ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ ୩ୟ ଭ୍ରାମ୍ୟମାଣ ପୁସ୍ତକମେଳା ଭ୍ରମଣ ମହୋତ୍ସବ ଅବସରରେ ସେ ଏହା କହିଛନ୍ତି।
ଭ୍ରାମ୍ୟମାଣ ପୁସ୍ତକମେଳା ମହୋତ୍ସବର ୩ୟ ସଂସ୍କରଣ ରବିବାର ଭୁବନେଶ୍ୱରରୁ ଆରମ୍ଭ ହୋଇ ପୁରୀରେ ଶେଷ ହୋଇଥିଲା। ସାହିତ୍ୟ, ଭ୍ରମଣ, ଇତିହାସ ଓ ଆଳାପ ମିଶ୍ରଣର ଏହି ବହିପର୍ବରେ ବିଶିଷ୍ଟ ଲେଖକ, ସାମ୍ବାଦିକ, ସମ୍ପାଦକ ଓ ଭ୍ରମଣପ୍ରିୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ମହୋତ୍ସବକୁ ବିଶିଷ୍ଟ ଲେଖକ ଜେରି ପିଣ୍ଟୋ ଉଦ୍‌ଘାଟନ କରିଥିଲେ। ଐତିହାସିକ ଉଦୟଗିରି ଗୁମ୍ଫାରୁ ଯାତ୍ରା ଆରମ୍ଭ ହୋଇଥିଲା। ସେଠାରେ ‘ଡି ଟୁର୍‌ ଓଡ଼ିଶା’ ପ୍ରତିଷ୍ଠାତା ସୋଫିଆ ସିମୋନ୍‌ ଏହି ଐତିହ୍ୟସ୍ଥଳୀର ସମୃଦ୍ଧ ଇତିହାସ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଏହା ପରେ ‘ଏ ଗାଇଡ୍‌ ଟୁ ଜର୍ନି’ ଶୀର୍ଷକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣି ମହେଶ ଆରୋରା ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ ଉପରେ ଧ୍ୟାନ କେନ୍ଦ୍ରିତ କରାଇଥିବାବେଳେ ଲେଖକ ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନୌପଚାରିକ ଭାବେ ଗଳ୍ପକଥନ ଓ ଆଳାପ ଆଲୋଚନା ହୋଇଥିଲା। ତା’ ପରେ ଖାଦ୍ୟ ଓ ଭ୍ରମଣ ଅଧିବେଶନରେ ‘ଜେନୋବିୟା କିଚେନ୍‌’ର ପ୍ରତିଷ୍ଠାତା ବେଲାଲ ଜଓହାରା ଓ ସ୍ବାତୀ ମୁର୍ମୁ ସେମାନଙ୍କ ଅଭିଜ୍ଞତା ବଖାଣିଥିଲେ। ଅଂଶଗ୍ରହଣକାରୀ ଧଉଳି ଅଭିମୁଖେ ଯାତ୍ରା କରିଥିଲେ। ବସ୍‌ରେ ଯିବାବେଳେ ସେମାନଙ୍କୁ ବହି ପଢ଼ିବାକୁ ଦିଆଯାଇଥିଲା ଓ ଲୋକଙ୍କ ମଧ୍ୟରେ ପଠନାଭ୍ୟାସ କିଭଳି ବଢ଼ିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଲେଖକମାନେ ସେମାନଙ୍କ ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବା ସହ ପରସ୍ପର ମଧ୍ୟରେ କେଉଁ ବହି ପଢ଼ିବା ଦରକାର ତାହା ଉପରେ ଚର୍ଚ୍ଚା କରିଥିଲେ।
ଯାତ୍ରାର ଅନ୍ତିମ ସ୍ଥଳ ପୁରୀରେ ପହଞ୍ଚିବା ପରେ ‘z’ ହୋଟେଲରେ ଅଂଶଗ୍ରହଣକାରୀମାନେ ଦୁଇଟି ପ୍ୟାନେଲ ଆଲୋଚନାକୁ ଆଗକୁ ବଢ଼ାଇଥିଲେ। ପ୍ରଥମ ଆଲୋଚନାର ବିଷୟବସ୍ତୁ ଥିଲା ‘ରିଡିଂ, ରାଇଟିଂ ଆଣ୍ଡ୍‌ ପବ୍ଲିଶିଂ ଇନ୍‌ ଏ ଫ୍ରାକ୍ଚର୍ଡ ଓ୍ବାଲର୍‌ଡ’। ଏଥିରେ ଜେରି ପିଣ୍ଟୋ, ରବି ସିଂ ଓ ସଞ୍ଜୟ କାକ୍‌ ଭାଗ ନେଇଥିବାବେଳେ ପ୍ୟାନେଲକୁ ସଞ୍ଚାଳନା କରିଥିଲେ ସାମ୍ବାଦିକ ତଥା ଲେଖକ ସମ୍ପଦ ପଟ୍ଟନାୟକ। ପିଣ୍ଟୋ କହିଥିଲେ, ପଢ଼ିବାର ଅଭ୍ୟାସ କମିଯିବା ପଛରେ ରହିଥିବା କାରଣ ହେଉଛି ଅନେକ ସ୍ଥାନରେ ଗ୍ରାନ୍ଥାଗାରର ଅଭାବ ଓ ପାଠକଙ୍କ ପାଖରେ ବହି ଉପଲବ୍ଧ ହୋଇପାରୁନାହିଁ। କେରଳରେ ପୁସ୍ତକ ସମସ୍ତଙ୍କ ପହୁଞ୍ଚରେ ଥିବାରୁ ପଠନ ଅଭ୍ୟାସ ସଂସ୍କୃତି ବଢ଼ିପାରିଛି। ତେଣୁ ଆମେ ସମସ୍ତେ ତାହାକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ପିଣ୍ଟୋ କହିଥିଲେ।
ଦ୍ୱିତୀୟ ପ୍ୟାନେଲ ଆଲୋଚନା ‘ଦି ଏଣ୍ଡୁଅରିଂ ଇମ୍ପୋର୍ଟାନ୍ସ ଆଣ୍ଡ୍‌ ଜୟ ଅଫ୍‌ ସ୍ଲୋ ଲିଭିଂ ଆଣ୍ଡ୍‌ ଟ୍ରାଭେଲ’ ଉପରେ ହୋଇଥିଲା। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ, ଲେଖକ ତଥା ପୂର୍ବତନ ଅର୍ଥନୈତିକ ଓ ରାଜନୈତିକ ଉପଦେଷ୍ଟା ରବି ମନ୍ଥା ଓ ଜେନୋବିୟା କିଚେନ୍‌ର ସ୍ବାତୀ ମୁର୍ମୁ ଏଥିରେ ଭାଗନେଇଥିବା ବେଳେ ଲେଖକ ଚନ୍ଦ୍ରହାସ ଚୌଧୁରୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ତଥାଗତ କହିଥିଲେ, ପିଲାଙ୍କଠାରେ ପଢ଼ିବା ଅଭ୍ୟାସ ଦିନକୁ ଦିନ କମିବାରେ ଲାଗିଛି। ସେମାନଙ୍କୁ ଏହାର ଆନନ୍ଦ ନେବା ଲାଗି ପରିବେଶ ସୃଷ୍ଟି କରାଯାଇପାରୁ ନାହଁ। କେଉଁଠି ମଧ୍ୟ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ଏଭଳି ସନ୍ଧିକ୍ଷଣରେ ପରସ୍ପର ମଧ୍ୟରେ ଆଳାପ ଓ ଭାବର ଆଦାନପ୍ରଦାନ ହେଲେ ପଠନାଭ୍ୟାସ ଫେରିପାଇପାରେ ବୋଲି ତଥାଗତ କହିଛନ୍ତି।
ଓ୍ବାକିଂ ବୁକ୍‌ଫେୟାରର ସହ-ପ୍ରତିଷ୍ଠାତା ଶତାବ୍ଦୀ ମିଶ୍ର ଓ ଅକ୍ଷୟ ବହିବାଲା କହିଥିଲେ, ଏହା ଭାରତର ପ୍ରଥମ ଭ୍ରାମ୍ୟମାଣ ସାହିତ୍ୟ ମହୋତ୍ସବ। ଏହାର ୩ୟ ସଂସ୍କରଣରେ ପୂର୍ବାପେକ୍ଷା ଆମେ ଅଧିକ ଗନ୍ତବ୍ୟସ୍ଥଳକୁ ସାମିଲ କରିଛୁ । ଏହି ନିଆରା କାର୍ଯ୍ୟକ୍ରମ ଉଭୟ ଲେଖକ ଓ ପାଠକଙ୍କୁ ଅନନ୍ୟ ଅଭିଜ୍ଞତା ଭେଟିଦେଇଛି ବୋଲି ସେମାନେ କହିଛନ୍ତି। ଏଥିରେ ୪୫ ଜଣ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ମିଡିଆ ସହଯୋଗୀ ଥିଲା ଓଡ଼ିଶା ପୋଷ୍ଟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?