ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ ନେଇ ରେଡିଓ, ପୋଡ୍‌କାଷ୍ଟ ଏବଂ ମ୍ୟୁଜିକ୍‌ ଭିଡିଓଠାରୁ ବୃତ୍ତଚିତ୍ର ସିନେମା ପର୍ଯ୍ୟନ୍ତ ସେ ନିଜ ବିଚକ୍ଷଣତାର ପ୍ରମାଣ ଦେଇଛନ୍ତି। ପରଞ୍ଜୟ ଏକାଧାରରେ ଜଣେ ଲେଖକ, ବକ୍ତା, ଉପସ୍ଥାପକ, ଶିକ୍ଷକ, ବିଶ୍ଳେଷକ, ପ୍ରଯୋଜକ ଓ ପରାମର୍ଶଦାତା। ତାଙ୍କର ଅନେକ ଲେଖା ଇଂଲିଶ, ବଙ୍ଗଳା ଓ ହିନ୍ଦୀ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ଭୁବନେଶ୍ୱରରେ ସୋମବାର ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ‘ମିଡିଆ ଲଜ୍‌, ନ୍ୟୁ କ୍ରିମିନାଲ ଲଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜେସ୍‌ ଫର୍‌ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଜମ୍‌’ ଶୀର୍ଷକ ଅଧିବେଶନରେ ଭାଗନେବାକୁ ଆସିଥିବାବେଳେ ଖବରଦାତା ଅରିନ୍ଦମ ଗାଙ୍ଗୁଲି ତାଙ୍କୁ ଭେଟିଥିଲେ।

ଆପଣଙ୍କ କ୍ୟାରିୟର ଆରମ୍ଭର ସାମ୍ବାଦିକତା ଓ ବର୍ତ୍ତମାନର ସାମ୍ବାଦିକା ମଧ୍ୟରେ କି ପ୍ରଭେଦ ଦେଖୁଛନ୍ତି?
ଦୀର୍ଘ ୪୭ ବର୍ଷ ଧରି ମୁଁ ସାମ୍ବାଦିକତା କରିଆସୁଛି। ଜରୁରୀକାଳୀନ ପରିସ୍ଥତି, ଘରୋଇ ଟେଲିଭିଜନ ମିଡିଆର ଅଭିବୃଦ୍ଧି ଏବଂ ଭାରତ ତଥା ବିଶ୍ୱରେ ଗଣମାଧ୍ୟମର ଚରିତ୍ରକୁ ବଦଳାଇଦେଇଥିବା ଇଣ୍ଟରନେଟର ବିକାଶକୁ ମୁଁ ଦେଖିଛି। ଛାପା ହେଉ କି ଦୃଶ୍ୟଶ୍ରାବ୍ୟ ମାଧ୍ୟମ ସବୁଠି ଲୋକଙ୍କ ସୂଚନା ଆହରଣରେ ନାଟକୀୟ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ଭାରତର ଜନସଂଖ୍ୟା ୧୪୦ କୋଟି ହୋଇଥିବାବେଳେ ସମାନ ସଂଖ୍ୟକ ଲୋକଙ୍କ ନିକଟରେ ରହିଥିବା ଇଣ୍ଟରନେଟ୍‌ ଉପଲବ୍ଧତା ସେମାନଙ୍କୁ ପ୍ରଭାବିତ କରୁଛି। କିନ୍ତୁ ଲୋକଙ୍କ ଉପରେ ଇଣ୍ଟରନେଟ୍‌ର ଏଭଳି ପ୍ରଭାବ ମିଥ୍ୟାତଥ୍ୟ ଓ ଘୃଣା ମନ୍ତବ୍ୟକୁ ମଧ୍ୟ ବ୍ୟାପକ କରିଛି। ନିକଟରେ ଘଟିଥିବା ସବୁ ଗୋଷ୍ଠୀ ସଂଘର୍ଷ ଓ ଭିଡ଼ହିଂସାରେ ହ୍ବାଟ୍ସଆପ୍‌ ମେସେଜ୍‌ର ଭୂମିକା ରହିଛି।
ବାସ୍ତବ ସାମ୍ବାଦିକତା ଓ ଫେକ୍‌ ଜର୍ନାଲିଜମ୍‌ ମଧ୍ୟରେ ଫରକ୍‌ ଅସ୍ପଷ୍ଟ ହୋଇଯାଇଥିବା ଆପଣ ମନେକରନ୍ତି କି?
ହଁ, ବହୁମାତ୍ରାରେ। ବର୍ତ୍ତମାନ ଦେଶର ଗଣମାଧ୍ୟମକୁ ଅନେକ ବଡ଼ ଶିଳ୍ପପତି ନିୟନ୍ତ୍ରଣ କରୁଛନ୍ତି। କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ କରିବା ଓ ସମାଜକୁ ଦର୍ପଣ ଦେଖାଇବା ହେଉଛି ଗଣମାଧ୍ୟମର କାର୍ଯ୍ୟ। ଏହା ପରିବର୍ତ୍ତେ ଗଣମାଧ୍ୟମ ବିରୋଧୀଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବିନା ଲେଖାରେ ଗୋଟିଏ ହେଲେ ଖବରଦାତା ସମ୍ବିଳନୀ କରିନାହାନ୍ତି। ସେ ଅଳ୍ପ କେତେଜଣ ବଛା ବଛା ଲୋକଙ୍କ ଦ୍ୱାରା ସାକ୍ଷାତ୍‌କାର ବେଳେ ଉତ୍ତର ଦେବାକୁ ଉଚିତ ମଣିଛନ୍ତି। ଦେଶର ଜଣେ ପ୍ରଧାନମନ୍ତ୍ରୀ ଯଦି ଗଣମାଧ୍ୟମ ସହ ଏପରି ବ୍ୟବହାର କରୁଛନ୍ତି, ତେବେ ଆପଣ କ’ଣ ଆଶା କରିବା ଉଚିତ। ଅଳ୍ପ କିଛି ମିଡିଆ ହାଉସ୍‌ ସରକାରଙ୍କୁ ସମାଲୋଚନା କରିପାରୁଛନ୍ତି।
ଗଣମାଧ୍ୟମର ସ୍ବାଧୀନତାକୁ କେତେ ରୋକାଯାଇଛି?
ବର୍ତ୍ତମାନର ଆଇନ ଓ ନିୟମଗୁଡ଼ିକୁ ଉଠୁଥିବା ସ୍ବରକୁ ଚପାଇଦେବା ପାଇଁ ବ୍ୟବହାର କରାଯାଉଛି। ନିୟମଗୁଡ଼ିକୁ ଡିଜିଟାଲ ପ୍ରିଭେସି, ପ୍ରେସ୍‌, ପୁସ୍ତକ ପ୍ରକାଶନ, ପ୍ରସାରଣ ଆଦି ଉପରେ ଲଦାଯାଉଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନକୁ ଯେଭଳି ପ୍ରାଧାନ୍ୟ ମିଳିବା କଥା ସେଭଳି ମିଳୁନାହିଁ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(ଏ) ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅଭିବ୍ୟକ୍ତର ସ୍ବାଧୀନତା ଦେଇଛି। ଗଣମାଧ୍ୟମ ସେମାନଙ୍କ ଅଧିକାରକୁ ଉଦ୍ଧୃତ କରି ଅଭିବ୍ୟକ୍ତି ପରିପ୍ରକାଶ କରିଥାଏ। ତେବେ କ୍ଷମତାରେ ଥିବା ଲୋକେ ଆଇନର ଦୁରୁପଯୋଗ କରି ସାମ୍ବାଦିକମାନଙ୍କୁ ଅସହାୟ କରିଦେଉଛନ୍ତି, ଯାହାକି ଗଣମାଧ୍ୟମ ପାଇଁ ଆଦୌ ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?