Posted inଖେଳ

କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍‌ଘାଟନୀ ମ୍ୟାଚ

 

ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ ଅଭିଯାନ ଆରମ୍ଭ କରିଛି। ରବିବାର ରାତିରେ ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ମର୍କ୍ୱିନୋ, ନେମାର ଓ ଗାବ୍ରିଏଲ ବାର୍ବୋସା ଗୋଲ ସ୍କୋର କରି ବ୍ରାଜିଲକୁ ବିଜୟୀ କରାଇଛନ୍ତି। କରୋନାରେ ଅନେକ ସଂକ୍ରମିତ ହୋଇଥିବାରୁ ଭେନେଜୁଏଲା ଶ୍ରେଷ୍ଠ ଏକାଦଶ ଖେଳିବା ସମ୍ଭବ ହୋଇ ନ ଥିଲା। ଆର୍ଜେଣ୍ଟିନା ଓ କଲମ୍ବିଆ ସହ ଆୟୋଜକରୁ ବାଦ୍‌ ପଡ଼ିବା ପରେ ଦକ୍ଷିଣ ଆମେରିକା ଫୁଟବଲ ପରିଚାଳନା ସଂସ୍ଥା କନ୍‌ମେବୋଲ କରୋନା ସଂକ୍ରମଣ ସକ୍ରିୟ ରହିଥିଲେ ହେଁ ବ୍ରାଜିଲକୁ ଆୟୋଜକଭାବେ ବାଛିଥିଲା। ଦେଶରେ ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରୁଥିଲେ ହେଁ ବ୍ରାଜିଲ ଅଧିନାୟକ କାସେମିରୋ ନିଜ ଦଳ ଟାଇଟଲ ବଜାୟ ରଖିବାନେଇ ବେଶ୍‌ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍‌ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’

ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ସବୁଆଡ଼େ...

ସଚିନଙ୍କୁ ବିଶ୍ୱର ସମ୍ମାନଜନକ ଲୌରିୟସ କ୍ରୀଡ଼ା ପୁରସ୍କାର

ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ...

ଆଇପିଏଲ୍‌ର ୧୫ ବର୍ଷର ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଘଟିଲା ଏପରି

ମୁମ୍ବାଇ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣ ପାଞ୍ଚ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଲାଗି ନିରାଶାଜନକ ଥିଲା। ଲଗାତାର ଭାବେ ୮ ଥର ପରାଜିତ...

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ...

ରାଜ୍ୟ ଟେନିସ୍‌ ବଲ୍‌ ଦଳରେ ଭଦ୍ରକରୁ ୫

ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍‌ ବଲ୍‌ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ...

ସ୍ବତନ୍ତ୍ର ‘ଶତକ’ ପୂରଣ କଲେ ରିଷଭ,ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ସେଞ୍ଚୁରିୟନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ ଟେଷ୍ଟର ତୃତୀୟ ଦିନରେ ରିଷଭ ପନ୍ତ ଏକ ସ୍ବତନ୍ତ୍ର ‘ଶତକ’ ପୂରଣ କରିଥିଲେ। ସେ ଉଇକେଟ ପଛରେ ୧୦୦...

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ...

ସେରେନା ଜିତିଲେ, ଭେନସ ହାରିଲେ

ନୁୟର୍କ, ୩।୯(ଏପି)- ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସ ବିଜୟୀ ହୋଇଥିବାବେଳେ ତାଙ୍କ ବଡ଼ ଭଉଣୀ ଭେନସ...

Advertisement
Archives

Model This Week