Posted inଖେଳ

ଶ୍ରୀଲଙ୍କା ୟୁଭା ଲିଗ୍‌ ମ୍ୟାଚକୁ ନେଇ ବିବାଦ

ନୂଆଦିଲ୍ଲୀ, ୪ା୭ (ପି.ଟି.)-ଚଣ୍ଡିଗଡ଼ ନିକଟରେ ଏକ ଟି୨୦ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହି ଖେଳ ଶ୍ରୀଲଙ୍କାରେ ହୋଇଥିବା ଦର୍ଶାଯାଇଛି, ଯାହାକି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ଶାଖା (ଏସିୟୁ), ପଞ୍ଜାବ ପୋଲିସ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି)ର ନଜରକୁ ଆସିଛି। ଏସ୍‌ଏଲସି କହିଛି ଏଥିରେ ଏହାର ସମ୍ପୃକ୍ତି ନାହିଁ। ଯଦି ଅଭିଯୋଗ ଆସେ ତେବେ ଆଇନଗତ ପଦକ୍ଷେପ ନେବାକୁ ପଛାଇବ ନାହିଁ। ଏଣେ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ମ୍ୟାଚ ଜୁନ୍‌ ୨୯ ତାରିଖରେ ଚଣ୍ଡିଗଡ଼ଠାରୁ ୧୬ କିଲୋମିଟର ଦୂର ସାଓ୍ବାରା ଗ୍ରାମ୍‌ରେ ଖେଳାଯାଇଥିଲା। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହା ‘ୟୁଭା ଟି୨୦ ଲିଗ୍‌’ର ଏକ ମ୍ୟାଚ ବୋଲି ଦର୍ଶାଯାଇଥିଲା। ୟୁଭା ପ୍ରୋଭିନ୍ସ କ୍ରିକେଟ ଆସୋସିଏଶନର ନିଜ ସହର ତଥା ଶ୍ରୀଲଙ୍କାର ବଦୁଲା ସହରରେ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମ୍ୟାଚ୍‌ ସହିତ କୌଣସି ବେଟିଂ ସିଣ୍ଡିକେଟ୍‌ ସମ୍ପୃକ୍ତ କି ନା ତାହାର ଅନୁସନ୍ଧାନ ଚାଲିଛି। ବିସିସିଆଇ ଏହି ମ୍ୟାଚ ସହିତ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ଖୋଜଖବର ନେଉଛି। ଅନ୍ୟପକ୍ଷରେ ମ୍ୟାଚ୍‌ଟିକୁ ନେଇ ଶ୍ରୀଲଙ୍କାରେ ଯୋଜନା ପ୍ରସ୍ତୁତ ହୋଇଥିବା ସମ୍ପର୍କରେ କୌଣସି ଖବର ନ ଥିବା ଏସ୍‌ଏଲ୍‌ସି କହିଛି। ବିସିସିଆଇ ଦୁର୍ନୀତି ନିବାରଣ ଶାଖା ମୁଖ୍ୟ ଅଜିତ୍‌ ସିଂ କହିଛନ୍ତି, ମ୍ୟାଚ୍‌ ସହିତ ସମ୍ପୃକ୍ତ ଲୋକମାନଙ୍କ ଖୋଜ ଖବର ନିଆଯାଉଛି। ଆମେ ଆମ ଡାଟାବେସ୍‌କୁ ଅପ୍‌ଡେଟ୍‌ କରିବାକୁ ଚାହୁଁଛୁ। ବିସିସିଆଇର ଏକ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଭାବେ ଏହା ଆମ କର୍ତ୍ତୃତ୍ୱ ବାହାରେ। କେବଳ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ କହିଛନ୍ତି, ଯଦି ଏହା ବିସିସିଆଇର ସ୍ବୀକୃତିପ୍ରାପ୍ତ ଲିଗ୍‌ ହୋଇଥାନ୍ତା କିମ୍ବା ଆମର କୌଣସି ଖେଳାଳି ଏଥିରେ ଅଂଶଗ୍ରହଣ କରିଥାନ୍ତେ ତେବେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତୁ। ଯଦି ଏହା ବେଟିଂ ଉଦ୍ଦେଶ୍ୟରେ ଖେଳାଯାଇଥାଏ ତେବେ ଏହା ଏକ ଫୌଜଦାରି ଅପରାଧ। କେବଳ ପୋଲିସ ହିଁ ଏକ୍ଷେତ୍ରରେ ଯାହା ପଦକ୍ଷେପ ନେଇ ପାରିବ। ଆମର ଏଥିରେ କିଛି କରିବାର ନାହିଁ। ଶ୍ରୀଲଙ୍କା କ୍ରିକେଟ ତରଫରୁ ଏକ ବିବୃତିରେ କୁହାଯାଇଛି ଯେ, ଏକ ଅଜ୍ଞାତ ପାର୍ଟି ଦ୍ୱାରା ଆୟୋଜିତ ‘ୟୁଭା ପ୍ରିମିୟର ଲିଗ୍‌ ଟି୨୦’ ଶୀର୍ଷକ ଟୁର୍ନାମେଣ୍ଟରେ ଏସ୍‌ଏଲ୍‌ସି ସମ୍ପୃକ୍ତ ନାହିଁ କିମ୍ବା ଏହାକୁ ସ୍ବୀକୃତି ପ୍ରଦାନ କରି ନାହିଁ। ସୂଚନାଯୋଗ୍ୟ, ବାଦୁଲା ଷ୍ଟାଡିୟମରେ ଜୁନ୍‌ ୨୯ରେ ୟୁଭା ପ୍ରିମିୟର ଲିଗ୍‌ ଟି୨୦ର ଖେଳାଯାଇଥିବା ଏହି ମ୍ୟାଚରେ ବହୁ ଭାରତୀୟ ଓ୍ବେବ୍‌ସାଇଟ୍‌ର ବିଜ୍ଞାପନ ସ୍କୋର ବୋର୍ଡରେ ଦେଖିବାକୁ ମିଳିଥିଲା। କିନ୍ତୁ ଏଭଳି ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ଆୟୋଜିତ ହୋଇ ନାହିଁ କି ଭବିଷ୍ୟତରେ ହେବାର ନାହିଁ ବୋଲି ଏସ୍‌ଏଲ୍‌ସି ପକ୍ଷରୁ ଦୃଢଭାବେ କୁହାଯାଇଛି। ଏସ୍‌ଏଲ୍‌ସିର ସିଇଓ ଆଶଲେ ଡି’ ସିଲ୍‌ଭା କହିଛନ୍ତି, ଏହି ବିଷୟର ପ୍ରକୃତ ସତ୍ୟାସତ୍ୟ କ’ଣ ତାହା ଯାଞ୍ଚ କରି ଦେଖିବା ଲାଗି ସେ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri