Posted inଜାତୀୟ

ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ

ନୂଆଦିଲ୍ଲୀ,୧୦ା୫: ଜଣଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ୍ୟ ଓ ସ୍ବେଚ୍ଛାକୃତ ବୋଲି କୋର୍ଟ ଗ୍ରହଣ କରିବା ପରେ ତାକୁ ଦଣ୍ଡବିଧାନର ମୌଳିକ ଆଧାର ରୂପେ ଧରାଯାଇପାରିବ। ଏଥିଲାଗି ଅନ୍ୟ ଅଧିକ ସାକ୍ଷ୍ୟ ପ୍ରମାଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଦୋହରାଇଛନ୍ତି। ଏକ ହତ୍ୟା ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ମୁକ୍ତ କରିଥିବାବେଳେ କର୍ନାଟକ ହାଇକୋର୍ଟ ଉକ୍ତ ରାୟକୁ ପଲଟାଇ ଦୋଷୀ ସାବ୍ୟସ୍ତ କରିଥିଲେ। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନକୁ ହାଇକୋର୍ଟ ଗ୍ରହଣ କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖିଛନ୍ତି। ଯେଉଁଠି ଜଣେ ବ୍ୟକ୍ତିଙ୍କ ବଞ୍ଚତ୍ବା ଆଶା କ୍ଷୀଣ ଥିବ, ସେ ମରିବା ପୂର୍ବରୁ ଦେଇଥିବା ବୟାନକୁ ନିର୍ଦ୍ଦିଷ୍ଟ ଭାବେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗେଇଛନ୍ତି ଥରୁର

ଥିରୁଭାନନ୍ତପୁରମ,୨୩।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମ ଆସନରୁ ପାଖାପାଖି ୧୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ସାରା ଦେଶରେ ଦେଖିବାକୁ...

କେତେ ମାସ ପର୍ଯ୍ୟନ୍ତ ରହିବ କରୋନା ସଂକ୍ରମଣ, ବିଶେଷଜ୍ଞ କହିଲେ ଏପରି…

ଓ୍ବାଶିଂଟନ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ...

୧୮ ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ନୂଆଦିଲ୍ଲୀ, ୨୭ା୩: ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଥିବାବେଳେ ପଶ୍ଚିମବଙ୍ଗର ଲୋକେ ଦେଶର ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ଜମ୍ମୁ-କଶ୍ମୀରରେ ବାଜିପାରେ ନିର୍ବାଚନୀ ବିଗୁଲ୍‌

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀର ପରିସୀମା ନିର୍ଦ୍ଧାରଣ ଆୟୋଗ ( Delimitation Commission) କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ବିଧାନସଭା ଆସନଗୁଡ଼ିକର ପୁନଃନିର୍ଦ୍ଧାରଣ ଉପରେ ଚୂଡ଼ାନ୍ତ...

ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ

ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର...

କରୋନା କାଳରେ ବି ବାଦ୍‌ ପଡ଼ୁନି ପାକିସ୍ତାନ: ଡ୍ରୋନ୍‌ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା...

ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୨।୭: ଡବ୍ଲ୍ୟୁଡବ୍ଲ୍ୟୁଇର ପୂର୍ବତନ ଚାମ୍ପିଅନ୍‌ ‘ଦି ଗ୍ରେଟ ଖଲି’ ଅର୍ଥାତ ଦଲିପ ସିଂ ରାଣା ବିବାଦରେ ଛନ୍ଦି ହୋଇପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ...

ହଂକଂ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଫେରିଆସିଲା ଦିଲ୍ଲୀ

ନୂଆଦିଲ୍ଲୀ,୪।୭: ହଂକଂ ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଦିଲ୍ଲୀ ଫେରିଆସିଛି। ବିମାନରେ ୨୦୦ ଜଣ ଯାତ୍ରୀ ଥିଲେ।...

Advertisement
Archives

Model This Week