କଂଗ୍ରେସ ଲୋକ ସଭା ପ୍ରାର୍ଥୀଙ୍କୁ ନେଇ ବିବାଦ, ସମୂହ ଇସ୍ତଫା ଦେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

କେନ୍ଦୁଝର,୧୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଜିଲା କମିଟିକୁ ଅବହେଳା ତଥା ଜିଲାର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କୁ ଅଣଦେଖା କରି ପିସିସି ପକ୍ଷରୁ ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ଜିଲା ସଭାପତି ମୋହନ ପରିଡ଼ା ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାଂଗଠନିକ କର୍ମକର୍ତ୍ତା ମାନେ ପଦରୁ ସମୂହ ଇସ୍ତଫା ଦେଇଛନ୍ତି। ଆଜି ଏକ ପ୍ରେସ ମିଟରେ ଏଭଳି ଘୋଷଣା କରି ଲୋକ ସଭା ପ୍ରାର୍ଥୀଙ୍କୁ ପରିବର୍ତ୍ତନ ଦାବି କରିଛନ୍ତି।
ଦଳରେ ଶୃଙ୍ଖଳିତ କର୍ମୀ ଭାବରେ ରହି ଭୋଟ ଦେବୁ କିନ୍ତୁ ସହଯୋଗ କରିବୁ ନାହିଁ,ଏପରିକି ଭୋଟର ହିସାବରେ ଉକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିବୁ ବୋଲି କେତେକ କହିଛନ୍ତି। ଫଳରେ କଂଗ୍ରେସ ଦଳର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ମୋହନ ହେମ୍ବ୍ରମଙ୍କୁ ପିସିସି ଏମ୍‌ପି ପ୍ରାର୍ଥୀ ଭାବରେ ଘୋଷଣା କରିଛି। ତେବେ ଗତ ନିର୍ବାଚନରେ ଏମ୍‌ପି ପ୍ରାର୍ଥୀ ଥିଲେ। ତେବେ ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁ ନ ଥିଲେ କିମ୍ବା ଜିଲା ସଂଗଠନକୁ ସହଯୋଗ କରୁ ନ ଥିଲେ। ଏଣୁ ଜିଲା ସଂଗଠନକୁ ନ ପଚାରି ଏଭଳି ନିଷ୍ପତିକୁ ବିରୋଧ କରୁଥିବା ଉପସ୍ଥିତ ନେତାମାନେ କହିଥିଲେ। ଏପରିକି ଜିଲା ସଂଗଠନ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରି ନ ଥିଲେ ବୋଲି କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ସଙ୍ଗୀତ ସିଂ, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା ଆଦିବାସୀ ସଂଗଠନ ସଭାପତି ଇଂ ବିନୋଦ ବିହାରୀ ନାୟକ, ଜିଲା ଯୁବ ସଭାପତି ଶୁନେଶ ଧୀର, ମିଡ଼ିଆ ମୁଖ୍ୟ ଦିଲୀପ ସାହୁ , ଶୁଭମ ରାଜ, ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାୟକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ମୋହନା, ୨୩/୬/୨୬ (ମନ୍ମଥ ମିଶ୍ର): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା…

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri