ନୟାଗଡ଼ରେ ୭୧ ଗାଁ  ଜଳବନ୍ଦୀ

ନୟାଗଡ ଅଫିସ/ଗଣିଆ/ଭାପୁର,୩୧। ୮(ଡି.ଏନ.ଏ.): ପ୍ରଳୟଙ୍କରୀ ବନ୍ୟା ଯୋଗୁ ନୟାଗଡ଼ ଜିଲାର ୭୧ଟି ଗ୍ରାମ ଜଳବନ୍ଦୀରେ ରହିଛି। ଏଥିରେ ଗଣିଆ ବ୍ଲକର ୬୮ ଓ ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ୩ ଗାଁ  ରହିଛି। ଫଳରେ ଏସବୁ ପଞ୍ଚାୟତରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗଣିଆ ବ୍ଲକ ଛାମୁଣ୍ଡିଆରେ ସ୍ବାସ୍ଥ୍ୟକେନ୍ଦ୍ର ଥାଇବି ଡାକ୍ତର ନ ଥିବାରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ରବିବାର ଭୋର ସମୟରେ ଗଣିଆ ବ୍ଲକ ବେଠିଆସାହିର ଜଣେ ଗର୍ଭବତୀ ପ୍ରସବ ବେଦନା ଅନୁଭବ କରିଥିଲେ ମଧ୍ୟ ଡଙ୍ଗା ନ ଥିବାରୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ସମ୍ଭବ ହୋଇ ନ ଥିଲା। ଛାମୁଣ୍ଡିଆ ପଞ୍ଚାୟତ ପିଇଓଙ୍କ ସହ ଯୋଗାଯୋଗ ପରେ ସେ ଡଙ୍ଗା ପଠାଇଥିଲେ। ମହିଳାଙ୍କୁ ଡଙ୍ଗାରେ ୮ କି.ମି. ଓ ବନ ବିଭାଗର ଗାଡିରେ ୫ କି.ମି. ନେବା ପରେ ଛାମୁଣ୍ଡିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନ ଥିବାରୁ ଗଣିଆ ନେବାକୁ ଦମକଳ କେନ୍ଦ୍ର କର୍ମଚାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଅପରାହ୍ନରେ ଦମକଳକେନ୍ଦ୍ର କର୍ମଚାରୀ ପହଞ୍ଚତ୍ବା ବେଳକୁ ମହିଳା ଏକ ଶିଶୁକନ୍ୟା ଜନ୍ମ ଦେଇ ସାରିଥିଲେ। ପରେ ବନ୍ୟା କାର୍ଯ୍ୟରେ ନିୟୋଜିତ ଥିବା ଝାରସୁଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ସନ୍ଧ୍ୟାରେ ନବଜାତ ଶିଶୁକନ୍ୟା ଓ ତାଙ୍କ ମା’ଙ୍କୁ ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗର୍ଭବେଦନା ଭୋଗୁଥିବା ମହିଳା ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନ ପାରି ଛାମୁଣ୍ଡିଆରେ କନ୍ୟାସନ୍ତାନ ଜନ୍ମଦେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସ୍ବାସ୍ଥ୍ୟସେବା ସମସ୍ୟାକୁ ଏଡାଇବାକୁ ହେଲେ ଛାମୁଣ୍ଡିଆରେ ଡାକ୍ତର ନିଯୁକ୍ତି ଓ ମଣିପୁରରେ ଆଉ ଏକ ଡଙ୍ଗା ପକାଇବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସେହିପରି ଜଳବନ୍ଦୀରେ ଥିବା ଅନେକ ଗ୍ରାମବାସୀଙ୍କ ନିକଟରେ ରିଲିଫ୍‌ ପହଞ୍ଚତ୍ ନ ଥିବା ଅଭିଯୋଗ ହୋଇଛି। ଏନେଇ ରୋଗୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ଛାମୁଣ୍ଡିଆ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ଫାର୍ମାସିଷ୍ଟ ଥିଲେ, ଯିଏକି ପ୍ରାଥମିକ ସେବା ଦେଇ ଗଣିଆକୁ ଯିବାକୁ ପରାମର୍ଶ ଦେଇଥିଲେ। ଏଠାରେ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଅନ୍ୟପକ୍ଷେ ପଞ୍ଚାୟତରେ କେବଳ ପିଇଓଙ୍କୁ ଛାଡିଦେଲେ ଅନ୍ୟ କେହି ନାହାନ୍ତି। ଆମ ଛାମୁଣ୍ଡିଆ ପଞ୍ଚାୟତକୁ ଭଗବାନ ଭରସା। ଡଙ୍ଗା ନାହିଁ, ରିଲିଫ୍‌ ନାହିଁ ଓ ସ୍ବାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ। ବନ୍ୟାକୁ ଆଖି ଆଗରେ ରଖି ଅସ୍ଥାୟୀ ଡାକ୍ତର ବି ପ୍ରଶାସନ ନିୟୋଜିତ କଲେ ନାହିଁ। କୌଣସି ପ୍ରଶାସନିକ ଅଧିକାରୀ ଆମ ଗାଁକୁ ଆସୁନାହାନ୍ତି। ଅପରପକ୍ଷେ ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ମଣିପୁର, ମାଣିତ୍ରୀ, କରବର ଆଦି ୩ ଗାଁ  ଜଳବନ୍ଦୀ ରହିଛି। ହେଲେ ଏଠାର ଲେକାଙ୍କ ପାଇଁ ଥିବା ବୋଟ୍‌ ଫତେଗଡରେ ରହୁଛି। ରାତିରେ କିଛି ଅସୁବିଧାହେଲେ ରୋଗୀ ଓ ଅନ୍ୟମାନେ ହଟହଟା ହେଉଛନ୍ତି। ଏଣୁ ମଣିପୁରରେ ଏକ ଡଙ୍ଗା ରଖିବାକୁ ସ୍ଥାନୀୟ ଅଞ୍ଚଳ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରୀତାଞ୍ଜଳି ବିଶ୍ୱାଳ କୁହନ୍ତି, ଛାମୁଣ୍ଡିଆ ଅଞ୍ଚଳରେ ସ୍ବାସ୍ଥ୍ୟସେବା ସମସ୍ୟା ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ଶନିବାର ଭାପୁର ଓ ରବିବାର ଗଣିଆ ବ୍ଲକ ଅଞ୍ଚଳର ବନ୍ୟା ସ୍ଥିତି ସମ୍ପର୍କରେ ମୁଁ, ଅତିରିକ୍ତ ଜିଲାପାଳ ଓ ପିଡି ଡିଆରଡିଏ ଯାଇ ଅନୁଧ୍ୟାନ କରିଛୁ। ସରକାରଙ୍କ ପକ୍ଷରୁ ରିଲିଫ୍‌ ଆସିନି। କେବଳ ଉଭୟ ବ୍ଲକ ପକ୍ଷରୁ କିଛି କିଛି ରିଲିଫ୍‌ ଦିଆଯାଇଛି। ଜିଲାପାଳ ଶନିବାର ଗଣିଆ ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।
ଅନୁସାରେ, ବରମୂଳଠାରେ ଥିବା ହୀରାକୁଦ ନଦୀବନ୍ଧର ଗେଜମିଟରରେ ଶନିବାର ସନ୍ଧ୍ୟା ସୁଦ୍ଧା ୩୯ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୪୦ ଫୁଟ ବନ୍ୟାଜଳ ପ୍ରବାହିତ ହେଲେ ଗଣିଆ ବ୍ଲକର ବିଭିନ୍ନ ଗାଁରେ ପାଣି ପଶିବ। ତେବେ ବରମୂଳ କୁତୁରୀ, ରାସଙ୍ଗ କାଦୁଆ, କଳାପାଟ ବୃତ୍ତଙ୍ଗ, ବେଣ୍ଟପଡା ଛାମୁଣ୍ଡିଆ, ମୁଦୁଲିଗାଡିଆ ବଡ଼ମୂଳ ରାସ୍ତାରେ ୫ରୁ ସାଢ଼େ ୭ଫୁଟ ପାଣି ଚାଲିଥିବାରୁ ଛାମୁଣ୍ଡିଆ, ବଡସିଲିଙ୍ଗା, ରାସଙ୍ଗ, ବେଲପଡା, କିଶୋରପ୍ରସାଦ ପଞ୍ଚାୟତର ୬୮ଟି ଗାଁ ପାଣି ଘେର ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?