ଉବୁଟୁବୁ କଣାସ, ବେଘର ଲୋକେ

ପୁରୀ ଅଫିସ/କଣାସ (ସ୍ବ.ପ୍ର.),୩୧ା୮: ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପୁରୀ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲା ମଧ୍ୟଦେଇ ଯାଇଥିବା ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା, ଧନୁଆ, ରାଜୁଆ ପ୍ରଭୃତି ନଦୀ ଏବେ ଉଛୁଳୁଛି। କେତେକ ଜାଗାରେ ଘଳିଆ, ଘାଇ ସୃଷ୍ଟି ହୋଇଥିବାବେଳେ ଅନେକ ଜାଗାରେ ନଦୀବନ୍ଧ ଡେଇଁ ପାଣି ଜନବସତିକୁ ପଶିଛି। ବିଶେଷକରି କଣାସ ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଗମ୍ଭୀର ହୋଇପଡ଼ିିଛି। ବେଘର ହୋଇଛନ୍ତି ଅନେକ ପରିବାର। କୋଠାଛାତ ଓ ନଦୀବନ୍ଧରେ ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ଡେଲାଙ୍ଗ, ସତ୍ୟବାଦୀ, ପୁରୀ ସଦର ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଅସ୍ତରଙ୍ଗ ବ୍ଲକର ବାଉରିଆକଣଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଜିଲାର ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଗକୁ ପାଣି ବଢିବାକୁ ଥିବାରୁ ସ୍ଥିତି ଆହୁରି ସଙ୍ଗିନ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ରବିବାର କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ କୁମାର ସାମଲ, ଜିଲାପାଳ ବଲଓ୍ବନ୍ତ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁବାସ ନାଥଶର୍ମା, କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା, ବିଡିଓ ଲୋଚନ ଦାସ ପ୍ରମୁଖ କଣାସର ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଦୟା ଓ ରାଜୁଆ ନଦୀରେ ୨ଟି ଘାଇ ଯୋଗୁ କଣାସ ବ୍ଲକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଗଡ଼ମାଟିଆପଡା ନୂଆସାହି ନିକଟରେ ଦୟା ନଦୀରେ ପ୍ରାୟ ୨୦୦ ଫୁଟର ଏକ ଘାଇ ହୋଇଛି। ଫଳରେ ପାଣ୍ଡିଆକେରା ପଞ୍ଚାୟତର ନୂଆସାହି, ବଗିପଡ଼ା, ଗଡ଼ମାଟିଆପଡା, ପାଣ୍ଡିଆକେରା, ବାଙ୍କତଳ, ଘରଛିଆ, ଶିମିଳିପାଟଣା ଗାଁରେ ପାଣି ମାଡ଼ିଯାଇଛି। ପ୍ରାୟ ୨୫ରୁ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷକରି ନୂଆସାହି ଅଧିକ ପ୍ରଭାବିତ ହୋଇଛି। ଏଠାକାର ପ୍ରାୟ ୧୦୦ ପରିବାର ବେଘର ହୋଇଯାଇଛନ୍ତି। କାହା କୋଠା ଛାତରେ ତ ପୁଣି କେହି ନଦୀବନ୍ଧ ଉପରକୁ ଉଠିଯାଇଛନ୍ତି। ନୂଆସାହିର ଲୋକଙ୍କ ଘରେ ୫/୬ ଫୁଟ ପାଣି ପଶିଛି। ଘାଇ ହେବା ପରେ ଏତେ ଶୀଘ୍ର ଏହା ମେଲି ପାଣି ମାଡ଼ିିଲା ଯେ ଲୋକେ ସେମାନଙ୍କ ଆସବାବପତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସମୟ ପାଇ ନ ଥିଲେ। ଯେଉଁମାନେ ଘରୁ ଆସିପାରି ନ ଥିଲେ ତୁରନ୍ତ ସେମାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ସେହିପରି ରାଜୁଆ ନଦୀର ତିରିମଲ୍ଲଠାରେ ପ୍ରାୟ ୧୦୦ ଫୁଟର ଘାଇ ଯୋଗୁ କଣାସ ବ୍ଲକର ଲୋକାପାଳ ଓ ହଳଦିଆପଡ଼ା ଗାଁ ପ୍ରଭାବିତ ହୋଇଛି। ଏହି ଗାଁରେ ୩/୪ ଫୁଟ ପାଣି ମାଡ଼ିଛି। ତେବେ ଲୋକେ ଯିଏ ଯେମିତି ସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିବାବେଳେ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ନଦୀବନ୍ଧକୁ ଅଣାଯାଇଛି। ମାତ୍ର କେତେକ ଗାଈ, ବଳଦ ନିଖୋଜ ଥିବା ଜଣାପଡ଼ିିଛି।
ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଓ ବିଦ୍ୟାଧରପୁରଠାରେ ଭାର୍ଗବୀ ନଦୀବନ୍ଧରେ ଘଳିଆ ପଡ଼ିଛି। ଫଳରେ ଘାଇ ସୃଷ୍ଟି ଆଶଙ୍କାରେ ନିକଟବର୍ତ୍ତୀ ବଳରାମପୁରଗଡ଼, ବିଦ୍ୟାଧରପୁର, ପରଜାପଡ଼ା ଓ ମହୁରା ପଞ୍ଚାୟତ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଳ ସମ୍ପଦ ବିଭାଗର ଯନ୍ତ୍ରୀ, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବିଡିଓ ସରୋଜ ଦତ୍ତ ପ୍ରମୁଖ ଏହି ସ୍ଥାନକୁ ଯାଇ ସ୍ଥିତି ଦେଖିଛନ୍ତି। ସେହିପରି ପୁରୀ ସଦର ବ୍ଲକ ତଳଜଙ୍ଗ ପଞ୍ଚାୟତ ତଳଜଙ୍ଗ ନଈକୂଳ ସାହିରେ ପଶିଛି ଭାର୍ଗବୀ ନଦୀର ଉଚ୍ଛୁଳା ପାଣି। ଲୋକେ ତଳଜଙ୍ଗ ପଞ୍ଚାୟତ ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି। ଭାର୍ଗବୀର ଉଚ୍ଛୁଳା ପାଣି ତଳିଆ ଅଞ୍ଚଳରେ ମାଡ଼ିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଅସ୍ତରଙ୍ଗର ବାଉରିଆକଣଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ଅଧିକାରୀମାନେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଜିଲାରେ ଏବେ ୩ ୟୁନିଟ୍‌ ଏନ୍‌ଡିଆରଏଫ୍‌ ପିପିଲି, ଡେଲାଙ୍ଗ ଓ କଣାସରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନେ ପାଣିଘେରରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା

ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ...

ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ...

ଟ୍ରକ୍‌ ଧକ୍କାରେ ଯୁବକ ମୃତ ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ

ପାଟଣାଗଡ଼,୨୫।୧(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନା ସମ୍ମୁଖରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଧକ୍କାରେ ରହେନମାଲ ଗ୍ରାମର ଯୁବକ ବେଣୁଧର କୁଅଁରଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ...

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର: କରୋନା ବିପର୍ଯ୍ୟୟ ସମୟରେ କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ

ବରଗଡ଼ ଅଫିସ,୧୮।୫: ଘାତକ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା...

ବଢୁଛି ଚୋରା କାଠ ଚାଲାଣ, ବିଭାଗ ନୀରବ

ବଇଣ୍ଡା,୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନସ୍ଥ ଧଣ୍ଡାତୋପା ରେଞ୍ଜ କନ୍ତପଡ଼ା ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଅବାଧ କାଠ ଚାଲଣ ହେଉଥିବା ଅଭିଯୋଗ ହୋଇଛି।...

କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି...

ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱରଙ୍କ ପତରପେଡିଁ

ସମ୍ବଲପୁର, ୨୩।୫ (ବ୍ୟୁରୋ)-କରୋନା କଟକଣାକୁ ଦୃଷ୍ଟିରେ ରଖି ଶନିବାର ନିରାଡମ୍ବର ଭାବେ ନନ୍ଦପଡା ବମ୍‌ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଡିଁ (ନିର୍ବନ୍ଧ) ଶେଷ ହୋଇଛି। ଏଥିସହ...

ପ୍ରେମ ବିବାହର ୬ ମାସ ହୋଇନି, ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଦଶରଥପୁର,୨୦।୯(ମନୋଜ ପୃଷ୍ଟି): ପ୍ରେମ ବିବାହର ୬ ମାସ ହୋଇନାହିଁ, ହେଲେ ଯୁବତୀଙ୍କ ମୃତ୍ୟୁ ଘଟିବା ଘଟଣା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳର ଆଲୋଡ଼ନ ସୃଷ୍ଟି...

Advertisement
Archives

Model This Week