ବ୍ରହ୍ମପୁର ସମବାୟ ରାଜନୀତି ଚଳଚଞ୍ଚଳ

ବ୍ରହ୍ମପୁର ଅଫିସ,୨୯।୫: ସମବାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଛି। ଶତାଧିକ ବର୍ଷର ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ଜୁନ୍‌ ୨୬ରେ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ହେବାକୁ ଥିବା ୧୫ ଜଣଙ୍କ ମଧ୍ୟରୁ ମହିଳାଙ୍କ ଲାଗି ୬ ଜୋନ ସଂରକ୍ଷିତ ରଖାଯାଇଛି। ୨୦୧୫ ନିର୍ବାଚନରେ ନିର୍ବାଚିତ ବ୍ୟାଙ୍କର ସଭାପତି, ଉପସଭାନେତ୍ରୀ ଓ ପରିଚାଳନା ନିର୍ଦ୍ଦେଶକମାନଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦ ମେ’ରେ ସରିଥିଲା। ଦୁଇ ବର୍ଷ ଧରି ସରକାରଙ୍କ ନିୟନ୍ତ୍ରଣରେ ରହିବା ପରେ ଏବେ ନିର୍ବାଚନ ହେବାକୁ ଯାଉଛି। ସମବାୟ ଅନୁଷ୍ଠାନ ଅଣରାଜନୈତିକ ବୋଲି କୁହାଯାଉଛି ଏବଂ ନିର୍ବାଚନରେ ଦଳୀୟ ଚିହ୍ନ ନ ରହିବା ବ୍ୟବସ୍ଥା ହୋଇଛି।
ସୂଚନାଯୋଗ୍ୟ, ଅର୍ବାନ ବ୍ୟାଙ୍କ ୧୯୦୬ରେ କେତେକ ପ୍ରତିଷ୍ଠିତ ତେଲୁଗୁ ବ୍ୟକ୍ତିଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଘରୋଇ ଭାବେ କାର୍ଯ୍ୟ କରୁଥିଲା। ଏହି ବ୍ୟାଙ୍କକୁ ଏବେ ବି ଟଙ୍କାଟିଏ ମଧ୍ୟ ଅନୁଦାନ ମିଳିନାହିଁ। ଘର ବନ୍ଧକ ଦେଇ କେବଳ ଋଣ ନେବା ଏବଂ ମିଳୁଥିବା ସୁଧରେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ୧୧୬ ବର୍ଷର ଏହି ପୁରାତନ ସମବାୟ ସଂସ୍ଥାରେ ଅଦ୍ୟାବଧି ଶତବାର୍ଷିକୀ ସମାରୋହ ପାଳିତ ହୋଇ ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ସହରର ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ସମୟରେ ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ହୋଇଥିବା ନଜିର ଅଛି।
ସ୍ବର୍ଗତ ବୃନ୍ଦାବନ ନାୟକ, ବସନ୍ତ କୁମାର ପାଣିଗ୍ରାହୀ, ଦଣ୍ଡପାଣି ସାହୁ, କୃଷ୍ଣଚରଣ ପଟ୍ଟନାୟକ, ଭରତ ମିଶ୍ର ଓ ଅନ୍ୟମାନେ ଏହାର ସଭାପତି ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉଦୟନାଥ ନାୟକ, ମନୋରମା ସାବତ ଓ ଦୀପକ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ସମ୍ଭାଳିଥିଲେ। ଏହି ବ୍ୟାଙ୍କରେ ସୁଧ ହାର ଚଢ଼ା ସତ୍ତ୍ୱେ ଜରୁରିକାଳୀନ କାର୍ଯ୍ୟ ନିମନ୍ତେ ତତ୍କାଳ ଋଣ ମିଳୁଥିବାରୁ ଲୋକେ ଘର ବନ୍ଧକ ଦେଇ ଉପକୃତ ହେଉଛନ୍ତି। ତେଣୁ ସହରାଞ୍ଚଳ ଲୋକଙ୍କର ବ୍ୟାଙ୍କ ପ୍ରତି ଭରସା ରହିଛି। ମହାନଗରର କେନ୍ଦ୍ର ସ୍ଥଳୀରେ ବ୍ୟାଙ୍କ ଅଛି ଏବଂ ସାନ୍ଧ୍ୟ ଶାଖା ସ୍ବତନ୍ତ୍ର ଭାବେ ରହିଛି। ବହୁବର୍ଷ ତଳୁ ଲକର ବ୍ୟବସ୍ଥା ରହିଛି।
ନିର୍ଦ୍ଦେଶକ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପ୍ରତି ଆରମ୍ଭ ହୋଇଯାଇଛି। ମୁଖ୍ୟ ବିରୋଧୀ ଭାଜପା ପକ୍ଷରୁ ମଧ୍ୟ ବିଭିନ୍ନ ଜୋନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରାର୍ଥୀ ମନୋନୀତ ନିମନ୍ତେ ପଦକ୍ଷେପ ନିଆଯାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ବାମପନ୍ଥୀ ଦଳ ପକ୍ଷରୁ କେତୋଟି ଜୋନରେ ଭୋଟ ଲଢ଼େଇ କରାଯିବାର କୁହାଯାଇଛି। ପ୍ରାର୍ଥୀମାନେ ସ୍ବାଧୀନ ଭଳି ବିଭିନ୍ନ ଚିହ୍ନରେ ମଇଦାନକୁ ଓହ୍ଲାଇବାର ବ୍ୟବସ୍ଥା ରହିଛି। ଅଣ ରାଜନୀତି କୁହାଯାଉଥିବା ସମବାୟ ସମସ୍ତଙ୍କର ହୋଇଥିବା ବେଳେ ଏହାକୁ ନିଜର କରିବା ଲାଗି ଶାସକ ଓ ବିରୋଧୀ ପ୍ରୟାସ କରୁଛନ୍ତି। ସମବାୟ ଅର୍ବାନ ବ୍ୟାଙ୍କ ନିଜ ଦଖଲକୁ ନେବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିସାରିଛି। ନିର୍ବାଚନ ଦିନ ହିଁ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବାର ପ୍ରକାଶିତ ବିଜ୍ଞପ୍ତିରେ
ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri