ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟକତା

ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। କେନ୍ଦ୍ର ସରକାର ୧୯୮୨ରେ ପ୍ରଥମେ ଏହିଭଳି ସପ୍ତାହ ପାଳନ ଆରମ୍ଭ କରିଥିଲେ। ବିଶେଷକରି ପିଲାମାନଙ୍କର ଅଭିଭାବକମାନେ ଏହି ପୁଷ୍ଟି ପ୍ରସଙ୍ଗକୁ ଅଣହେଳା କରିଥାନ୍ତି। ଏକ ସୁନ୍ଦର ଶିଶୁର ସ୍ବାସ୍ଥ୍ୟ ତା’ର ପରବର୍ତ୍ତୀ ବିକଶିତ ବୟୋବୃଦ୍ଧି ପାଇଁ ଯେ ନିତାନ୍ତ ଅପରିହାର୍ଯ୍ୟ ଏହାକୁ ହୃଦୟଙ୍ଗମ କରିବା ଉଚିତ। କୁହାଯାଏ ଆଜିର ଶିଶୁଟି ଆସନ୍ତାକାଲିର ଭବିଷ୍ୟତ। ହେଲେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଯଦି ଅବହେଳାର ଶିକାର ହୁଏ ତାହାଲେ ପିଲାଟି ଅନେକ ରୋଗର ଶିକାର ହେବା ସହ କେବଳ ତା’ର ଶାରୀରିକ ନୁହେଁ ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେବେ ଉତ୍ତମ ପୁଷ୍ଟି ପାଇଁ ଜରୁରୀ କଥା ହେଉଛି ନବଜାତ ଶିଶୁ ପାଇଁ ମାଆର ପ୍ରଥମ କ୍ଷୀର ବା କଷ କ୍ଷୀର ତା’ ସ୍ବାସ୍ଥ୍ୟ ପାଇଁ ଏକ ଦିବ୍ୟ ସଞ୍ଜିବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ସମସ୍ତ ପ୍ରକାର ପୌଷ୍ଟିକତା ରହିବା ସହ ବିଶେଷକରି ଶିଶୁ ପାଇଁ ଏହା ଏକପ୍ରକାର ଈଶ୍ୱରପ୍ରଦ ରୋଗ ପ୍ରତିରୋଧକ ଶକ୍ତିକାରୀ ଅମୂଲ୍ୟ ଜିନିଷଟି। ନୂଆ ଜନ୍ମ ହୋଇଥିବା ପିଲାକୁ ପ୍ରଥମ ଛଅମାସ କେବଳ ମାଆ କ୍ଷୀର ନିହାତି ଜରୁରୀ। ଶିଶୁଟି ଯେତେଥର ଚାହୁଁଛି ମାଆମାନେ ପିଲାଙ୍କୁ ସ୍ତନ୍ୟପାନ ପ୍ରଦାନ କରନ୍ତୁ। ଶିଶୁଟିର ବୟସ ଛଅମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ତେବେ ଏହାସହିତ ଦୁଇ ବର୍ଷ ଯାଏ ପିଲାଟି ଯେପରି ମାଆ କ୍ଷୀର ପାଏ ଏ କ୍ଷେତ୍ରରେ ମାଆମାନେ ଯତ୍ନବାନ ହେବା ଜରୁରୀ। କେହି କେହି ମାଆକ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର, ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି। କିନ୍ତୁ ମନେରଖିବା କଥା ଯେ, ମାଆ କ୍ଷୀର ପରି କୌଣସି ଖାଦ୍ୟ ପଦାର୍ଥ ତୁଳନୀୟ ନୁହେଁ। ବିଶେଷକରି ମାଆମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ଼, ବାଦାମ ଓ ଆୟୋଡ଼ିନଯୁକ୍ତ ଲୁଣ ଯେପରି ସାମିଲ ହେବ। ଓଡ଼ିଆ ଘରର ଚଳଣିରେ ଅଧିକାଂଶ ଗାଁଗଣ୍ଡାର ମାଆମାନେ ପିଲାଟିର ସ୍ବାସ୍ଥ୍ୟକୁ ଯତ୍ନରେ ରଖି ନିଜ ଖାଦ୍ୟ ଓ ବିଶ୍ରାମକୁ ପଛରେ ପକାଇ ଦେଇଥାନ୍ତି ଏହା କିନ୍ତୁ ଠିକ୍‌ ନୁହେଁ। ଶିଶୁକୁ କ୍ଷୀର ଦେଉଥିବା ମାଆମାନେ ନିର୍ଦ୍ଦିଷ୍ଟ ସମୟର ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ନିହାତି ଜରୁରୀ। କାରଣ ମାଆଟିର ସ୍ବାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁଟିର ମଧ୍ୟ ସେହିପରି ଭାବରେ ଉତ୍ତମ ଅଭିବୃଦ୍ଧି ଓ ବିକାଶ ସମ୍ଭବ ହୋଇପାରିବ।
