ମଜୁରି ମାଗିବାରୁ ଦାଦନ ଶ୍ରମିକଙ୍କୁ ଠିକାଦାର, ଦଲାଲଙ୍କ ମରଣାନ୍ତକ ଆକ୍ରମଣ: ଅକର୍ମଣ୍ୟ ଅବସ୍ଥାରେ ଘରେ ପଡିଛନ୍ତି ପ୍ରଭାକର

ପୁରୁଷୋତ୍ତମପୁର,୨୭ା୯(ସବିତା ମିଶ୍ର): ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ ନିଜ ମଜୁରି ଟଙ୍କା ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ଆକ୍ରମଣରେ ଏବେ ଚିକିତ୍ସା ଅଭାବରୁ ଘରେ ପଡି ରହିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା ଥାନା ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତ ଦାସିଆମାରୀ ପଲ୍ଲୀ ଗ୍ରାମର ପ୍ରଭାକର ନାହାକ(୬୦)। ଖବରରୁ ପ୍ରକାଶ, ପ୍ରଭାକର ଅତି ଗରିବ ହୋଇଥିବାରୁ ଗ୍ରାମରେ ମୂଲଲାଗି ପରିବାର ଚଳାଉଥିଲେ। ସେ ଝିଅ ବାହାଘରରେ କରଜ ହୋଇଯାଇଥିବା ହେତୁ ତାହା ଶୁଝିବେ କିପରି ଚିନ୍ତାରେ ଥିଲେ। ଏହି ସମୟରେ ଗତ ୬ମାସ ତଳେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ବ୍ରାହ୍ମଣ ଶାସନ ଗ୍ରାମର ଜଣେ ମଧ୍ୟସ୍ଥି ଜିତେନ୍ଦ୍ର ସାହୁଙ୍କ ମାଧ୍ୟମରେ ଭଦ୍ରକର ଠିକାଦାର ପର୍ଶୁରାମ ଦାଶଙ୍କ ଅଧୀନରେ ବେଙ୍ଗାଲୁରୁର ହିନ୍ଦିପୁର ଯାଇ ସେଠାରେ ଥିବା ଆଦିଷ୍ଟିଲ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ। ଇତିମଧ୍ୟରେ ଠିକାଦାର ତିନିମାସର ମଜୁରି ଦେଇଥିବା ବେଳେ ଆଉ ତିନିମାସର ଦେଇ ନ ଥିଲେ। ମଜୁରି ଠିକ୍‌ ରୂପେ ନ ମିଳିବାରୁ ପ୍ରଭାକର ନିଜ ଗ୍ରାମକୁ ଫେରି ଆସିବାକୁ ଚାହିଁ ମଧ୍ୟସ୍ଥି ଓ ଠିକାଦାରଙ୍କୁ କହିଥିଲେ। ଠିକାଦାର ଓ ମଧ୍ୟସ୍ଥି ଉଭୟେ ତାଙ୍କୁ ମନା କରିଥିଲେ। ମାତ୍ର ପ୍ରଭାକର ଚାଲି ଆସିବାକୁ ଜିଦ୍‌ ଜିଦ ଧରିବାରୁ ଗତ ୪ରେ ତାଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯଇଥିଲା। ମାଡ଼ ମାରି ତାଙ୍କ ହାତକୁ ମୋଡି ଭାଙ୍ଗି ଦେବା ସହ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରାଯିବାରୁ ସେ ଗୁରୁତର ହୋଇଥିଲେ। ସେଠାରେ ଏକ ହସ୍ପିଟାଲରେ ପ୍ରଭାଗରଙ୍କୁ ଭର୍ତ୍ତି କରିଦେଇ ଠିକାଦାର ଓ ମଧ୍ୟସ୍ଥି ଦଲାଲ ଚାଲି ଯାଇଥିଲେ। ସେ ମେଡିକାଲରେ ପଡି ଛଟପଟ ହେଉଥିବା ବେଳେ ସେଠାକାର ଅନ୍ୟ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ପୁରୁଷୋତ୍ତମପୁର ଅଞ୍ଚଳର କେତେ ଜଣ ବ୍ୟକ୍ତି ପ୍ରଭାକରଙ୍କ ପରିବାରକୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ। ପରେ ସ୍ତ୍ରୀ ସରସ୍ବତୀ ଓ ଶଳା ଧର୍ମା ନାହାକ ସେଠାକୁ ଯାଇ ପ୍ରଭାକରଙ୍କ ଚିକିତ୍ସା କରାଇଥିଲେ। ହେଲେ ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରି ନ ପାରି ଉଭୟେ ଏକ ଆମ୍ବୁଲାନ୍ସ ଯୋଗେ ସେଠାରୁ ପ୍ରଭାକରଙ୍କୁ ବ୍ରହ୍ମପୁର ଆଣି ଗତ ୭ରେ ବଡମେଡିକାଲରେ ଚିକିତ୍ସା କରାଇ ଘରକୁ ଆଣିଥିଲେ। ଅର୍ଥ ଅଭାବରୁ ଅଧିକ ଚିକିତ୍ସା ଲାଗି ପରିବାର ଲୋକେ କେଉଁଆଡେ ନେଇପାରୁନାହାନ୍ତି। ବର୍ତ୍ତମାନ ପ୍ରଭାକର ଏକ ପ୍ରକାରର ମୂକ ପାଲଟି କଥାବାର୍ତ୍ତା ମଧ୍ୟ କହିପାରୁ ନାହାନ୍ତି। ଏନେଇ ପରିବାର ଲୋକେ ଠିକାଦାର ପର୍ଶୁରାମ ଦାଶଙ୍କୁ ଫୋନ କରିପଚାରିବାରୁ ସେ ଘଟଣାକୁ ଏଡାଇଦେଇ ଜାଣି ନ ଥିବା ଏବଂ ପ୍ରଭାକରଙ୍କ ବକେଆ ମଜୁରି ଟଙ୍କା ଦେବାକୁ ମନା କରିଦେଇଛନ୍ତି। ପ୍ରଭାକରଙ୍କୁ ନେଇଥିବା ମଧ୍ୟସ୍ଥି ଦଲାଲ ଜିତେନ୍ଦ୍ର ସାହୁ ମଧ୍ୟ କିଛି ଜାଣି ନ ଥିବା କହିଛନ୍ତି ବୋଲି ସ୍ତ୍ରୀ ସରସ୍ବତୀ ପ୍ରକାଶ କରିଛନ୍ତି। ଦୋଷୀଙ୍କୁ ଦଣ୍ଡବିଧାନ ସହ ନ୍ୟାୟ ପ୍ରଦାନ କରିବା, ପ୍ରଭାକରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାର ଓ ଗଞ୍ଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଲେ ୨୦ ନିୟୁତ ଡଲାର ପୁରସ୍କାର ଦେବେ ଟ୍ରମ୍ପ

ଓ୍ବାଶିଂଟନ,୭।୧୧: ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୨୦ ନିୟୁତ ଡଲାର ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହାୟତା…

ଆମେରିକାର ଏହି ସ୍ଥାନରେ ରୁହନ୍ତି ହଜାର ହଜାର ଭାରତୀୟ, ଯେଉଁଠି ହୋଇଥିଲା ଭୟଙ୍କର ନରସଂହାର

ଆମେରିକାର ଜର୍ଜିଆ ରାଜ୍ୟର ଫୋର୍ସିଥ କାଉଣ୍ଟି କେବେ ନା କେବେ ଜାତୀୟ ହିଂସା ଏବଂ ଭେଦଭାବ ପାଇଁ ଜଣାଶୁଣା ଥିଲା। ପ୍ରାୟ ଦୁଇ ଶତାବ୍ଦୀ ପୂର୍ୱେ ଏହି…

ଆରମ୍ଭ ହେଲା ନୂଆ ଯୋଜନା ମାଗଣାରେ ଛାତ୍ରୀଛାତ୍ରଙ୍କୁ ମିଳିବ ଲାପଟପ, କାହାକୁ ମିଳିବ ସୁବିଧା ଜାଣନ୍ତୁ

ଚେନ୍ନାଇ,୭।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ମାଗଣା ଲାପଟପ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ନାମ…

ପୋଲିସ ବସ୍ ଧକ୍କାରେ ମହିଳା ଗୁରୁତର

କଟକ,୭।୧୧: କଟକ ସହରରେ ପୋଲିସ ବସ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚାଲି ଚାଲି ଯାଉଥିବାବେଳେ ମହିଳାଙ୍କୁ ଏକ ପୋଲିସ ବସ୍ ଧକ୍କା ଦେଇଥିବା…

କଟକ ସଦର ବିଡିଓଙ୍କ ବଦଳିକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା

କଟକ ସଦର,୭ା୧୧(ସୁଶାନ୍ତ କୁମାର ଜେନା): ୨ ଦିନ ଧରି କଟକ ସଦର ଅଞ୍ଚଳର ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ବଦଳି ସଂକ୍ରାନ୍ତୀୟ ଖବରରେ…

ପଡ଼ିଆରେ ରାହୁଲଙ୍କ ଜର୍ସି ଏମିତି ସଜାଡ଼ିଦେଲେ କୋହଲି! ଭାଇରାଲ ଭିଡିଓ ଦେଖି ମନେପଡ଼ିଯିବ ପିଲାଦିନ

ୱେଲିଂଟନ୍‌,୭।୧୧:ପଡ଼ିଆରେ ଖେଳ ସମୟରେ ଗମ୍ଭୀର ଦେଖାଯାଉଥିବା ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଇଥିବା ଦ୍ୱିତୀୟ…

ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ…

୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍‌ଙ୍କ ରେକର୍ଡ

ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?