Posted inଖେଳ

କୋରେ ଆଣ୍ଡରସନଙ୍କ ଅବସର

ଖ୍ରୀଷ୍ଟଚର୍ଚ୍ଚ, ୬ା୧୨ (ପି.ଟି.)-ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବାପରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର ମେଜର ଲିଗ୍‌ କ୍ରିକେଟ (ଏମ୍‌ସିଏଲ୍‌) ସହ ଏକ ୩ ବର୍ଷିଆ ଚୁକ୍ତି କରିଛନ୍ତି। ଏକଦା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରି ରେକର୍ଡ ଅଧିକାରୀ ହୋଇଥିବା ଏହି ୨୯ବର୍ଷୀୟ ଅଲରାଉଣ୍ଡର ତାଙ୍କ କ୍ୟାରିୟରରେ ନ୍ୟୁଜିଲାଣ୍ଡ ତରଫରୁ ୧୩ ଟେଷ୍ଟ, ୪୯ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୧ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଗତ ଦୁଇ ବର୍ଷ ହେଲା କିନ୍ତୁ ସେ ଜାତୀୟ ଦଳରେ ସ୍ଥାନ ପାଇ ପାରିନାହାନ୍ତି। ସମସ୍ତ ଫର୍ମାଟରେ ମୋଟ ୯୩ ଅନ୍ତର୍ଜାତୀୟ ଗେମ୍‌ ଖେଳି ସେ ୨୨୭୭ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ଦୁଇଟି ଶତକ ଏବଂ ୧୦ଅର୍ଦ୍ଧଶତକ ରହିଛି। ସେ ୯୦ଟି ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ୨୦୧୪ ଜାନୁୟାରୀ ୧ରେ କୁଇନ୍ସଟାଉନ୍‌ଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆରେ ୩୬ଟି ବଲ୍‌ରେ ଦ୍ରୁତତମ ଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଥିଲେ। ମାତ୍ର ବର୍ଷକ ପରେ ଏବି ଡି’ଭିଲର୍ସ ସମାନ ଦଳ ବିପକ୍ଷରେ ୩୧ବଲ୍‌ରେ ତାଙ୍କର ଏହି ରେକର୍ଡକୁ ଭଙ୍ଗ କରିଦେଇଥିଲେ। ଆଣ୍ଡରସନ କହିଛନ୍ତି ନ୍ୟୁଜିଲାଣ୍ଡ ତରଫରୁ ପ୍ରତିନିଧିତ୍ୱ କରିଥିବାରୁ ସେ ଗୌରବାନ୍ବିତ ମନେକରନ୍ତି। ନିଜ ଦେଶ ପକ୍ଷରୁ ଅଧିକ ମ୍ୟାଚ ଖେଳିପାରି ନ ଥିବାରୁ ସେ ଦୁଃଖିତ। ଆଣ୍ଡରସନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଛନ୍ତି। ୨୦୧୫ ବିଶ୍ୱକପ୍‌ରେ ରନର୍ସଅପ୍‌ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଆଘାତଜନିତ ସମସ୍ୟା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିଥିଲା। ନ୍ୟୁଜିଲାଣ୍ଡ ତରଫରୁ ସେ ଶେଷଥର ପାଇଁ ୨୦୧୮ରେ ଏକ ଅନ୍ତଜର୍ର୍ାତୀୟ ଟି୨୦ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିବିକେଏସ୍‌ ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ...

ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଦ୍ରାଭିଡ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି ଦ ଓ୍ବାଲ ରାହୁଲ ଦ୍ରାଭିଡ୍‌। ଗତ ୫୦ ବର୍ଷରେ ଭାରତର ମହାନ ଟେଷ୍ଟ ଖେଳାଳି ଭାବେ ଦ୍ରାଭିଡ ସର୍ବାଗ୍ରେ...

ପୁଅ ଲଗାତର ୬ ବଲ୍‌ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍‌ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ)...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ପ୍ରଗତି ଜିତିଲା ଓସ୍କାର କପ୍‌

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ନିରୋଜ ମେମୋରିଆଲ ଓସ୍କାର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୧୧ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଫାଇନାଲରେ ସହିଦ ସ୍ପୋର୍ଟିଂକୁ ୧୩ ରନରେ ହରାଇ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବିସିସିଆଇକୁ ଲାଗିଲାଣି ଭୟ

ନୂଆଦିଲ୍ଲୀ,୨୪।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟାର୍ଦ୍ଧ ଖେଳାଯାଉଛି।ଅକ୍ଟୋବର ୧୫ରେ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ୨ ଦିନ ପରେ ଟି -୨୦ ବିଶ୍ୱକପ ଆରମ୍ଭ...

ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ରାହୁଲ

ଜୋହାନ୍ସବର୍ଗ,୪।୧: ଭାରତୀୟ କ୍ରିକେଟରେ କେଏଲ ରାହୁଲ ଏବେ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ ଟେଷ୍ଟରେ ୧୨୩ ରନ ସ୍କୋର କରିବା ପରେ କେ.ଏଲ...

୧୯୮୫-୮୬ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଏମିତି କାରନାମା କଲା ଭାରତ

ମେଲବୋର୍ନ, ୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋନର୍ର୍ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଛି।...

Advertisement
Archives

Model This Week