Posted inଜାତୀୟ

କର୍ନାଟକ ବିଧାନସଭାରେ ସାବରକରଙ୍କ ଫଟୋକୁ ନେଇ ବିବାଦ: ଧାରଣାରେ ବସିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୨ : କର୍ନାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ସ୍ଥାପନକୁ ନେଇ ଏକ ଅଡୁଆ ସୃଷ୍ଟି ହୋଇଛି। ଏହା ବିରୋଧରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତାମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି।

କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳ ଭାଜପା ଚାହୁଁଛି ଯେ ଗୃହର ପ୍ରକ୍ରିୟା ଚାଲୁ ନ ହେଉ। ତେଣୁ ସେମାନେ ଜାଣିଶୁଣ ଏଭଳି ସମସ୍ୟା ଆଣି ବାଧାବିଘ୍ନ ସୃଷ୍ଟି କରୁଛନ୍ତି। କର୍ନାଟକ କଂଗ୍ରେସ ସଭାପତି ତଥା ବିଧାୟକ ଡି.କେ ଶିବକୁମାର କହିଛନ୍ତି ଯେ ସେମାନେ ସରକାରଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ଉଠାଇବାକୁ ଚାହୁଁଛନ୍ତି ତେଣୁ ସେମାନେ ଏହି ଫଟୋ ସ୍ଥାପନ କରି ବିବାଦ ସୃଷ୍ଟି କରିଛନ୍ତି। ସେମାନଙ୍କର ବିକାଶର କୌଣସି ଏଜେଣ୍ଡା ନାହିଁ।

କଂଗ୍ରେସ ନେତା ସିଦ୍ଧରମୈୟା ବାଚସ୍ପତିଙ୍କୁ ଏକ ଚିଠି ଲେଖି ବାଲ୍ମିକୀ, ବାସଭନ୍ନା, କ୍‌ନକ ଦାସ, ବି.ଆର. ଆମ୍ବେଡକର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଅନ୍ୟ ନେତାଙ୍କ ଫଟୋ ମଧ୍ୟ ରଖାଯିବା ଉଚିତ ବୋଲି ଅନୁରୋଧ କରିଛନ୍ତି।

ସିଦ୍ଧରମୈୟା ସାବରକାରଙ୍କୁ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ଫଟୋର ଉନ୍ମୋଚନ ବିଷୟରେ ମୋତେ କୌଣସି ନିମନ୍ତ୍ରଣ ଦିଆଯାଇ ନାହିଁ। ଏହା ହେଉଛି ଭାଜପାର ବିବାଦୀୟ ଏଜେଣ୍ଡା। ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ସାବରକର ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ ଯେ ଦେଶରେ ସାବରକରଙ୍କୁ ନେଇ ବିବାଦ ଉପୁଜିଛି। ଏହା ପୂର୍ବରୁ ମଧ୍ୟ ତାଙ୍କ ବିଷୟରେ ଦେଶରେ ଅନେକ ବିବାଦ ଉପୁଜିଥିଲା। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଦେଶରେ ସାବରକର ଏବଂ ଅନ୍ୟ ପଟେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ମଧ୍ୟରେ ଲଢ଼େଇ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?