ପିଲାମାନଙ୍କ ବିଶେଷକରି ନବଜାତ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ବେଳେ ପାରିପାର୍ଶ୍ୱିକ କ୍ଷେତ୍ରକୁ ଦୃଷ୍ଟି ଦେବା ଅପରିହାର୍ଯ୍ୟ। କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିକରତ୍ବର କ୍ଷତି ହୋଇଥାଏ, ଯାହାଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଜ ଶିକାର ହୋଇଥାଏ। ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ବଚ୍ଛତାକୁ ଧ୍ୟାନ ଦେଇ ନିଜ ପରିବେଶକୁ ସ୍ବଚ୍ଛ ରଖିପାରିଲେ ରୋଗ ସଂକ୍ରମଣକୁ ରୋକାଯାଇପାରିବ। ବର୍ତ୍ତମାନ ପରି ସାଧାରଣତଃ ବର୍ଷାଦିନିଆ ପରିବେଶରେ ମାଆମାନେ ପିଲାଙ୍କ ଯତ୍ନ ନେଲାବେଳେ କିଛି ଘଟଣାକୁ ଅଣଦେଖା କରିଦିଅନ୍ତି। ପିଇବା ପାଣି ବି ଯେପରି ନିଶ୍ଚିନ୍ତ ଭାବରେ ଭଲଭାବରେ ଫୁଟା ଯାଇଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପିଲାଟିକୁ ପିନ୍ଧାଉଥିବା ପୋଷାକ ଯେପରି ଭଲ ଭାବରେ ସଫା ହୋଇ ସୂର୍ଯ୍ୟକିରଣ ଦ୍ୱାରା ଶୁଖିଥିବ ସେ ଦିଗକୁ ଦୃଷ୍ଟି ଦିଅନ୍ତୁ। କେହି କେହି ପିଲାମାନଙ୍କର ଲୁଗାପଟାକୁ ଫ୍ୟାନରେ ବା ୱାଶିଂମେଶିନର ଗରମରେ ଶୁଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା ଆଦୌ ଠିକ୍‌ ନୁହେଁ। କାରଣ ପୋଷାକରେ ଯଦି ଆର୍ଦ୍ରତା ରହିବ ପିଲାଟି ଥଣ୍ଡାଜ୍ୱରର ଶିକାର ହେବାର ସମ୍ଭାବନା ଅଛି। ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ବଜାରର ପନିପରିବା ଅପେକ୍ଷା ନିଜ ବାଡ଼ିର ବା ଘରୋଇ ପ୍ରସ୍ତୁତ ପରିବା ଯଥା ଅମୃତଭଣ୍ଡା, କଦଳୀ, ସଜନାଛୁଇଁ, ଶାଗ ଦେଇପାରନ୍ତି। ଗାଜର ବିଟ୍‌ ବି ଭଲ। ସେହିପରି ପିଲାମାନଙ୍କୁ ତଟକା ଫଳ ଖୋଇବାର ଅଭ୍ୟାସ ରଖନ୍ତୁ କିମ୍ବା ନିଜେ ଘରେ ଜୁସ୍‌ ତିଆରି କରି ପିଇବାକୁ ଦିଅନ୍ତୁ। ଛୋଟ ପିଲାଙ୍କୁ ଖାଇବାକୁ ଦେବାବେଳେ ଖାଦ୍ୟକୁ ଭଲ ଭାବରେ ଚକଟି ଦିଅନ୍ତୁ। ପିଲାମାନଙ୍କ ପାଇଁ ଚୁଡ଼ାରେ ପ୍ରସ୍ତୁତ ପାଉଡର ଖୁବ୍‌ ଭଲ। ଡାଲି ଭିତରେ ହରଡ଼ ଡାଲି, ମୁଗଡାଲି ଭଲ। ତେବେ ଡାଲି ପାଣିଟି ପିଲାମାନଙ୍କ ପାଇଁ ଖୁବ୍‌ ଭଲ। ପିଲାବେଳୁ ଶିଶୁଟିକୁ ରକ୍ତହୀନତାର ସମସ୍ୟାରୁ ଦୂରେଇବା ପାଇଁ ଏହାର ପ୍ରତିରୋଧ ନିମନ୍ତେ ଗର୍ଭବତୀ ମହିଳାମାନେ ଓ ପ୍ରସୂତି ମାଆମାନେ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପିଲାଟିକୁ ମଧ୍ୟ ଦିଅନ୍ତୁ। ସରକାର ଲୌହସାର ଯୁକ୍ତ ବଟିକା ଓ ବିଭିନ୍ନ ପୁଷ୍ଟିକର ଅଭିବୃଦ୍ଧି ପାଇଁ ମାଗଣା ଔଷଧ ପ୍ରଦାନ କରୁଛନ୍ତି ଏହାର ସୁଯୋଗ ନିଅନ୍ତୁ। ପିଲାଟି ଯେପରି ଆୟୋଡ଼ିନଯୁକ୍ତ ଲୁଣ ଖାଉଥାଏ ସେ ଦିଗଟିକୁ ଦେଖନ୍ତୁ। ରୁଗ୍‌ଣ ଓ ଅତିଶୟ ପୁଷ୍ଟିହୀନ ଶିଶୁ ପାଇଁ ଠିକ୍‌ ଓ ନିର୍ଦ୍ଧାରିତ ସମୟରେ ପୁଷ୍ଟିକର ଖାଦ୍ୟ ଓ ଅଧିକ ଯତ୍ନ ଆବଶ୍ୟକ। ପିଲାକୁ ଯେକୌଣସି ଖାଦ୍ୟ ବା ପାନୀୟ ଦେଉଥାନ୍ତି ଶିଶୁରୋଗ ବିଶେଷଜ୍ଞଙ୍କ ମତ ନିଅନ୍ତୁ। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗର୍ଭବତୀ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ କରିବା ସହ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ଔଷଧ ପ୍ରଦାନ କରୁଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ିକର୍ମୀ୍‌ମାନେ ଘରେ ଘରେ ପହଞ୍ଚତ୍ ଏହି ସୁଯୋଗ ଆପଣମାନଙ୍କ ହାତ ପାହାନ୍ତାରେ ପ୍ରଦାନ କରୁଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲାସ୍ତରୀୟ ଡାକ୍ତରଖାନାଠାରୁ ଶିଶୁଭବନ ସବୁଠି ଶିଶୁମାନଙ୍କର ଉତ୍ତମ ପୁଷ୍ଟିଜନିତ ଚିକିତ୍ସା ପାଇଁ ଅଭିଜ୍ଞ ଓ ଅନୁଭବୀ ଶିଶୁରୋଗ ବିଶେଷଜ୍ଞ ରହିଛନ୍ତି। ସେମାନଙ୍କ ପରାମର୍ଶ ନିହାତି ନିଅନ୍ତୁ। ଗୁଣୀଟୁଣୀ ବା କାହାର କାନକୁହା କଥା ଶୁଣି ପିଲାଟିକୁ ଡଉଲଡାଉଲ ଓ ମୋଟା କରିଦେବା ପାଇଁ ନିଜେ କୌଣସି ଖାଦ୍ୟ ବା ଔଷଧ ଦେବା ପୂର୍ବରୁ ଶିଶୁ ବିଶେଷଜ୍ଞଙ୍କ ନିହାତି ପରାମର୍ଶ ନିଅନ୍ତୁ। ଚଳିତବର୍ଷର ଏହି ସପ୍ତାହ ପାଇଁ ରହିଥିବା ସ୍ଲୋଗାନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମାଜର ସାମଗ୍ରିକ ଆଗାମୀ ଭବିଷ୍ୟତର ବିକାଶ ପାଇଁ ଆଜିର ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ଦିଗ ଓ ପୁଷ୍ଟି ସାଧନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାକୁ ପାଳନ କଲେ ଏହି ଜାତୀୟ ପୁଷ୍ଟି ସପ୍ତାହର ପ୍ରାସଙ୍ଗିକତାର ଗୁରୁତ୍ୱ ବଢ଼ିପାରିବ।

– ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ
ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ : ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?