ଆଦର୍ଶ ବିଦ୍ୟାଳୟର ସ୍ଥାନ ଚୟନ ନେଇ ବିବାଦ

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୂଆଗାଁ  ବ୍ଳକର ଆଦର୍ଶ ବିଦ୍ୟାଳୟର ସ୍ଥାନ ଚୟନ ନେଇ ନୂଆଗାଁ  ଓ ମହିପୁର ବାସିନ୍ଦାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ମହିପୁର ଅଞ୍ଚଳ ବାସିନ୍ଦା ହରିଡାବନ୍ଧ ମୌଜାରେ ବିଦ୍ୟାଳୟ ସ୍ଥାପନ କରିବାକୁ ଅଡି ବସିଥିବାବେଳେ ନୂଆଗାଁ  ବାସିନ୍ଦା ସମର୍ଥନ କରୁ ନାହାନ୍ତି । ଏଣୁ ବିଦ୍ୟାଳୟରେ ଛାତ୍ରୀଛାତ୍ର ପାଠ ପଢ଼ିବାରେ ସମସ୍ୟା ସୃଷ୍ଟି କରିଛି । ହରିଡାବନ୍ଧରେ ବିଦ୍ୟାଳୟ ସ୍ଥାପନ ପାଇଁ ମହିପୁର ଓ ଆଖପାଖ ୧୬ ଗାଁର ବାସିନ୍ଦା ଚଳିତ ମାସ ୨୮ରେ ମହିପୁର ଛକଠାରେ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜିଲାପାଳ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବ, ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ନୟାଗଡ ଏସପି, ନୂଆଗାଁ  ଥାନା ଓ ମହିପୁର ଫାଣ୍ଡିଙ୍କୁ ସ୍ମାରକପତ୍ର ଦେଇଛନ୍ତି ।
ଅଭିଯୋଗ ଅନୁସାରେ ନୂଆଗାଁ  ବ୍ଳକର କେନ୍ଦ୍ର ସ୍ଥଳୀ ହେଉଛି ମହିପୁର । ମହିପୁରର ହରିଡାବନ୍ଧ ମୌଜା ହେଉଛି ଆଦର୍ଶ ବିଦ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନ । ହରିଡାବନ୍ଧ ମୌଜା ମହିପୁର ବାହାଡାଝୋଲା ରାସ୍ତାରେ ରହିଛି । ଏଠାରେ ସ୍କୁଲ କରାଗଲେ ନୂଆଗାଁ  ବ୍ଳକର ସବୁ ଅଞ୍ଚଳର ଛାତ୍ରୀଛାତ୍ର ଉପକୃତ ହେବେ। ସ୍କୁଲ ପାଇଁ ୨୫ ଏକର ସରକାରୀ ଜମି ରହିଛି। ନୂଆଗାଁ  ତହସିଲଦାର, ଉପଜିଲାପାଳ, ନୟାଗଡ ଜିଲା ଶିକ୍ଷା ଅଧିକାରୀ ୨୦୨୦ ଜୁଲାଇ ୨୧ରେ ହରିଡାବନ୍ଧ ମୌଜାକୁ ଯାଇ ସଂପୃକ୍ତ ସ୍ଥାନ ବିଦ୍ୟାଳୟ ପାଇଁ ଠିକ ବୋଲି ଚୟନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହରିଡାବନ୍ଧ ମୌଜା ବିଦ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଜିଲା ଶିକ୍ଷା ଅଧିକାରୀ ପତ୍ରାଙ୍କ ସଂଖ୍ୟା ୪୭୩୨/୨୧।୭।୨୦୨୦ରେ ଜିଲାପାଳଙ୍କୁ ଅବଗତ କରାଇଥିଲେ । ସେହିପରି ୨୧।୭।୨୦୨୦ରେ ନୂଆଗାଁ ବ୍ଳକ ଚେୟାରମ୍ୟାନଙ୍କ ସମେତ ୧୬ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏକାଠି ହୋଇ ହରିଡାବନ୍ଧ ମୌଜାରେ ଆଦର୍ଶ ବିଦ୍ୟାଳୟ କରାଯାଉ ବୋଲି ଜିଲାପାଳଙ୍କୁ ଅବଗତ କରାଇଥିଲେ । ତେବେ ମହିପୁର ଅଞ୍ଚଳକୁ ଅଣଦେଖା କରାଗଲେ ବହୁ ଛାତ୍ରୀଛାତ୍ର ଟିସି ନେଇ ପଳାଇ ଯିବେ । କେତେଜଣ ଛାତ୍ରୀଛାତ୍ର ସ୍କୁଲ ଛାଡି ସାରିଲେଣି । ଅପରପକ୍ଷେ ନୂଆଗାଁରେ ଚିହ୍ନଟ ସ୍ଥାନକୁ ତହସିଲଦାର ୩୩୬୭/୨୭।୧୨।୨୦୧୮ରେ ନାକଚ କରି ଜିଲାପାଳଙ୍କୁ ଅବଗତ କରାଇଥିଲେ। ତେବେ ନାକଚ ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଚେଷ୍ଟା ଆରମ୍ଭ ପରେ ହାଇକୋର୍ଟ ଓ ଏନଜିଟ୍‌ରେ ମାମଲା ହୋଇଥିଲା।ନୂଆଗାଁରେ ନିରୁପିତ ସ୍ଥାନଟିକୁ ଛାଡି ଅନ୍ୟ ସ୍ଥାନରେ ବିଦ୍ୟାଳୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ୨୫ ତାରିଖ ସୁଦ୍ଧା କାମ ଶେଷ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri