ବାଘ, ଭାଲୁଙ୍କ ପାଇଁ କୁଲର

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର):ବନ୍ୟପ୍ରାଣୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଏକ ସପ୍ତାହ ଧରି ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ଜୀବମାନଙ୍କୁ ଅଂଶୁଘାତ ଓ ନିର୍ଜଳୀୟନ(ଡିହାଇଡ୍ରେସନ)ରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଚଳିତବର୍ଷଠାରୁ ଭାଲୁ ଏବଂ ଚିତାବାଘ ରହିଥିବା ଯନ୍ତା ବା କୋଠରିକୁ ଉତ୍ତାପମୁକ୍ତ କରିବା ପାଇଁ ଏଠାରେ ବଡ଼ ବରଫ ଶିଳାଖଣ୍ଡ ଯୋଗାଇ ଦିଆଯାଇ କୁଲରର ବ୍ୟବସ୍ଥା କରାଯାଇଛି। ସେହିପରି ଏଠାରେ ରହୁଥିବା ସମସ୍ତ ୨୮ଟି ବନ୍ୟଜୀବଙ୍କ କୋଠରିକୁ ବାଉଁଶ ଓ ଛପର ଛାଉଣିରେ ଆଚ୍ଛାଦିତ କରାଯାଇଛି। କୋଠରି ମଧ୍ୟକୁ ପବନ ଯାତାୟତ ପାଇଁ ଏହାର ପାଚେରିଗୁଡ଼ିକରେ ଏକାଧିକ ଛିଦ୍ର କରାଯାଇ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଛି। ବନ୍ୟଜନ୍ତୁଙ୍କୁ ସର୍ବଦା ହାଇଡ୍ରେଟ୍‌ ରଖିବା ପାଇଁ ପାନୀୟ ଜଳ ସହିତ ଗ୍ଲୁକୋଜ୍‌, ଓଆରଏସ୍‌, ମହୁ ଓ ଇଲେକ୍ଟ୍ରୋଲାଇଟ୍‌ ଭଳି ଗ୍ରୀଷ୍ମକାଳୀନ ଖାଦ୍ୟ ଓ ପାନୀୟ ପ୍ରଦାନ କରାଯାଉଛି। ସାଲାଡ ଆକାରରେ ତରଭୁଜ, ଆଖୁ, କାକୁଡି, ଅମୃତଭଣ୍ଡା, ଅଙ୍ଗୁର, ବିଲାତି ଭଳି ଜଳୀୟ ପରିମାଣ ଅଧିକ ଥିବା ଖାଦ୍ୟ ଦିଆଯାଉଛି। ମୟୂର ଆଦି ବିଭିନ୍ନ ପକ୍ଷୀ ରହୁଥିବା ସ୍ଥାନକୁ ସବୁଜ ଜାଲ ଓ ବାଉଁଶରେ ଆଚ୍ଛାଦିତ କରାଯାଇ ନିୟମିତ ଜଳ ସିଞ୍ଚନ କରାଯାଉଛି।
ସୂଚନାଯୋଗ୍ୟ ଯେ, ଚଳିତ ଗ୍ରୀଷ୍ମରେ ଚୌଶିଙ୍ଗା, କୃଷ୍ଣାଞ୍ଜନ, ହରିଣ, ସମ୍ବର ଆଦି ବନ୍ୟଜନ୍ତୁ ୪ଟି ଶାବକ ଜନ୍ମ ଦେଇଛନ୍ତି। ସେହିପରି ଦୀର୍ଘଦିନ ପରେ ଏଠାରେ ଥିବା ଏକ ଅଜଗର ମଧ୍ୟ ୧୫ଟି ଅଣ୍ଡା ଦେଇଛି। ସେଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ବନ୍ୟପ୍ରାଣୀ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଛୁଟିଦିନମାନଙ୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ପ୍ରାଣୀ ଉଦ୍ୟାନରେ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ସହିତ ପ୍ରତି ରବିବାର ଏଠାରେ ଛୋଟ ପିଲାଙ୍କ ମଧ୍ୟରେ ଗପ କହିବା କାର୍ଯ୍ୟକ୍ରମ ଆୟୋଜିତ ହେଉଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?