Posted inଜାତୀୟ

କେରଳରେ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ନେଇ ବିବାଦ

ଥିରୁଭାନନ୍ଥପୁରମ୍‌, ୨୩।୧୧: ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ସତ୍ତ୍ୱେ କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୌଣସି ଯୋଗାଯୋଗ ମାଧ୍ୟମରେ ଧମକପୂର୍ଣ୍ଣ ବାର୍ତ୍ତା ଦେବା, ଅପମାନିତ କିମ୍ବା ଅସମ୍ମାନିତ କରିବା ଭଳି ଅପରାଧ ବନ୍ଦ କରିବା ଲକ୍ଷ୍ୟରେ ସରକାର ଆଇନରେ ସଂଶୋଧନ କରିଛନ୍ତି। ଏଭଳି ଅପରାଧୀଙ୍କୁ ୫ ବର୍ଷ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ।
ଅନ୍ୟପକ୍ଷରେ ଗଣମାଧ୍ୟମର ମୁହଁ ବନ୍ଦ କରିବା ଏହି ଅଧ୍ୟାଦେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହି ଅଧ୍ୟାଦେଶ ପୋଲିସକୁ ଅନାବଶ୍ୟକ ଭାବେ ଅଧିକ କ୍ଷମତା ପ୍ରଦାନ କରୁଥିବାରୁ ଗଣମାଧ୍ୟମର ସ୍ବାଧୀନତା କ୍ଷୁଣ୍ଣ ହେବ ବୋଲି ବିରୋଧୀ କହିଛନ୍ତି। ପ୍ରେସ୍‌ ସ୍ବାଧୀନତା ସଙ୍କୁଚିତ କରିବା କିମ୍ବା ସାମ୍ବାଦିକତା ପ୍ରତି ପକ୍ଷପାତ କରିବାରେ ଅଧ୍ୟାଦେଶକୁ ବ୍ୟବହାର କରାଯିବା ପ୍ରଶ୍ନ ଉଠୁନି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି। ବ୍ୟକ୍ତି ସ୍ବାଧୀନତା ଓ ମର୍ଯ୍ୟାଦା ରକ୍ଷା କରିବା ରାଜ୍ୟର କର୍ତ୍ତବ୍ୟ ବୋଲି ସେ କହିବା ସହ ଗଣମାଧ୍ୟମ କିମ୍ବା ସାମ୍ବିଧାନିକ ସୀମା ମଧ୍ୟରେ ସରକାରଙ୍କୁ ସମାଲୋଚନା କରୁଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେ ବରଯାତ୍ରୀ ସହ ବର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଖିବାକୁ...

ପୀଡିତଙ୍କ ଦୁଃଖ ବାଣ୍ଟିବାକୁ ଆଜି ମୋରବି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧ ।୧୧: ଗୁଜରାଟର ମୋରବି ସହରରେ ମଚ୍ଛୁ ନଦୀ ଉପରେ ଥିବା କେବଲ ସସପେନସନ ପୋଲ ଭାଙ୍ଗି ଯିବାରୁ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ...

ଜଳୁଛି ପ୍ରତିହିଂସାର ନିଆଁ, ୧୨ ଘଣ୍ଟାରେ ୨ ରାଜନେତାଙ୍କୁ ହତ୍ୟା…

ଥିରୁଭାନନ୍ତପୁରମ୍‌, ୧୯।୧୨: କେରଳରେ ରାଜନୈତିକ ପ୍ରତିହିଂସାର ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଅଲାପ୍ପୁଝାରେ ଭାଜପା ନେତା ଓବିସି ମୋର୍ଚ୍ଚା ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫...

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ଆଲିଗଡ଼, ୧୭ା୧୦(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ ଜିଲାରେ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଏଭଳି ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି।...

ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ କରନ୍ତୁ ସରକାର, ଇଏସିର ପରାମର୍ଶ…

ନୂଆଦିଲ୍ଲୀ, ୧୯।୫ : ଦେଶରେ ବେରୋଜଗାରୀ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇଏସି) ସହରୀ ନିଶ୍ଚତ ରୋଜଗାର ଯୋଜନା ଆରମ୍ଭ କରିବାକୁ...

ଘୃଣା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ୧୯୭ ଅବସରପ୍ରାପ୍ତ ଅଧିକାରୀ…

ନୂଆଦିଲ୍ଲୀ, ୩୦।୪ : ଘୃଣା ରାଜନୀତି ଜବାବରେ ଦେଶର ୮ ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ୯୨ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର...

୧୭ ନଭେମ୍ବରରେ ନିର୍ବାଚନୀ ଖର୍ଚ୍ଚ ସମୀକ୍ଷା…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବ। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ କରାଯାଇଥିବା ଖର୍ଚ୍ଚର ସମୀକ୍ଷା...

Advertisement
Archives

Model This Week