Posted inଜାତୀୟ

ମମତାଙ୍କ ଅଡିଓ କ୍ଲିପ୍‌କୁ ନେଇ ବିବାଦ

କୋଲକାତା, ୧୮।୪: ପଶ୍ଚିମବଙ୍ଗ ବିଧାନସଭା ଲାଗି ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ଏକ ଅଡିଓ କ୍ଲିପ୍‌କୁ ଭାଜପାର ଆଇଟି ସେଲ୍‌ ଲିକ୍‌ କରିଦେଇଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ ଭାଜପା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମ୍‌ସି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ପ୍ରଚାରରେ ଟିଏମ୍‌ସି ସହ ଟକ୍କର ଦେଇପାରୁ ନ ଥିବା ଭାଜପା ଷଡ଼ଯନ୍ତ୍ର କରୁଛି। ସେମାନଙ୍କ ଗୁପ୍ତଚର ବୃତ୍ତିର ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି। ଗୁପ୍ତଚର ବୃତ୍ତି ପଛରେ କିଏ ତାହା ସେ ଜାଣନ୍ତି ଏବଂ କାହାକୁ ଛାଡ଼ିବେ ନାହିଁ ବୋଲି ତୃଣମୂଳ କଂହଗ୍ରେସ ନେତ୍ରୀ ଏକ ରାଲିରେ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି।
ଟିଏମ୍‌ସିର ଶୀତଳକୁଚି ପ୍ରାର୍ଥୀ ପାର୍ଥ ପ୍ରତୀମ ରାୟଙ୍କ ସହ ମମତାଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍‌କୁ ଭାଜପା ଲିକ୍‌ କରିଦେବା ଫଳରେ ବିବାଦ ଜୋର୍‌ଦାର ହୋଇଛି। ଗତ ୧୦ ତାରିଖରେ ସୁରକ୍ଷା ବଳ ଗୁଳିରେ ପ୍ରାଣ ହରାଇଥିବା ୪ ଜଣଙ୍କ ମୃତଦେହକୁ ନେଇ ରାଲି କରାଇବା ପାଇଁ ମମତା ପାର୍ଥଙ୍କୁ କହିଥିବା ଉକ୍ତ ଟେପ୍‌ରୁ ଜଣାପଡ଼ିଛି। ମମତା ମୃତଦେହକୁ ନେଇ ରାଜନୀତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅନ୍ୟପକ୍ଷରେ ଭୁଲ୍‌ ତଥ୍ୟ ପ୍ରଚାର କରିବା ପାଇଁ ବିରୋଧୀ ଦଳ ଅଡିଓ କ୍ଲିପ୍‌ର ବିଷୟବସ୍ତୁକୁ ବିକୃତ କରିଥିବା ଟିଏମ୍‌ସି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌କୁ ଭାଜପା ନିଜ ସ୍ବାର୍ଥ ପାଇଁ ଟ୍ୟାପିଂ କରି ଏହାକୁ ନିର୍ବାଚନ ପୂର୍ବରୁ ଲିକ୍‌ କରିବା ଅଭୂତପୂର୍ବ। ଭାଜପାର ଏଭଳି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମ୍‌ସି ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ଲେଖିଛି। ମୁଖ୍ୟମନ୍ତ୍ରୀଙ୍କ କଥାବାର୍ତ୍ତାକୁ ରେକର୍ଡ କରିବା ସମ୍ବିଧାନର ସମ୍ପୂର୍ଣ୍ଣ ଉଲ୍ଲଂଘନ ସହିତ ଭାରତୀୟ ଟେଲିଗ୍ରାଫ୍‌ ଆଇନ, ସୂଚନା ପ୍ରଯୁକ୍ତି ଆଇନ ଏବଂ ଆଇପିସିର ଉଲ୍ଲଂଘନ ବୋଲି ଟିଏମ୍‌ସି କହିଛି। ଭାଜପା କାର୍ଯ୍ୟାଳୟରେ ଏହି ଅଡିଓ କ୍ଲିପ୍‌ ଲିକ୍‌ ବେଳେ ସେଠାରେ ଭାଜପା ଆଇଟି ସେଲ୍‌ ପ୍ରଭାରୀ ଅମିତ ମାଲବ୍ୟ ଏବଂ ଏମ୍‌ପି ଲକେଟ ଚାଟାର୍ଜୀ ଉପସ୍ଥିତ ଥିଲେ। ମମତା ଦଙ୍ଗାକୁ ଉସୁକାଉଥିବା ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଛି ବୋଲି ମାଲବ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?