‘ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଜୀବନ ଯାଉଛି’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଗଣଶିକ୍ଷା ବିଭାଗର ଅବହେଳା ପାଇଁ ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ଜୀବନ ଚାଲିଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିଯୁକ୍ତିକୁ ନିୟମତି କରିବା ଦାବିରେ ଗୁରୁବାର ଓଡିଶା ସରକାରୀ ହାଇସ୍କୁଲ ସିବିଟି ସଂଘ ପକ୍ଷରୁ ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଶିକ୍ଷୟିତ୍ରୀଶିକ୍ଷକ ଏପରି ଅଭିଯୋଗ କରିଛନ୍ତି। ଗତ ଏପ୍ରିଲ ୩ରେ ସଂଘର ଆହ୍ବାନରେ ଶିକ୍ଷୟିତ୍ରୀଶିକ୍ଷକ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସାମୂହିକ ଧାରଣାରେ ବସି ଶିକ୍ଷା ବିଭାଗର ଅବହେଳା ପାଇଁ ପ୍ରତିବାଦ ଜଣାଇଥିଲେ। ପରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସିବିଟି ଶିକ୍ଷକ ସଂଘର ୧୦ ଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ବିଭାଗ ସହ ଆଲୋଚନା କରି ଅତିଶୀଘ୍ର ବିଜ୍ଞପ୍ତି ପ୍ରକାଶ ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା। ନିଯୁକ୍ତି ନିୟମିତ ନ ହେବା ଫଳରେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ଅନେକ ଶିକ୍ଷୟିତ୍ରୀଶିକ୍ଷକ ପ୍ରାଣ ହରାଉଥିବା ସଂଘର ଆବାହକ ମନୋଜ କୁମାର ଜେନା କହିଛନ୍ତି। ମାନସିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେବା ତଥା ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚତ୍ତ ହୋଇ କେତେଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଏଣେ ସରକାରଙ୍କ କଣ୍ଟ୍ରାକ୍‌ଚୁଆଲ ହେଡ୍‌ରେ ଅର୍ଥ ନ ଥିବାରୁ ଦୁଇ ମାସ ହେବ ଦରମା ମିଳି ନ ଥିବା ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ କହିଛନ୍ତି। କଳାହାଣ୍ଡି ମହାଲିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୨୦୨୨ ବ୍ୟାଚ୍‌ର ହିନ୍ଦୀ ଶିକ୍ଷକ ଧୃତରାଷ୍ଟ୍ର ବଗର୍ତ୍ତି ଓ ରାଉଲକେଲା ଏନ୍‌ଏସି ଏସ୍‌ଟି ସରକାରୀ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷୟିତ୍ରୀ ଦିବ୍ୟା କୁମାରୀ କୁଲ୍ଲୁ ଅର୍ଥାଭାବ ପାଇଁ ଚିକିତ୍ସାରୁ ବଞ୍ଚତ୍ତ ହୋଇ ଶେଷରେ ଆଖି ବୁଜିଥିବାରୁ ସଂଘ କ୍ଷୋଭ ପ୍ରକାଶ କରିଛି। ସେହିଭଳି ମାର୍ଚ୍ଚ ୪ରେ ରାୟଗଡା ଜିଲା ମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୨୦୧୬ ବ୍ୟାଚର ଶିକ୍ଷକ ରାମକୃଷ୍ଣ ସବର ରେଗୁଲାର ହୋଇପାରୁ ନ ଥିବାରୁ ମାନସିକ ଚିନ୍ତାରେ ରହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଚଳିତ ମାସ ୧୯ ତାରିଖରେ ମାନସିକ ସ୍ଥିତି ଠିକ ନ ଥିବାରୁ ଖୋର୍ଦ୍ଧା ଜିଲାର ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଶୁଚିସ୍ମିତା ବଳ ଦୁର୍ଘଟଣାର ଶିକାର ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ସମସ୍ତ ଘଟଣା ପାଇଁ ଗଣଶିକ୍ଷା ବିଭାଗକୁ ଦାୟୀ କରିଛି ସିବିଟି ଶିକ୍ଷକ ସଂଘ। ଏଥିସହିତ ମୃତ ବ୍ୟକ୍ତିଙ୍କ ପରିବାରର ଯେକୌଣସି ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ଦେବାକୁ ସଂଘ ଦୃଢ ଦାବି କରିଛି। ଆଗାମୀ ୫ ଦିନ ମଧ୍ୟରେ ସ୍ଥାୟୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?