୬ଖଣ୍ଡ ଭୋଟ ଦେଲେ ନିର୍ବାଚନ ଅଧିକାରୀ

ବରୀ,୧୬।୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ଆରମ୍ଭ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ରସୁଲପୁର ବିଡିଓ ତଥା ନିର୍ବାଚନ ଅଧିକାରୀ ନିର୍ବାଚିତ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବସମ୍ମୁଖରେ ୬ ସଭ୍ୟାସଭ୍ୟଙ୍କ ପାଇଁ ନିଜେ ଭୋଟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗ ଅନୁଯାୟୀ, ଗତ ୧୨ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବାର ଥିଲା। ଅଲିପୁର ପଞ୍ଚାୟତରୁ ଅଶୋକ କୁମାର ଗେଡ଼ି ଓ ରମ୍ପା ପଞ୍ଚାୟତରୁ ଜ୍ୟୋତିର୍ମୟୀ ବେହେରା ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ୨୯ ସମିତି ସଭ୍ୟା/ସଭ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ଦୁଇ ଭାଗରେ ବିଭାଜିତ ହୋଇ ସମିତି ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ନିର୍ବାଚନ ଦାୟିତ୍ୱରେ ଥିବା ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଔପଚାରିକ ଭାବେ ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିବା ସମସ୍ତ ସମିତି ସଭ୍ୟା/ସଭ୍ୟଙ୍କ ଦସ୍ତଖତ ରେଜିଷ୍ଟରରେ କରାଇଥିଲେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିର୍ବାଚନ ଅଧିକାରୀ ଦୁଇଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ବୋଲି ଘୋଷଣା କରିଥିଲେ। ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ଲକ୍‌ର ୨୯ ଜଣ ସଭ୍ୟା/ସଭ୍ୟଙ୍କ ମଧ୍ୟରୁ ୨୩ ଜଣ ନିଜର ମତଦାନ କରିଥିଲେ। ପରେ ୬ ଜଣ ମତଦାନ ନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନେ ମତଦାନ କରିବାକୁ ଅକ୍ଷମ ବୋଲି ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ କୁଆଡ଼େ ଜଣାଇଥିଲେ। ଏହା ସହ ସେମାନଙ୍କ ପାଇଁ ବାହାର ଲୋକ ଭୋଟ୍‌ ଦେବାକୁ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ। ଏଭଳି ଘଟଣାକୁ ପ୍ରାର୍ଥିନୀ ଜ୍ୟୋତିର୍ମୟୀ ବେହେରା ବିରୋଧ କରିଥିଲେ। ହେଲେ ନିର୍ବାଚନ ଅଧିକାରୀ ପରିଡ଼ା ଭୋଟଦାନ କରିବାକୁ ଅକ୍ଷମ ଥିବା ସମ୍ପୃକ୍ତ ୬ ସଭ୍ୟାସଭ୍ୟଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରିଥିଲେ। ଏହାପରେ ଅନ୍ୟତମ ପ୍ରାର୍ଥୀ ଅଶୋକ କୁମାର ଗେଡ଼ିଙ୍କ ସପକ୍ଷରେ ସର୍ବସମ୍ମୁଖରେ ନିଜେ ୬ ସଭ୍ୟାସଭ୍ୟଙ୍କ ପାଇଁ ଭୋଟ୍‌ ଦେଇଥିଲେ। ଏପରି ଭୋଟଦାନକୁ ନାକଚ କରିବାକୁ ଜ୍ୟୋତିମୟୀଙ୍କ ସମେତ ତାଙ୍କ ସପକ୍ଷରେ ଥିବା ୧୨ ସମିତି ସଭ୍ୟା/ସଭ୍ୟ ବାରମ୍ବାର ଦାବି କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ପରିଡ଼ା ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ଭୋଟ୍‌ ପ୍ରକ୍ରିୟା ଶେଷ କରିଥିଲେ ବୋଲି ପରାଜିତ ପ୍ରାର୍ଥୀ ଜ୍ୟୋତିର୍ମୟୀ ବେହେରା ଅଭିଯୋଗ କରିଛନ୍ତି।
ମଙ୍ଗଳବାର ସ୍ଥାନୀୟ ରମ୍ପା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜ୍ୟୋତିର୍ମୟୀଙ୍କ ସମେତ ତାଙ୍କ ସମର୍ଥୀତ ୧୨ ସମିତି ସଭ୍ୟା/ସଭ୍ୟ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ନିର୍ବାଚନ ଅଧିକାରୀ ପରିଡ଼ାଙ୍କ ଏପରି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ। ଏ ସଂକ୍ରାନ୍ତରେ ଭୋଟ ଗ୍ରହଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଜ୍ୟୋତିର୍ମୟୀ ଦାବି କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେ ନିଜେ ଦେଇଥିବା ୬ଟି ଭୋଟ୍‌କୁ ବାତିଲ କରି ଫଳାଫଳ ଘୋଷଣା କରିବାକୁ ସେ ରାଜ୍ୟ ନିର୍ବାଚନ ଅଧିକାରୀ, ଯାଜପୁର ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏହାର ନକଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଛନ୍ତି। ନିର୍ବାଚନ ଅଧିକାରୀ ପରିଡ଼ାଙ୍କ ମତାମତ ନେବାକୁ ତାଙ୍କ ମୋବାଲଇ ଫୋନ୍‌ ନଂ.୯୮୬୧୪୧୩୦୧୦କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ କି କଲ୍‌ବ୍ୟାକ୍‌ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri