କ୍ୟାମ୍ପସରେ ହୋର୍ଡିଂକୁ ନେଇ ବିବାଦ

ଭୁବନେଶ୍ୱର, ୧୮।୯(ଅସମାପିକା ସାହୁ): ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ର ଯୋଜନା ଓ ଛାତ୍ର ବୃତ୍ତି ସମ୍ବନ୍ଧୀୟ ହୋର୍ଡିଂ ଲଗାଯିବା ନିଷ୍ପତ୍ତିକୁ ବିବାଦ ଦେଖାଦେଇଛି। ଏଭଳି ହୋର୍ଡିଂ ଲଗାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯିବା ପରେ ବିରୋଧ ଆରମ୍ଭ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା ବିଜେଡି ସରକାରଙ୍କ ଛାତ୍ର ଭୋଟରଙ୍କୁ ହାତେଇବାର ଚକ୍ରାନ୍ତ ବୋଲି କେତେଜଣ ଛାତ୍ରନେତା କହିଛନ୍ତି। ପ୍ରଥମେ କଲେଜରେ କ୍ୟାମ୍ପସ କମିଟି ଗଠନ ହେଲା। ତା’ପରେ ଭୋଟର ଲିଷ୍ଟରେ ନାଁ ଚଢ଼ାଇବାକୁ ସଚେତନତା ଶିବିର ହେଲା, ଆଉ ଏବେ ସରକାରଙ୍କ ଶିକ୍ଷା ଯୋଜନା ସମ୍ବଳିତ ହୋର୍ଡିଂ କ୍ୟାମ୍ପସରେ ଲଗାଇବା ନିଷ୍ପତ୍ତି ପଛରେ ନିର୍ବାଚନୀ ସ୍ବାର୍ଥ ରହିଥିବା ସେମାନେ ଅଭିଯୋଗ ଉଠାଇଛନ୍ତି। ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି, ଶିକ୍ଷାନୁଷ୍ଠାନରେ ହୋର୍ଡିଂଲଗାଇବାର ଯଦି ଇଚ୍ଛା ଅଛି ତେବେ ଶିକ୍ଷକ ଅଭାବ, ର଼୍ୟାଗିଂ ସମ୍ପର୍କିତ ତଥ୍ୟ ଲଗାନ୍ତୁ। ଏପରି ନ କରି ସରକାରୀ ଯୋଜନା ସମ୍ପର୍କରେ ହୋର୍ଡିଂ ଲଗାଇବା ଯୁକ୍ତିଯୁକ୍ତ ନୁହେଁ। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ଯୁବପିଢ଼ିଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ପାଇଁ ଚକ୍ରାନ୍ତ କରିଛନ୍ତିି। ଆସନ୍ତା ସାଧାରଣ ନିର୍ବାଚନରେ ଯୁବ ଭୋଟରଙ୍କୁ ହାତେଇବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ। ଛାତ୍ର କଂଗ୍ରେସ ଏହାର ପ୍ରତିବାଦ କରୁଛି। କୌଣସି ଶିକ୍ଷାନୁଷ୍ଠାନରେ ସରକାରୀ ହୋର୍ଡିଂ ଲଗାଗଲେ ଛାତ୍ର କଂଗ୍ରେସ ତାହାକୁ ଚିରିଦେବା ସହ କୋର୍ଟର ଦ୍ୱାରସ୍ଥ ହେବ। ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଆସନ୍ତା ନିର୍ବାଚନରେ ୬ଲକ୍ଷ ନୂଆ ଭୋଟର ଅଛନ୍ତି। ସେହି ଭୋଟରଙ୍କ ବୁଝିବାର ଶକ୍ତିକୁ ଚାପିଦେବା ସହ ନିଜ ଆଡକୁ ନେବା ପ୍ରକ୍ରିୟା ବହୁତ ପୂର୍ବରୁ ଆରମ୍ଭ ହୋଇସାରିଛି। ଶେଷ ପ୍ରୟାସ ଭାବେ କ୍ୟାମ୍ପସରେ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଆଇଏସ୍‌ଏଫ୍‌ ସରକାରଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ଚେତାବନୀ ଦେଉଛି। ଯଦି ଏଭଳି କାର୍ଯ୍ୟ କରାଯାଏ, ତେବେ ଆଗାମୀ ଦିନରେ କ୍ୟାମ୍ପସରେ ସରକାରଙ୍କ ଦୁର୍ନୀତି ହୋର୍ଡିଂ ଲଗାଇବୁ। ସେହିଭଳି ଏବିଭିପି ରାଜ୍ୟ ମିଡିଆ ସଂଯୋଜକ ବିଶ୍ୱଜିତ ପାତ୍ର କହିଛନ୍ତି, ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଏକଚ୍ଛତ୍ରବାଦୀ ଶାସନ ଚଳାଉଛନ୍ତି। ଏବିଭିପି ତାହାକୁ କେବେ ବି ସ୍ବୀକାର କରିବ ନାହିଁ। ଏବେ ସରକାରୀ ଯୋଜନାକୁ କ୍ୟାମ୍ପସରେ ଲଗାଇ ଲିଙ୍ଗ୍‌ଡୋ କମିଶନଙ୍କ ନିୟମକୁ ଉଲ୍ଲଂଘନ କରୁଛନ୍ତି। ସାଧାରଣ ନିର୍ବାଚନରେ ଯୁବ ଭୋଟରଙ୍କୁ ହାତେଇବା ପାଇଁ ଏହା ଏକ ପ୍ରୟାସ। କିନ୍ତୁ ଏବିଭିପି ଏଭଳି କାର୍ଯ୍ୟ ଆଦୌ କରିବାକୁ ଦେବ ନାହିଁ। ଯଦି କ୍ୟାମ୍ପସରେ କୌଣସି ସରକାରୀ ହୋର୍ଡିଂ ଲାଗେ, ତେବେ ଏବିଭିପି ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନ ଆଗରେ ପ୍ରତିବାଦ ହେବ ଓ ନିଆଁ ଜଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri