ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ ନମ୍ବର ୨୯ ନିକଟରେ ପାହାଡ଼ରୁ ବିରାଟ ମାଟି ଅତଡ଼ା ସହ ପଥର ଖସି ରେଳ ଧାରଣା ଉପରେ ପଡ଼ିଛି । ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ (କୋରାପୁଟ–ରାୟଗଡ଼ା) ଲାଇନ୍‌ରେ ରେଳ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
​ଟ୍ରାକ୍‌ ଅବରୋଧ ଯୋଗୁଁ ଶିଖରପାଇ ଷ୍ଟେସନରେ ଇଣ୍ଟରସିଟି ଏକ୍ସପ୍ରେସ୍‌ ଏବଂ କେଉଟଗୁଡ଼ା ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଅଟକି ରହିଛି, ଯାହାଫଳରେ ଶତାଧିକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ରେଳବାଇର ବୈଷୟିକ ଟିମ୍ ଓ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଧାରଣା ଉପରୁ ମାଟି ଓ ପଥର ହଟାଇବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଟ୍ରାକ୍‌ ମରାମତି କରି ରେଳ ଚଳାଚଳ ସ୍ୱାଭାବିକ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
​ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟ ପ୍ରବଳ ବର୍ଷା କାରଣରୁ ଏହି ରେଳ ଲାଇନ୍‌ର ଏକାଧିକ ସ୍ଥାନରେ ମାଟି ଅତଡ଼ା ଖସିଥିଲା। ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଥିବାରୁ ସମସ୍ତ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ, ଟନେଲ ଏବଂ ରେଳ ଟ୍ରାକ୍ ଉପରେ ରେଳ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?