ରନ୍ଧନ, ଇନ୍ଧନ ଚିନ୍ତା ବଢ଼ିଲା

ଭୁବନେଶ୍ୱର,୫ା୩(ବ୍ୟୁରୋ):  ୟୁକ୍ରେନ୍‌ ଉପରେ ରୁଷିଆ ୧୦ ଦିନ ହେବ ଜୋରଦାର ଯୁଦ୍ଧ ଚଳାଇଛି। ଏହାର ପ୍ରଭାବ ଏବେ ହାଣ୍ଡିଶାଳ ଓ ଯାନବାହନ ଉପରେ ପଡ଼ିଛି। ଗତ କିଛିଦିନ ହେବ ସୂର୍ଯ୍ୟମୁଖୀ ଓ ଖାଇବା ତେଲ ମୂଲ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ୮ ଦିନ ମଧ୍ୟରେ ଖାଇବା ତେଲ ଲିଟର ପିଛା ୨୦ରୁ ୩୦ ଟଙ୍କା ବଢ଼ିଯାଇଛି। ଯୁଦ୍ଧ ଲାଗି ରହିଲେ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଦେଶରୁ ଆମଦାନୀ ହେଉଥିବା ତେଲ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏହି ଦର ବୃଦ୍ଧି ଘଟିଥିବା ବ୍ୟବସାୟୀ କହୁଛନ୍ତି। ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ପେଟ୍ରୋଲିୟମ୍‌ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରକୁ ଟପିଗଲାଣି। ଦେଶର ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ବାଧ୍ୟ ହୋଇ ତୈଳ କମ୍ପାନୀଗୁଡ଼ିକ କ୍ଷତି ସତ୍ତ୍ୱେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିନାହାନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପରେ ଆସନ୍ତା ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ସ୍ପଷ୍ଟ ହେଲାଣି। ତୈଳ ଦର ବୃଦ୍ଧି ହେବା ଜାଣିବା ପରେ ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ଲାଗିଲାଣି। ଲୋକମାନେ ଦର ବଢ଼ିବା ଆଶଙ୍କା କରି ଯାନବାହନ ଟାଙ୍କି ଭର୍ତ୍ତି କରୁଥିବା ଦେଖାଯାଉଛି। ତୈଳ ଦର ବୃଦ୍ଧି ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିବ। କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବା ବେଳେ ବଜାରରେ ଅତ୍ୟାବଶ୍ୟକ ତୈଳ ଦର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। କ୍ଷୁଦ୍ର ବ୍ୟବସାୟୀ, ମଧ୍ୟବିତ୍ତ ପରିବାରଙ୍କ ଉପରେ ଆର୍ଥିକ ବୋଝ ଆହୁରି ବଢ଼ିଯିବ। ଆଗାମୀ ଦିନରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ।
ଖାଇବା ତେଲ ଦର ଆହୁରି ବଢ଼ିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଆଶଙ୍କା କରିଛନ୍ତି। ସାମୟିକ ଭାବେ ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ନଚେତ ଖାଉଟିମାନେ ଦର ବୃଦ୍ଧି ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଓ ଅନ୍ୟାନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ। ନଚେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଭଳି ଖାଇବା ତେଲର ମଧ୍ୟ ଦରବୃଦ୍ଧି ଘଟିବ। ଏହା ଗରିବ, ଚାଷୀ, ମୂଲିଆ, ଖଟିଖିଆ ଓ ମଧ୍ୟବିତ୍ତ ପରିବାର ପାଇଁ ଦୁର୍ବିଷହ ହେବ। ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଯୋଗୁ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି। ଆଗାମୀ ଦିନରେ ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଦେଶରେ ଖାଇବା ତେଲ, ବିଶେଷକରି ସୂର୍ଯ୍ୟମୁଖୀ ତେଲ ଦର ଅହେତୁକ ଭାବେ ବଢ଼ିବା ଆଶଙ୍କା ରହିଛି। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ତେବେ ଏହାର ଫାଇଦା ନେବାକୁ ଅସାଧୁ ବ୍ୟବସାୟୀମାନେ ମଧ୍ୟ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମ ଯାଞ୍ଚ କରିବାକୁ ଜିଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦରବୃଦ୍ଧିକୁ ନେଇ ବ୍ୟବସାୟୀମାନେ ମଧ୍ୟ ଖୁସି ନାହାନ୍ତି। ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଆମ ରାଜ୍ୟରେ ଗୋଟିଏ ଡ୍ରପ୍‌ ସୂର୍ଯ୍ୟମୁଖୀ କିମ୍ବା ପାମୋଲିନ ତେଲ ଉତ୍ପାଦନ ହେଉ ନାହିଁ। ଅନ୍ୟ ଦେଶ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। ଯୁଦ୍ଧ ଯୋଗୁ ତେଲ ଦର ବଢିଛି। ଆଗକୁ କ’ଣ ହେବ କହିହେବ ନାହିଁ। ରାଜ୍ୟରେ ଖାଇବା ତେଲ ଉତ୍ପାଦନ ନେଇ କୌଣସି ଯୋଜନା ନାହିଁ। ରାଜ୍ୟରେ ସମସ୍ତ ତେଲ ଉତ୍ପାଦନ ହୋଇପାରନ୍ତା। ସେଥିପାଇଁ ଆନ୍ତରିକତାର ଅଭାବ ରହିଛି। ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଦର ବୃଦ୍ଧିକୁ ମଧ୍ୟ ସମ୍ଭାଳିବାକୁ ହେବ। ଯୁଦ୍ଧ ଅଧିକ ଦିନ ଚାଲିଲେ ପରିସ୍ଥିିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି।
ଖାଇବା ତେଲ ଦରବୃଦ୍ଧିକୁ ନେଇ ଗୃହିଣୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଶ୍ରଦ୍ଧାଞ୍ଜଳି ପଣ୍ଡା କହିଛନ୍ତି ଯେ ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ପଡ଼ିବା ଆରମ୍ଭ ହେଲାଣି। ରିଫାଇନ୍‌ ତେଲରେ ଏକାଥରକେ ୨୦ଟଙ୍କା ବୃଦ୍ଧି ହୋଇଛି। ଆମ ଘରେ ମାସକୁ ୩ ଲିଟର ରିଫାଇନ୍‌ ତେଲ ଆବଶ୍ୟକ ହୁଏ। ଦର ବୃଦ୍ଧି ସମସ୍ୟା ସୃଷ୍ଟି କରିଛି। ବାଧ୍ୟ ହୋଇ ତେଲ ବ୍ୟବହାର କମ୍‌ କରିବାକୁ ପଡ଼ିବ। ସେହିପରି ଗୃହିଣୀ ସସ୍ମିତା ରାୟ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଖାଇବା ତେଲ ଦର ମଧ୍ୟ ବଢ଼ିଲାଣି। ଆମ ଭଳି ମଧ୍ୟବିତ୍ତ ପରିବାର ସୀମିତ ରୋଜଗାରରେ ଚଳିବା କଷ୍ଟକର ହୋଇପଡୁଛି। ପ୍ରତି ଘରେ ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ତେଲ ବ୍ୟବହାର ହୁଏ। ମାସକୁ ଅତି କମ୍‌ରେ ୨ରୁ ୩ଲିଟର ତେଲ ଖର୍ଚ୍ଚ ହୋଇଥାଏ। ଲିଟର ପିଛା ୨୦ ଟଙ୍କା ବୃଦ୍ଧି ପାଇଥିବାରୁ ବାଧୁଛି। ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବା ସହ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri