ତାଲିକାରୁ ବାଦ୍‌ ପଡ଼ିଲା ଏସ୍‌ଏଚ୍‌ଜି

ଯାଜପୁର ଅଫିସ,୫ା୯:ଯାଜପୁର ଜିଲାର ୧୧ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ବିନା ଧାନରେ ଅଗ୍ରିମ ଭେଣ୍ଡର ରସିଦ ଜାରି କରାଯାଇ ଧାନ କିଣାଯାଇଥିବା ଜଣାପଡ଼ିଥିଲା। ଷ୍ଟେଟ୍‌ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଜାଲିଆତିରେ ସମ୍ପୃକ୍ତ ପାକ୍ସ ଏବଂ ଏସ୍‌ଏଚ୍‌ଜି କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏପ୍ରିଲ ଓ ମେ ମାସରେ ଏକାଧିକ ପତ୍ର ଦିଆଗଲା। ହେଲେ ଏହାର ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ହେବା ଦୂରର କଥା ବରଂ ଉକ୍ତ ଜାଲିଆତି ତାଲିକାରେ ଥିବା ଯାଜପୁର ବ୍ଲକ ମହାବୀର ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ବାଦ୍‌ ଦିଆଯାଇଛି। ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ୨୫ା୮ା୨୦୨୨ରେ ଏଆରସିଏସ୍‌ (ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋପୋରେଟିଭ ସୋସାଇଟି)ଙ୍କୁ ମାଗିଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି।
ତଦନ୍ତ ରିପୋର୍ଟ ଅନୁସାରେ ଷ୍ଟେଟ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ୩ା୩ା୨୦୨୨ରେ ଯାଜପୁର ଜିଲା ଗସ୍ତ କରି ପାକ୍ସଗୁଡିକରେ ଧାନ ସଂଗ୍ରହ, ଉଠାଣ ଏବଂ ମହଜୁଦ ଧାନ ପରିମାଣ ଉପରେ ତଦନ୍ତ କରିଥିଲା। ଏଥିରେ ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପାକ୍ସରେ ୩୦୬୫.୨୫ କୁଇଣ୍ଟାଲ ଧାନର ଭେଣ୍ଡର ରସିଦ ପ୍ରସ୍ତୁତ ହୋଇଥିଲାବେଳେ ବାସ୍ତବରେ ଚାଷୀଙ୍କଠାରୁ ସେହି ପରିମାଣ ଧାନ କିଣାଯାଇ ନ ଥିଲା। ଅନୁରୂପ ଭାବେ ଦଶରଥପୁର ବ୍ଲକର ଚଷାଖଣ୍ଡ ପାକ୍ସରେ ୩୭୫୩.୦୪ କୁଇଣ୍ଟାଲ, ବଡ଼ଚଣା ବ୍ଲକ ବୈରୀ ପାକ୍ସରେ ୧୭୯୦.୩୦ କୁଇଣ୍ଟାଲ ଓ ସମିଆ ପାକ୍ସରେ ୮୧୬.୧୬ କୁଇଣ୍ଟାଲ ଏବଂ ବରୀ ବ୍ଲକ ଅମଠପୁର ପାକ୍ସରେ ୧୧୮୩.୭୩ କୁଇଣ୍ଟାଲ, ବିଞ୍ଝାରପୁର ବ୍ଲକ ନରହରି ପାକ୍ସରେ ୧୮୦୧.୦୫ କୁଇଣ୍ଟାଲ, ଧର୍ମଶାଳା ବ୍ଲକ ଅଭୟପୁର ପାକ୍ସରେ ୩୮୩.୫୮ କୁଇଣ୍ଟାଲ, ସୁକିନ୍ଦା ବ୍ଲକ ଦୁଧୁଯୁରୀ ପାକ୍ସରେ ୪୫୮୧.୨୮ କୁଇଣ୍ଟାଲ, ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପାକ୍ସରେ ୧୨୭୯.୫୦ କୁଇଣ୍ଟାଲ, ଯାଜପୁର ବ୍ଲକ ମହାବୀର ଶକ୍ତି ଏସଏଚ୍‌ଜିରେ ୧୦୦୮.୨୪ କୁଇଣ୍ଟାଲ ଓ ମାର୍କଣ୍ଡପୁର ପାକ୍ସରେ ୧୦୩୫.୨୧ କୁଇଣ୍ଟାଲ ଧାନ କେବଳ କାଗଜପତ୍ର ପ୍ରସ୍ତୁତ କରି କିଣାଯାଇଥିବା ଜଣାପଡ଼ିଥିଲା। ତଦନ୍ତରେ ସମୁଦାୟ ୨୦,୬୯୭.୩୪ କୁଇଣ୍ଟାଲ ଧାନ ମିଳି ନ ଥିବାବେଳେ ଭେଣ୍ଡର ରସିଦ ଜାରି ହୋଇଥିଲା। ଏ ଗ୍ରେଡ୍‌ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୯୬୦ ଟଙ୍କା ଅନୁସାରେ ଏହା ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ସମ୍ପୃକ୍ତ ପାକ୍ସ ଓ ଏସ୍‌ଏଚ୍‌ଜି କର୍ତ୍ତୃପକ୍ଷ ଚଞ୍ଚକତା କରି ପରବର୍ତ୍ତୀ ସମୟରେ ଚାଷୀଙ୍କ ନାମରେ ଉପରୋକ୍ତ ବିପୁଳ ଟଙ୍କା ଉଠାଣ କରି ହଡ଼ପ କରିଥିବା ଏଥିରୁ ଅନୁମାନ କରାଯାଇଥିଲା। ଏହିକ୍ରମରେ ଯୋଗାଣ ନିଗମ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟର ତଦନ୍ତକାରୀ ଅଧିକାରୀ ତଥା ସିଭିଲ ସପ୍ଲାଏ ଅଫିସର (ସିଏସ୍‌ଓ) ବସନ୍ତ କୁମାର ପଣ୍ଡା ସମ୍ପୃକ୍ତ ସମ୍ପାଦକ ଓ ପର୍ଚେଜ ଅଫିସରମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ତାଙ୍କ ତଦନ୍ତ ରିପୋର୍ଟରେ ଅନୁରୋଧ କରିଥିଲେ। ଏହାସହ ସମ୍ପୃକ୍ତ ସମ୍ପାଦକ ଏବଂ ୯ଟି ମିଲର୍ସଙ୍କୁ ମଣ୍ଡି ପରିଚାଳନାରୁ ବିରତି ରଖିବାକୁ ତଦନ୍ତକାରୀ ଅଧିକାରୀ ପଣ୍ଡା ପ୍ରସ୍ତାବ ଦେଇଥିଲେ। ଏହିମର୍ମରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକ ଏହି ମାମଲାକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରି ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଗତ ଜୁନ ୧୩ ତାରିଖରେ ଯାଜପୁର ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଠାରେ କୌଣସି ନିର୍ଦ୍ଦେଶ କିମ୍ବା ପ୍ରସ୍ତାବ ଏଯାଏ କାର୍ଯ୍ୟକାରୀ ହେଲା ନାହିଁ। ବିଭିନ୍ନ ଆଳ ଦେଖାଇ ଦୁର୍ନୀତିଖୋର କର୍ମଚାରୀ ଓ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବାରେ ସଫଳତା ମିଳିଛି। ନିଜ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଚାଷୀ ଦର୍ଶାଇ ଜାଲ କାଗଜପତ୍ରରେ ଧାନ ସଂଗ୍ରହ କରାଯାଇ ଚାଷୀ ମାରଣନୀତି ଚାଲିଥିଲେ ହେଁ କେବଳ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ସୀମିତ ରହିଛି।
ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ସଂପୃକ୍ତ ପାକ୍ସ ସମ୍ପାଦକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିଚାଳନା ପରିଷଦଙ୍କୁ ପତ୍ର ଦିଆଯାଇଛି। ସେହିପରି ଏସଏଚ୍‌ଜି କର୍ତ୍ତୃପକ୍ଷଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri