Posted inଜାତୀୟ

ସିଏମ ଷ୍ଟାଲିନଙ୍କ ପୁଅଙ୍କ ବିବାଦୀୟ ମନ୍ତବ୍ୟ: ସନାତନ ଧର୍ମ ମ୍ୟାଲେରିଆ-ଡେଙ୍ଗୁ ଭଳି, ଏହାକୁ ଦୂର କରିବା ଉଚିତ…

ଚେନ୍ନାଇ,୨।୯ : ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ସରକାରରେ ଜଣେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର ଏକ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ସନାତନ ଧର୍ମ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି।ଏହା ସହିତଏହାକୁ ବିଲୋପ କରାଯିବା ଉଚିତ। ଏହାକୁ ବିରୋଧ ମଧ୍ୟ କରାଯିବା ଜରୁରୀ। ସନାତନ ଧର୍ମକୁ ହଟାଇବା ପାଇଁ ଆୟୋଜିତ ଏକ ସମ୍ମିଳନୀରେ ଉଦୟନିଧି ଷ୍ଟାଲିନ ଏହା କହିଛନ୍ତି।

ବାସ୍ତବରେ ତାମିଲନାଡୁରେ ଏକ ସାନ୍ତାନମ ଉନ୍ମୁଳମ ସମ୍ମିଳନୀ ଆୟୋଜିତ ହୋଇଥିଲା ଯେଉଁଥିରେ ବହୁ ବଡ ନେତା ଅଂଶଗ୍ରହଣ କରିଥିଲେ । ହଜାର ହଜାର ପ୍ରାଚୀନ ହିନ୍ଦୁ ମନ୍ଦିରକୁ ନିୟନ୍ତ୍ରଣ କରୁଥିବା ଏବଂ ହଜାର ହଜାର ଲୋକଙ୍କୁ ଏକଜୁଟ କରୁଥିବା ତାମିଲନାଡୁର ଏଚଆରଡି ମନ୍ତ୍ରୀ ପି.କେ ଶେଖରବାବୁ ଯୋଗ ଦେଇଥିଲେ।

ଏହି ସମ୍ମିଳନୀ ସହ ଜଡିତ ଏକ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଶେଖରବାବୂ କହୁଛନ୍ତି ସନାତନ ଧର୍ମକୁ ଧ୍ୱଂସ କରିବା ପାଇଁ ମୋତେ ଏହି ସମ୍ମିଳନୀରେ କହିବାର ସୁଯୋଗ ଦେଇଥିବାରୁ ମୁଁ ଆୟୋଜକମାନଙ୍କୁ ଧନ୍ୟବାଦ ଦେଉଛି। ସନାତନ ଧର୍ମକୁ ବିରୋଧ କରିବା ପରିବର୍ତ୍ତେ ଏହି ସମ୍ମିଳନୀକୁ ସନାତନ ଧର୍ମକୁ ବିଲୋପ ବୋଲି କହିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି।

କିଛି ଜିନିଷ ଅଛି ଯାହାକୁ ଆମକୁ ବିଲୋପ କରିବାକୁ ପଡିବ ଏବଂ ଆମେ କେବଳ ବିରୋଧ କରିପାରିବୁ ନାହିଁ। ମଶା, ଡେଙ୍ଗୁ ଜ୍ୱର, ମ୍ୟାଲେରିଆ, କରୋନା, ଏସବୁ ଜିନିଷ ଯାହାକୁ ଆମେ ପ୍ରତିରୋଧ କରିପାରିବୁ ନାହିଁ, ସେମାନଙ୍କୁ ବିଲୋପ କରିବାକୁ ପଡିବ ଏବଂ ସନାତନ ଧର୍ମ ମଧ୍ୟ ସେହିପରି। ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନମକୁ ଧ୍ୱଂସ କରିବା।

ତାମିଲନାଡୁର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ହିନ୍ଦୀ ବିରୋଧରେ ଅନେକ ଥର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଡିଏମକେ ଏବଂ କଂଗ୍ରେସର ଏକ ନିର୍ବାଚନୀ ମେଣ୍ଟ ରହିଛି। ୨୦୨୪ ବିଧାନସଭା ନିର୍ବାଚନରେ ଡିଏମକେ ଏବଂ ଏହାର ସହଯୋଗୀଙ୍କୁ ଭୋଟ ଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri