ନିଜ ହାତରେ ନିୟନ୍ତ୍ରଣ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର ୩୦୦-୪୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃଦ୍‌ଯନ୍ତ୍ରଟି ଗର୍ଭ ସଞ୍ଚାରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚତ୍ଥିବା ଯାଏ କାର୍ଯ୍ୟ କରୁଥାଏ। ପ୍ରକାରାନ୍ତେ ହୃଦ୍‌ଯନ୍ତ୍ର ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ ଏବଂ ମୃତ୍ୟୁ ହେଲେ ହୃଦ୍‌ଯନ୍ତ୍ରଟି ବନ୍ଦ ହୋଇଯାଏ। ମାତ୍ର ୧୨ ସେମି ଲମ୍ବ, ୮.୫ ସେମି ଓସାର ଓ ୬ ସେମି ମୋଟା ବିଶିଷ୍ଟ ହୃଦ୍‌ଯନ୍ତ୍ର ପ୍ରତି ମିନିଟ୍‌ରେ ହାରାହାରି ୭୨ ଥର (୬୦-୮୦), ପ୍ରତି ଘଣ୍ଟାରେ ୪୩୨୦ଥର, ଗୋଟିଏ ଦିନରେ ଲକ୍ଷେ ଚାରିହଜାର ଥର ସ୍ପନ୍ଦିତ (ସଙ୍କୁଚିତ ଓ ପ୍ରସାରିତ) ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଗୋଟିଏ ହୃଦ୍‌ଯନ୍ତ୍ର କାର୍ଯ୍ୟ ଅର୍ଥାତ୍‌ ପ୍ରତ୍ୟେକ ସ୍ପନ୍ଦନ ପାଇଁ ଏହା ୦.୮ ସେକେଣ୍ଡ ନେଇଥାଏ ଓ ସଙ୍କୋଚନ ପାଇଁ ଯେତିକି ସମୟ ନିଏ, ପ୍ରସାରଣ ପାଇଁ ତା’ଠାରୁ ଅଢ଼େଇ ଗୁଣ ସମୟ ନେଇଥାଏ। ଅର୍ଥାତ୍‌, ହୃଦଯନ୍ତ୍ର ଯେତିକି ସମୟ ସଙ୍କୁଚିତ ହୁଏ ତା’ ତୁଳନାରେ ଅଢ଼େଇରୁ ୩ ଗୁଣ (ପ୍ରସାରିତ) ବିଶ୍ରାମ ନେଇଥାଏ। ତେଣୁ ଏହା ଉପରେ କାର୍ଯ୍ୟଭାର କିଛି ମାତ୍ରାରେ କମ୍‌ ହୋଇଥାଏ। ସାଧାରଣତଃ ହୃଦ୍‌ଯନ୍ତ୍ରର ତିନିଗୋଟି ଆବରଣ ମଧ୍ୟରୁ ମାଂସପେଶୀୟ ଆବରଣ ବା ମାୟୋକାର୍ଡିୟମ୍‌ ଏହି କାର୍ଯ୍ୟ କରିଥାଏ।
ହୃଦ୍‌ଯନ୍ତ୍ରର ସଙ୍କୋଚନ ସମୟରେ ହେଉଥିବା ବଳ ଦ୍ୱାରା ରକ୍ତ ସଞ୍ଚାରଣ ହୋଇଥାଏ ଏବଂ ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍‌ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲ୍‌ସ ପ୍ରେସର (ନାଡ଼ି ଚାପ) ଏହି ଦୁଇ ଚାପର ତଫାତ ଅର୍ଥାତ୍‌ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମାତ୍ର ଉଚ୍ଚ ରକ୍ତଚାପ ଏକ ବହୁଳ ପରିଲକ୍ଷିତ ଓ ପ୍ରାୟତଃ କାରଣ ଜଣା ନ ପଡ଼ିବା ଏକ ରୋଗ, ଯାହାକି ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଓ ଆହୁରି ଅନେକ କାରଣରୁ ହୋଇଥାଏ ବୋଲି ଅନୁମାନ କରାଯାଉଛି। ଉଚ୍ଚ ରକ୍ତଚାପ ଥରେ ଜଣାପଡ଼ିଲେ ଏହା ପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକତା ପଡ଼ିଥାଏ।
ଏତଦ୍‌ବ୍ୟତୀତ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଯାହାକୁ ”ଆକ୍ୟୁଟୋ ମାଇଓକାର୍ଡିଆଲ୍‌ ଇସେମିଆ(ଏଏମ୍‌ଇ)“ କୁହାଯାଏ, ତାହା ହୃଦ୍‌ଯନ୍ତ୍ରର ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହେବା ଦ୍ୱାରା ହୋଇଥାଏ। ହୃଦ୍‌ଯନ୍ତ୍ରରୁ ମାଂସପେଶୀକୁ ରକ୍ତ ଯୋଗାଉଥିବା ଦୁଇଟି ମୁଖ୍ୟ ଧମନୀ ଓ ଏହାର ଶାଖା ଏହିପରି ପାଞ୍ଚଗୋଟି ଧମନୀରୁ ଏକ ବା ଏକାଧିକ ଅବରୋଧ(ବ୍ଲକେଜ) ସୃଷ୍ଟି ହେଲେ ହୃଦ୍‌ଘାତ ହୋଇଥାଏ। ଏହା ବାମ ମୁଖ୍ୟ କରୋନାରୀ ଧମନୀରେ ଅଧିକ ପରିଲକ୍ଷିତ ହୋଇଥାଏ।
ହୃଦ୍‌ଯନ୍ତ୍ରକୁ ରକ୍ତ ସଞ୍ଚାଳନ କରାଉଥିବା ଧମନୀକୁ କରୋନାରୀ ଧମନୀ କୁହାଯାଇଥାଏ। କାରଣ ଏହା ହୃଦ୍‌ଯନ୍ତ୍ରର ମୁକୁଟ ପରି ପ୍ରତୀୟମାନ ହୁଅନ୍ତି। ଧମନୀରେ କୋଲେଷ୍ଟେରଲ୍‌, ଆଖେରୋମା ଇତ୍ୟାଦି ଜମି ରକ୍ତ ସଞ୍ଚାଳନର ବାଟ ବନ୍ଦ କରିଥାଏ। ଏଥିପାଇଁ ସ୍ଥଳବିଶେଷରେ ଷ୍ଟେଣ୍ଟ, ବାଇପାସ୍‌ ସର୍ଜରି ଇତ୍ୟାଦି କରାଯାଇଥାଏ। ରକ୍ତ ଜମାଟ ଓ ଚର୍ବିଜାତୀୟ ଉପାଦାନ ହ୍ରାସ ପାଇଁ ଔଷଧ ଦିଆଯାଇଥାଏ। ଏବେ ବିନା ଅପରେଶନରେ ମଧ୍ୟ ହାର୍ଟ ବ୍ଲକେଜର ଚିକିତ୍ସା କରାଯାଇପାରୁଛି।
ଆମ ଶରୀରରେ ରକ୍ତ ସଞ୍ଚାଳନ ଏହିପରି ହୋଇଥାଏ। ପ୍ରଥମେ ଶରୀରର ସମସ୍ତ ଅଙ୍ଗ ଓ ଅଂଶରୁ ଦୂଷିତ ରକ୍ତ ସଂଗ୍ରହ ହୋଇ ଊର୍ଦ୍ଧ୍ୱ ଓ ଅଧ ଭେନା, କାଭା ଦ୍ୱାରା ଦକ୍ଷିଣ ଅଳିନ୍ଦକୁ ଆସି ଦକ୍ଷିଣ ନିଳୟ ଦେଇ ଅଙ୍ଗାରକାମ୍ଳରହିତ ଓ ଅମ୍ଳଜାନଯୁକ୍ତ ହୋଇ ପରିଷ୍କାର ରକ୍ତ ହେବା ପାଇଁ ଫୁସ୍‌ଫୁସ୍‌କୁ ଯାଏ। ସେଠାରୁ ଏହା ଫୁସ୍‌ଫୁସ୍‌ ଶିରା ଦେଇ ବାମ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଧମନୀ ଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ଯାଇଥାଏ। ଏହି ପ୍ରକ୍ରିୟା ନିରନ୍ତର ଚାଲିଥାଏ। ସାଧାରଣତଃ ହୃତ୍‌ପିଣ୍ଡର ଚାରିଗୋଟି କୋଠରି ମଧ୍ୟରୁ କେବଳ ଗୋଟିଏ ପଟ ଉପର କୋଠରିରୁ ତଳ କୋଠରିକୁ ବାଟ ଥାଏ। ବାମରୁ ଦକ୍ଷିଣ କିମ୍ବା ଦକ୍ଷିଣରୁ ବାମକୁ ବାଟ ନ ଥାଏ। ଏହା ସେପ୍ଟମ ଦ୍ୱାରା ବନ୍ଦ ହୋଇଥାଏ।
ବହୁତ ସମୟରେ ଏପରି ହୋଇଥାଏ ଯେ ଆମେ କେବଳ ରୋଗ ପାଇଁ ଔଷଧ ଖାଇଥାଉ। ମାତ୍ର ରୋଗ କାହିଁକି ହେଉଛି, କିପରି ନ ହେବ ସେଥିପାଇଁ ଚିନ୍ତା କରି ନ ଥାଉ। ହୃଦ୍‌ରୋଗ ଜନ୍ମ ସମୟର ଅପରିପକ୍ୱ ଗଠନ ଯୋଗୁ ଶିଶୁମାନଙ୍କଠାରେ ହୋଇଥାଏ। ମାତ୍ର ଏହା ଏବେ ଅପରେଶନ ଦ୍ୱାରା ସଜଡ଼ା ଯାଇପାରୁଛି। ଅନେକ ସ୍ଥାନରେ ତାହା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ସେହିପରି ଗଳା ସଂକ୍ରମଣ ଓ ଗଣ୍ଠି ସଂକ୍ରମଣ ପରବର୍ତ୍ତୀ ସମୟରେ ହାର୍ଟର କପାଟିକା(ଭାଲ୍‌ଭ)ଗୁଡ଼ିକ ନଷ୍ଟ ହୋଇ ଆର୍‌ଏଚ୍‌ଡି ବା କପାଟିକାଜନିତ ରୋଗ ହୋଇଥାଏ। ଏହାର ଚିକିତ୍ସା ଦୀର୍ଘଦିନ ଧରି ଔଷଧ ଦ୍ୱାରା ହୋଇଥାଏ ଓ ସ୍ଥଳବିଶେଷରେ ଅପରେଶନ କରାଯାଏ।
ସବୁଠାରୁ ଅଧିକ ସଂଖ୍ୟାରେ ହେଉଥିବା ହୃଦ୍‌ରୋଗ ହେଲା ହାର୍ଟ ଆଟାକ, ଯାହା କରୋନାରୀ ଧମନୀରେ ରକ୍ତ ସଞ୍ଚାଳନରେ ବାଧା ଯୋଗୁ ହୋଇଥାଏ। ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଓ ଫଳପ୍ରଦ ଚିକିତ୍ସା କରାଯାଇପାରୁଛି। ପୁରୁଷମାନଙ୍କ କ୍ଷେତ୍ରରେ ହୃଦ୍‌ଘାତର ଲକ୍ଷଣ ମୁଖ୍ୟତଃ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ବାନ୍ତି ଲାଗିବା, ବଦହଜମି ଲାଗିବା, କାନ୍ଧରେ କଷ୍ଟ ଲାଗିବା ପରି ହୋଇଥାଏ। ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଅନେକ ସମୟରେ ଛାତିରେ କୌଣସି ଯନ୍ତ୍ରଣା ହୋଇ ନ ଥାଏ। ତେବେ ଆମ୍ଭେମାନେ ଚାହିଁଲେ ହୃଦ୍‌ରୋଗକୁ କମାଇ ପାରିବା ଏବଂ ହୃଦ୍‌ରୋଗଜନିତ ମୃତ୍ୟୁରୁ ରକ୍ଷା ପାଇପାରିବା।
ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଓଜନ ହ୍ରାସ, ଚର୍ବି ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ ଶର୍କରା ନିୟନ୍ତ୍ରଣ, କମ୍‌ ଲୁଣ, କମ୍‌ ଚିନି, ଅଧିକ ତନ୍ତୁଜାତୀୟ ଓ ଫଳ ପନିପରିବାଯୁକ୍ତ ଖାଦ୍ୟ, ସୁସ୍ଥ ମନ, ସୁସ୍ଥ ଚିନ୍ତାଧାରା, ମାନସିକ ଚାପ ହ୍ରାସ ଓ ଆହୁରି ଅନେକ ଏହିପରି କାର୍ଯ୍ୟବିଧି ହୃଦ୍‌ଘାତର ଆଶଙ୍କା କମାଇ ଦେଇଥାଏ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri