Posted inଫୁରସତ

ସବୁଠାରୁ ଥଣ୍ଡା ତାରା ‘ବାଦାମୀ ଡ୍ରଫ୍‌’

ନୂଆଦିଲ୍ଲୀ: ନିକଟରେ ସବୁଠାରୁ ଥଣ୍ଡା ତାପମାତ୍ରା ବିଶିଷ୍ଟ ତାରାର ଅନୁସନ୍ଧାନ କରାଯାଇଛି, ଯାହାକି ରେଡିଓ ୱେଭ୍‌ ନିର୍ଗମନ କରୁଛି। ଏହା ତାରାର ନାମ ଓ୍ବାଇଜ୍‌ ଜେ୦୬୨୩ ଏବଂ ବାଦାମୀ ଡ୍ରଫ୍‌ ତାରା ଭାବେ ପରିଚିତ। ଏହା ପୃଥିବୀଠାରୁ ୩୭ ଆଲୋକବର୍ଷ ଦୂରରେ ରହିଛି। ଅନୁସନ୍ଧାନକାରୀଙ୍କ ଅନୁସାରେ ଏହି ତାରାର ତାପମାତ୍ରା ୭୦୦ କେଲ୍‌ଭିନ୍‌ (କିମ୍ବା ୪୨୦ ଡିଗ୍ରୀ ସେଲ୍‌ସିୟସ୍‌) ରେକର୍ଡ କରିଛନ୍ତି। ଏହାକୁ ଅଷ୍ଟ୍ରେଲିଆର ଏକ ଟିମ୍‌ ଏସ୍‌କେଏ ପାଥ୍‌ ଫାଇଣ୍ଡର ରେଡିଓ ଟେଲିସ୍କୋପ୍‌ ମାଧ୍ୟମରେ ‘ଇଚ୍ଚ-ସଠିକ୍‌-ଗତି ଅଲ୍‌ଟ୍ରାସାଉଣ୍ଡ ଡ୍ରଫ୍‌’ ଚିହ୍ନଟ କରିଛି। ଏହି ଟେଲିସ୍କୋପ୍‌ ପଶ୍ଚିମ ଅଷ୍ଟ୍ରେଲିଆର ଇନ୍‌ୟାରିମାନ୍‌ହାର ଇଗାରି ବୁନ୍ଧାରାରେ ଥିବା ସିଏସ୍‌ଆଇଆର୍‌ଓ ମର୍ଚିଶନ ରେଡିଓ ଜ୍ୟୋତିର୍ବିଜ୍ଞାନ ଅବଜରଭେଟୋରିଠାରେ ରହିଛି। ଏଥିରେ ୩୬ଟି ଆଣ୍ଟିନା ରହିଥିବାବେଳେ ସମସ୍ତ ଆଣ୍ଟିନାର ବ୍ୟାସ ୩୯ ଫୁଟ୍‌। ବୈଜ୍ଞାନିକମାନେ କହିଛନ୍ତି, ସାଧାରଣତଃ ଆକାରରେ ଛୋଟ ଏବଂ କମ୍‌ ଉଜ୍ଜ୍ୱଳ ବିଶିଷ୍ଟ ତାରାକୁ ଖୋଜିବା କଷ୍ଟକର ହୋଇଥାଏ। ହେଲେ ଏହାର ଚୁମ୍ବକୀୟ କ୍ଷେତ୍ର ପାଇଁ ଏଥିରୁ ରେଡିଓ ତରଙ୍ଗ ନିର୍ଗମନ ହେତୁ ଏହାକୁ ଖୋଜିବାରେ ଅନୁସନ୍ଧାନକାରୀମାନେ ସକ୍ଷମ ହୋଇଥିଲେ। ଏହାର ତାରା ପାଖରେ ୩ ମିଲିୟନ ରେଡିଓ ସୋର୍ସେସ୍‌ ରହିଛି, ଯାହା ଗୋଲାକର ଭାବେ ନିଜର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଛି। ବୈଜ୍ଞାନିକଙ୍କ ମତରେ ଏହାର ଆକାର ବୃହସ୍ପତି ସହ ସମାନ ହେବା ସତ୍ତ୍ୱେ ଏହି ତାରାର ଚୁମ୍ବକୀୟ କ୍ଷେତ୍ର ସୂର୍ଯ୍ୟଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ । ଓ୍ବାଇଜ୍‌ ଜେ୦୬୨୩ ଅଳ୍ପ କିଛି ଜଣାଶୁଣା ଅଲ୍‌ଟ୍ରା କୁଲ୍‌ ଡ୍ରଫ୍‌ଗୁଡ଼ିକ ମଧ୍ୟରୁ ଗୋଟେ ଯାହା ବାରମ୍ବାର ରେଡିଓ ବିସ୍ଫୋରଣ ସୃଷ୍ଟିକରେ। ଏହି ରେଡିଓ ନିର୍ଗମନ ଆମକୁ କୌଣସି ଗ୍ରହରେ ବଞ୍ଚିବାର ସମ୍ଭାବନା ବିଷୟରେ ଅଧିକ ତଥ୍ୟ ଦେଇପାରିବ ବୋଲି ଅନୁସନ୍ଧାନକାରୀମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri