୬ଖଣ୍ଡ ଭୋଟ ଦେଲେ ନିର୍ବାଚନ ଅଧିକାରୀ

ବରୀ,୧୬।୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ଆରମ୍ଭ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ରସୁଲପୁର ବିଡିଓ ତଥା ନିର୍ବାଚନ ଅଧିକାରୀ ନିର୍ବାଚିତ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବସମ୍ମୁଖରେ ୬ ସଭ୍ୟାସଭ୍ୟଙ୍କ ପାଇଁ ନିଜେ ଭୋଟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗ ଅନୁଯାୟୀ, ଗତ ୧୨ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବାର ଥିଲା। ଅଲିପୁର ପଞ୍ଚାୟତରୁ ଅଶୋକ କୁମାର ଗେଡ଼ି ଓ ରମ୍ପା ପଞ୍ଚାୟତରୁ ଜ୍ୟୋତିର୍ମୟୀ ବେହେରା ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ୨୯ ସମିତି ସଭ୍ୟା/ସଭ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ଦୁଇ ଭାଗରେ ବିଭାଜିତ ହୋଇ ସମିତି ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ନିର୍ବାଚନ ଦାୟିତ୍ୱରେ ଥିବା ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଔପଚାରିକ ଭାବେ ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିବା ସମସ୍ତ ସମିତି ସଭ୍ୟା/ସଭ୍ୟଙ୍କ ଦସ୍ତଖତ ରେଜିଷ୍ଟରରେ କରାଇଥିଲେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିର୍ବାଚନ ଅଧିକାରୀ ଦୁଇଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ବୋଲି ଘୋଷଣା କରିଥିଲେ। ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ଲକ୍‌ର ୨୯ ଜଣ ସଭ୍ୟା/ସଭ୍ୟଙ୍କ ମଧ୍ୟରୁ ୨୩ ଜଣ ନିଜର ମତଦାନ କରିଥିଲେ। ପରେ ୬ ଜଣ ମତଦାନ ନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନେ ମତଦାନ କରିବାକୁ ଅକ୍ଷମ ବୋଲି ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ କୁଆଡ଼େ ଜଣାଇଥିଲେ। ଏହା ସହ ସେମାନଙ୍କ ପାଇଁ ବାହାର ଲୋକ ଭୋଟ୍‌ ଦେବାକୁ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ। ଏଭଳି ଘଟଣାକୁ ପ୍ରାର୍ଥିନୀ ଜ୍ୟୋତିର୍ମୟୀ ବେହେରା ବିରୋଧ କରିଥିଲେ। ହେଲେ ନିର୍ବାଚନ ଅଧିକାରୀ ପରିଡ଼ା ଭୋଟଦାନ କରିବାକୁ ଅକ୍ଷମ ଥିବା ସମ୍ପୃକ୍ତ ୬ ସଭ୍ୟାସଭ୍ୟଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରିଥିଲେ। ଏହାପରେ ଅନ୍ୟତମ ପ୍ରାର୍ଥୀ ଅଶୋକ କୁମାର ଗେଡ଼ିଙ୍କ ସପକ୍ଷରେ ସର୍ବସମ୍ମୁଖରେ ନିଜେ ୬ ସଭ୍ୟାସଭ୍ୟଙ୍କ ପାଇଁ ଭୋଟ୍‌ ଦେଇଥିଲେ। ଏପରି ଭୋଟଦାନକୁ ନାକଚ କରିବାକୁ ଜ୍ୟୋତିମୟୀଙ୍କ ସମେତ ତାଙ୍କ ସପକ୍ଷରେ ଥିବା ୧୨ ସମିତି ସଭ୍ୟା/ସଭ୍ୟ ବାରମ୍ବାର ଦାବି କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ପରିଡ଼ା ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ଭୋଟ୍‌ ପ୍ରକ୍ରିୟା ଶେଷ କରିଥିଲେ ବୋଲି ପରାଜିତ ପ୍ରାର୍ଥୀ ଜ୍ୟୋତିର୍ମୟୀ ବେହେରା ଅଭିଯୋଗ କରିଛନ୍ତି।
ମଙ୍ଗଳବାର ସ୍ଥାନୀୟ ରମ୍ପା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜ୍ୟୋତିର୍ମୟୀଙ୍କ ସମେତ ତାଙ୍କ ସମର୍ଥୀତ ୧୨ ସମିତି ସଭ୍ୟା/ସଭ୍ୟ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ନିର୍ବାଚନ ଅଧିକାରୀ ପରିଡ଼ାଙ୍କ ଏପରି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ। ଏ ସଂକ୍ରାନ୍ତରେ ଭୋଟ ଗ୍ରହଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଜ୍ୟୋତିର୍ମୟୀ ଦାବି କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେ ନିଜେ ଦେଇଥିବା ୬ଟି ଭୋଟ୍‌କୁ ବାତିଲ କରି ଫଳାଫଳ ଘୋଷଣା କରିବାକୁ ସେ ରାଜ୍ୟ ନିର୍ବାଚନ ଅଧିକାରୀ, ଯାଜପୁର ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏହାର ନକଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଛନ୍ତି। ନିର୍ବାଚନ ଅଧିକାରୀ ପରିଡ଼ାଙ୍କ ମତାମତ ନେବାକୁ ତାଙ୍କ ମୋବାଲଇ ଫୋନ୍‌ ନଂ.୯୮୬୧୪୧୩୦୧୦କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ କି କଲ୍‌ବ୍ୟାକ୍‌ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri