Posted inଫୁରସତ

କୁଲ୍‌ ସମର୍‌ ଡେଷ୍ଟିନେଶନ

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗେ। ଇଚ୍ଛା ହୁଏ ଏମିତି କେଉଁ ସ୍ଥାନକୁ ଚାଲିଯିବା ପାଇଁ; ଯେଉଁଠି ଖରାଦିନେ ବି ଶୀତଳ ପବନର ସ୍ପର୍ଶ ମିଳୁଥିବ। ତେଣୁ ଏଠାରେ ସେମିତି କେତୋଟି ପ୍ରମୁଖ ସମର୍‌ ଡେଷ୍ଟିନେଶନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବୁଲିଗଲେ ଖରାଦିନେ ବେଶ୍‌ ଆରାମ ଅନୁଭବ ହୋଇପାରିବ…

*ଊଟି: ଊଟି ବା ଉଦ୍‌ଗମଣ୍ଡଳମ୍‌ ହେଉଛି ତାମିଲନାଡ଼ୁର ନୀଳଗିରି ଜିଲା ଅନ୍ତର୍ଗତ ଏକ ସହର। ହିଲ୍‌ ଷ୍ଟେଶନ ଭାବେ ବି ଏହା ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୨,୨୪୦ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପାର୍କ, ବଗିଚା, ହ୍ରଦ, ଡ୍ୟାମ୍‌, ଐତିହାସିକ ପ୍ରାସାଦ, ସଂଗ୍ରହାଳୟ ଇତ୍ୟାଦି ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଏକ ଚା’ ଫ୍ୟାକ୍ଟ୍ରି ମଧ୍ୟ ରହିଛି; ଯେଉଁଠାକୁ ବୁଲିଯାଇ ଆଗନ୍ତୁକ ଚା’ ଚାଷ ସମ୍ପର୍କିତ ବହୁ ତଥ୍ୟ ବି ଜାଣିପାରିବେ। ତେବେ ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ଶୀତଳତାପୂର୍ଣ୍ଣ ଜଳବାୟୁ ପାଇଁ ବିଶେଷକରି ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

*ନୈନିତାଲ୍‌: ଉତ୍ତରାଖଣ୍ଡସ୍ଥିତ ନୈନିତାଲ୍‌ ବି ହେଉଛି ଏକ ଲୋକପ୍ରିୟ ଶୈଳନିବାସ। ଏଠାରେ ଘଞ୍ଚ ଜଙ୍ଗଲରେ ଘେରି ହୋଇ ରହିଥିବା ଖୁବ୍‌ ଉଚ୍ଚ ଉଚ୍ଚ ପାହାଡ଼ ସାଙ୍ଗକୁ ଝରଣା ଦେଖିବାକୁ ମିଳିଥାଏ। ଖାସ୍‌ ସେଇଥିପାଇଁ ଅନେକ ନବଦମ୍ପତି ଏଠାକୁ ହନିମୁନ୍‌ ଟ୍ରିପ୍‌ରେ ଆସିଥାନ୍ତି। କେବଳ ନବଦମ୍ପତି କାହିଁକି, ପ୍ରେମଦିବସକୁ ସ୍ମରଣୀୟ କରିବା ପାଇଁ ଏଠାକୁ ବହୁ ସଂଖ୍ୟାରେ ପ୍ରେମୀଯୁଗଳ ବି ଆସିଥାନ୍ତି। ତେବେ ଅନ୍ୟଦିନ ତୁଳନାରେ ଖରାଦିନେ ଏଠାକାର ଜଳବାୟୁ ବେଶ୍‌ ମନୋରମ ଓ ଶୀତଳ ରହୁଥିବାରୁ ଖରାଛୁଟି କଟାଇବା ପାଇଁ ବହୁ ସଂଖ୍ୟାରେ ଆଗନ୍ତୁକ ଏଠାକୁ ଆସିଥାନ୍ତି।

*ଅର୍କି: ହିମାଚଳ ପ୍ରଦେଶର ସୋଲାନ୍‌ ଜିଲା ଅନ୍ତର୍ଗତ ଏକ ଛୋଟ ସହର ହେଉଛି ଅର୍କି। ଏହା ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ବି ଜଣାଶୁଣା। କାରଣ ଏଠାରେ ଦେଖିବାକୁ ମିଳିଥାଏ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ, ଦୁର୍ଗ ଇତ୍ୟାଦି। ତେବେ କେବଳ ପର୍ଯ୍ୟଟନ କ୍ଷେତ୍ରରେ ନୁହେଁ, ଏଠାକାର ଶୀତଳ ଜଳବାୟୁ ମଧ୍ୟ ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। କାରଣ ଅର୍କିଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ସିମ୍‌ଲା, ଯାହାକୁ ଦିନେ ବ୍ରିଟିଶ ରାଜ୍ୟର ଗ୍ରୀଷ୍ଣକାଳୀନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା। ତେଣୁ ଏହିଥିରୁ ଅନୁମାନ କରାଯାଏ ଯେ, ସିମ୍‌ଲାର ଜଳବାୟୁ ଓ ଅର୍କିର ଜଳବାୟୁ ପ୍ରାୟତଃ ସମାନ ରହିଥାଏ। ବିଶେଷକରି ଖରାଦିନେ ଏଠାକାର ପାଣିପାଗ ବେଶ୍‌ ଶୀତଳତା ପ୍ରଦାନ କରୁଥିବାରୁ ପର୍ଯ୍ୟଟକଙ୍କର ଏଠାରେ ଖୁବ୍‌ ଭିଡ଼ ଜମେ।

*ଲାକ୍ଷାଦ୍ୱୀପ: ଏଠାକାର ଶାନ୍ତ, ସୁନ୍ଦର ବେଳାଭୂମିରେ କିଛି କ୍ଷଣ ବସିପଡ଼ିଲେ ଥକାପଣ ଚୁଟ୍‌କିରେ ଦୂରେଇ ଗଲା ଭଳି ଲାଗେ। ବିଶେଷକରି ଖରାଦିନେ ଏଠାକାର ପାଣିପାଗ ବେଶ୍‌ ଶୀତଳତା ପ୍ରଦାନ କରିଥାଏ; ସେଥିପାଇଁ ବ୍ୟସ୍ତମୟ ଜୀବନରୁ କିଛି ସମୟ ବିରତି ପାଇଲେ ପର୍ଯ୍ୟଟକ ଏଠାକୁ ଖରାଛୁଟି କଟାଇବାକୁ ଧାଇଁ ଆସିଥାନ୍ତି। ଛୁଟି କଟାଇବା ସହ ପର୍ଯ୍ୟଟକ ଏଠାରେ ଅନେକ ଆକର୍ଷଣୀୟ ସ୍ଥାନ ଯେମିତିକି- ଅଗତ୍ତି ଦ୍ୱୀପ, କଭରତ୍ତି, ଅମିନି ଦ୍ୱୀପ, ବଙ୍ଗରାମ ଇତ୍ୟାଦି ବୁଲି ଦେଖିବାର ମଜା ମଧ୍ୟ ଉଠାଇଥାନ୍ତି।

*ମାଥେରାନ୍‌: ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଏକ ପ୍ରସିଦ୍ଧ ହିଲ୍‌ ଷ୍ଟେଶନ। ସମୁଦ୍ରପତ୍ତନଠାରୁ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ପ୍ରାୟ ୪୦ଟି ପଏଣ୍ଟ, ଦୁଇଟି ହ୍ରଦ, ଦୁଇଟି ପାର୍କ ତଥା ୪/୫ଟି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଥିବା ସନ୍‌ସେଟ୍‌ ପଏଣ୍ଟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ। ଖାସ୍‌ କରି ଖରାଛୁଟି କଟାଇବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ହୋଇଥାଏ।

*ଅଲାପ୍ପୁଝା ବିଚ୍‌: ଅଲାପ୍ପୁଝା ହେଉଛି କେରଳସ୍ଥିତ ଏକ ସୁନ୍ଦର ସହର। ଏହା ଅଲ୍ଲେପ୍ପୀ ନାମରେ ବି ପରିଚିତ। ଏଠାରେ ରହିଛି ଅଲାପ୍ପୁଝା ନାମକ ଏକ ଲୋକପ୍ରିୟ ସମୁଦ୍ରତଟ। ଶାନ୍ତ, ସ୍ବଚ୍ଛ ତଥା ଅପୂର୍ବ ଆକର୍ଷଣରେ ଭରା ଏହି ସମୁଦ୍ରତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ମନୋମୁଗ୍ଧକର ହୋଇଥାଏ। ତା’ଛଡ଼ା ଏହି ସମୁଦ୍ରକୂଳର ଧାରେ ଧାରେ ଲଗାଯାଇଥିବା ଖଜୁରି ଗଛ ଏଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରି ଦେଇଥାଏ। ତେବେ ଅଲାପ୍ପୁଝାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାକାର ବ୍ୟାକ୍‌ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ଅପୂର୍ବ ଆନନ୍ଦ ଉପଭୋଗ କରିବା। ଏହାକୁ ଖରାଛୁଟି କଟାଇବା ପାଇଁ ଏକ ଉପଯୁକ୍ତ ସମର୍‌ ଡେଷ୍ଟିନେଶନ କହିଲେ ମଧ୍ୟ ଆଦୌ ଭୁଲ୍‌ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?