ସଂସଦରେ କରୋନା ସଚେତନତା : ଧନକର-ବିର୍ଲା ମାସ୍କ ପିନ୍ଧି ପହଞ୍ଚିଲେ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ଭାଇରସର ଆତଙ୍କ ପରେ ଭାରତରେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ଭିଡ଼ରେ ମାସ୍କ ପିନ୍ଧିବା ଏବଂ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ନିଜର ପ୍ରସ୍ତୁତି କରୁଛନ୍ତି। ଏହି ମର୍ମରେ କରୋନା ସଚେତନତା ସଂସଦରେ ଦେଖିବାକୁ ମିଳିଛି।

ରାଜ୍ୟ ସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ଜଗଦୀପ୍‌ ଧନକର ଏବଂ ଲୋକ ସଭା ବାଚସ୍ପତି ଓମ ବିର୍ଲା ମାସ୍କ ପିନ୍ଧି ଗୃହରେ ପହଞ୍ଚିଥିବାର ଦେଖିବାକୁ ମିଳିଛି।

ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି। ଗୃହର ପ୍ରକ୍ରିୟା ସମୟରେ ବିର୍ଲା ନିଜେ ମଧ୍ୟ ମାସ୍କ ପିନ୍ଧିଥିଲେ। ସେ କହିଛନ୍ତି ଯେ ସରକାର କରୋନା ସଂକ୍ରମଣ ସମ୍ପର୍କରେ ଶୀଘ୍ର ପଦକ୍ଷେପ ନେଇଛନ୍ତି ଏବଂ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଉଭୟ ଗୃହର ବହୁ ଏମ୍‌ପି ମଧ୍ୟ ମାସ୍କ ପିନ୍ଧିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ-ଆମେରିକା ମଧ୍ୟରେ କୌଣସି ସିଧାସଳଖ ଆଲୋଚନା ହେବ ନାହିଁ’, ପାକିସ୍ତାନରେ ଆଲୋଚନା ପୂର୍ବରୁ ତେହରାନର ସ୍ପଷ୍ଟ ବୟାନ

ଓ୍ବାଶିଂଟନ୍‌,୨୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୁନର୍ବାର ଆରମ୍ଭ ହେଉଛି। ଏହି ଆଲୋଚନା ପାଇଁ ଇରାନୀ ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚିଛନ୍ତି, ଯାହା…

ରବିଧାନ ସଂଗ୍ରହ ବୈଠକରେ ଖରିଫ୍‌ ତାତି: ଚାଷୀ ଆନ୍ଦୋଳନ ଭୟରେ ପୋଲିସ ଛାଉଣି

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ଏପର୍ଯ୍ୟନ୍ତ ଗତବର୍ଷ ଖରିଫ୍‌ରେ ଧାନ ବିକ୍ରି କରି ପାରିନାହାନ୍ତି। ଧାନବିକ୍ରି ଦାବିରେ ଜିଲାର ଭେଡ଼େନ ବ୍ଲକ…

ଏହି ଦିନଠୁ ପାଗ ବଦଳିବ: ୨୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୫ା୪(ବନ୍ଦନା ସେଠୀ):ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ପାରଦ ଉପରମୁହଁା ହେବା ସହ ୪୫ ଡିଗ୍ରୀର ନିକଟତର…

ମଣିପୁରରେ ସାନି ହିଂସା: ୩ ମୃତ

ଇମ୍ଫାଲ୍‌,୨୫ା୪: ମଣିପୁରର ଉଖ୍ରୁଲ୍‌ ଜିଲାରେ ଶୁକ୍ରବାର ନାଗା ଓ କୁକି ସମ୍ପ୍ରଦାୟ ୨ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୩ ଜଣଙ୍କ ମୃତ୍ୟୁ ହେବା…

ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି: ପାନୀୟଜଳ ଯୋଗାଣ ନେଇ ବିଡିଓଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଲାଞ୍ଜିଗଡ଼,୨୫।୪(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାନୀୟଜଳ ଯୋଗାଇବାକୁ ନେଇ ଗ୍ରାମବାସୀ…

୪୦୦ ଫୁଟ୍‌ ଉଚ୍ଚ ଟାଓ୍ବାରରେ ୫୬୦ ଦିନ

ସାମାନା(ପଞ୍ଜାବ),୨୫ା୪: ପଞ୍ଜାବ ଆକ୍ଟିଭିଷ୍ଟ ଗୁର୍‌ଜିତ ସିଂ ଖାଲ୍‌ସା ଧର୍ମନିନ୍ଦା ଘଟଣାରେ କଠୋର ଆଇନ ଆଣିବା ଦାବିରେ ୪୦୦ ଫୁଟ୍‌ ଉଚ୍ଚ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ଉପରେ ୫୬୦ ଦିନ…

ବାସ୍ତବ ନୁହେଁ, ଏଆଇ ଚାଟ୍‌ବଟ୍‌ ସାଥୀ ପ୍ରେମରେ ଯୁବପିଢ଼ି: ଚାଞ୍ଚଲ୍ୟକର ଖୁଲାସା

ଲଣ୍ଡନ, ୨୫ା୪:ସମୟ ବଦଳିବା ସହିତ ପ୍ରେମର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି। ଏବକାର ଯୁବପିଢ଼ି, ବିଶେଷକରି ‘ଜେନ୍‌ ଆଲ୍‌ଫା’ (୨୦୧୩-୨୦୨୪) ବାସ୍ତବ ଦୁନିଆର ସମ୍ପର୍କ ଅପେକ୍ଷା କୃତ୍ରିମ…

ନାବାଳିକାଙ୍କୁ ଇଚ୍ଛା ବିରୋଧରେ ଗର୍ଭଧାରଣ ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ

ନୂଆଦିଲ୍ଲୀ,୨୫ା୪ : କୌଣସି ଅଦାଲତ ଜଣେ ମହିଳା ବିଶେଷକରି ନାବାଳିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଗର୍ଭଧାରଣ ଜାରି ରଖିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri