Posted inଜାତୀୟ

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ଗ୍ବାଲିୟର,୨୦।୪: ଚା’ବାଲା ହୋଇ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ତେବେ ସେ ବି ଦିନେ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ଗ୍ବାଲିୟର ଜଣେ ଚା’ ଦୋକାନୀ। ମଧ୍ୟ ପ୍ରଦେଶ ଗ୍ବାଲିୟରରେ ଚା’ ଦୋକାନ କରିଥିବା ଆନନ୍ଦ ସିଂ କୁଶାଓ୍ବାହ ଏଥର ଗ୍ବାଲିୟର ଲୋକ ସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଏହା ପୂର୍ବରୁ ସେ ୨୨ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଛନ୍ତି। କେବଳ ସେତିକି ନୁହେଁ ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରିଛନ୍ତି। ହେଲେ ମନରେ ତାଙ୍କର ଆଶା ରହିଛି ଦିନେ ନା ଦିନେ ସେ ବିଜୟ ଲାଭ କରିବେ। ସୂଚନାଯୋଗ୍ୟ,୧୯୯୪ରୁ ଆଜି ପର୍ଯ୍ୟନ୍ତ ସେ ପ୍ରତିଟି ନିର୍ବାଚନରେ ଭାଗ ନେଇ ଆସୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

ମୁଁ ରୁହେ କି ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

ପଦ୍ମଶ୍ରୀ ଗ୍ରହଣ କରିବାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ସିଲାମ୍ବମ ଗୁରୁ, ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୫: ସୋମବାର (୨୫ ମଇ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।…

ଭାରତଗସ୍ତରେ ଥିବା ମାର୍କୋ ରୁବିଓଙ୍କୁ କାହିଁକି ପରିହାସ କଲା ଇରାନ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସୋମବାର (୨୫ ମଇ) ସେ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗସ୍ତକୁ…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri