Posted inଜାତୀୟ

ଫଳାଫଳ ପୂର୍ବରୁ ଭାଜପା-କଂଗ୍ରେସ ମଧ୍ୟରେ ଛକାପଞ୍ଝା: ରିସୋର୍ଟ-ପ୍ଲେନ ବୁକ, ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର…

ଜୟପୁର,୨।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ ପୋଲ ପରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯଦି ବିଜୟୀ ଆସନରେ ସାମାନ୍ୟ ପାର୍ଥକ୍ୟ ରୁହେ, ତେବେ ସରକାର ଗଠନରେ ସ୍ବାଧୀନ ବିଧାୟକଙ୍କ ସହ ଆଞ୍ଚଳିକ ଦଳର ଭୂମିକା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ ସମ୍ଭାବ୍ୟ ବିଜେତାଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ଅଧିକ ନଜର ରଖାଯାଉଛି।

କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମ୍ଭାବ୍ୟ ବିଜେତାମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀରେ କ୍ୟାମ୍ପ ପକାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭାଜପାର ବିଧାୟକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସୂଚନାନୁସାରେ, ନିବ;ାଚନ ଫଳାଫଳ ଘୋଷଣା ହେବା ପରେ ବିଜେତା ବିଧାୟକଙ୍କୁ ବାଡଡିଆଁରୁ ରୋକିବା ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜୟ ବ୍ୟବଧାନ ପାଞ୍ଚରୁ ଦଶ ସିଟ ମଧ୍ୟରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ରଣନୀତି ପ୍ରସ୍ତୁତ କରାଯିବାର ଏହା ହେଉଛି ପ୍ରମୁଖ କାରଣ। ବିଜୟର ସମ୍ଭାବନା ଥିବା ଏକ ଡଜନ ସ୍ବାଧୀନ ଏବଂ ଆଞ୍ଚଳିକ ଦଳର ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରାଯାଉଛି।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଏବଂ ଭାଜପା ନେତା ବିଜୟୀ ବିଧାୟକଙ୍କ ଘୋଡାବେପାରକୁ ରୋକିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ସୂଚନାନୁସାରେ, ଗେହଲଟ ବେଙ୍ଗାଲୁରୁ ଏବଂ ଉଦୟପୁରରେ ଦୁଇଟି ରିସୋର୍ଟ ବୁକ କରିଛନ୍ତି। କଂଗ୍ରେସ ଏବଂ ସ୍ବାଧୀନ ବିଧାୟକମାନଙ୍କୁ ଏହି ରିସୋର୍ଟଗୁଡିକୁ ନେବା ପାଇଁ ଯୋଜନା ଅଛି। ସୂତ୍ରରୁ ପ୍ରକାଶ ଭାଜପା ରଣନୀତିଜ୍ଞମାନେ ବିଜେତା ବିଧାୟକମାନଙ୍କୁ ଗୁଜରାଟକୁ ନେବାକୁ ଯୋଜନା କରୁଛନ୍ତି। ସୂଚନାନୁସାରେ, ଉଭୟ ପକ୍ଷ ମଧ୍ୟ ଦୁଇଟି ବିମାନ ବୁକ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?