା୯:କରୋନା ମହାମାରୀ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୭ରେ ପିଏମ୍‌ କେୟାର୍ସ ପାଣ୍ଠି ଘୋଷଣା କରିଥିଲେ। ଏହାର ପ୍ରଥମ ଅଡିଟ୍‌ ରିପୋର୍ଟ...

ପଶ୍ଚିମବଙ୍ଗକୁ ସେନା ପଠାଗଲା

କୋଲକାତା, ୨୪।୫(ପି.ଟି.): ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ସ୍ବାଭାବିକ କରିବା...

ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ କେନ୍ଦ୍ର ଦେବ

ନୂଆଦିଲ୍ଲୀ, ୧୨।୧(ପି.ଟି.): ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର...

Advertisement
Archives

Model This Week