ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ବିଳମ୍ବକୁ ନେଇ ଧାରଣ।

କର୍ଲ।ମୁଣ୍ଡା-(ଡିଏନଏ)୧୦/୯: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଗୁପ୍ତ ମତଦାନ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଭୋଟ ଗଣତି ଓ ଫଳାଫଳକୁ ନେଇ ବିଳମ୍ବ ଘଟୁଥୁବାରୁ ସମିତିସଭ୍ୟସଭ୍ୟ ମାନେ ମଙ୍ଗଳବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ୍ ପରିସରରେ ଧାରଣ।ରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ମତେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମୃତା ସାହୁଙ୍କ ନାମରେ ବ୍ଲକର ସମିତି ସଭ୍ୟ ସଭ୍ୟା ଏବଂ ସରପଂଚ ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଭବାବନୀପାଟଣା ଉପଜିଲ୍ଲାପାଳ ୩୧ ଡିସେମ୍ବର ୨୦୧୯ରେ ସାଧାରଣ ବୈଠକ ଡାକି ଭୋଟ ଗ୍ରହଣ କରିଥିଲେ। ଅଧ୍ୟକ୍ଷା ଉକ୍ତ ଅନାସ୍ଥା ପ୍ରସ୍ତାବ ବିରୋଧରେ ଓଡିଶା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ରିଟ୍ ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଗଣତିକୁ ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ । ଏହାପରେ ହାଇକୋର୍ଟ୍ ଗତ ମେ ୬ ତାରିଖରେ ଅଧ୍ୟକ୍ଷାଙ୍କ ରିଟ୍ ଖାରଜ କରି ଦୁରନ୍ତ ଭୋଟ ଗଣତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ଉପଜିଲ୍ଲାପାଳ ଗତ ଅଗଷ୍ଟ ୨୦ ତାରିଖ ଦିନ ପୂନର୍ବାର ବୈଠକ ଡାକିଲେ । କିନ୍ତୁ ବ୍ଲକ ଅଧ୍ୟକ୍ଷା ପୁଣିଥରେ କୋର୍ଟରେ ଅପିଲ କରିବାପରେ ହାଇକୋର୍ଟ ତାଙ୍କ ଅପିଲ୍ କୁ ଗ୍ରହଣ କରି ଅପିଲ୍ ର ଶୁଣାଣି ଶେଷ ନହେବା ଯାଏଁ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ । ତେବେ ପରିଶେଷରେ ସେହି ଅପିଲ୍ ମଧ୍ୟ ଅଗଷ୍ଟ ୩୧ ତାରିଖ ରେ ହେଲା ଓ ଭୋଟ ଗଣତି କରାଯିବା ନେଇ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ଏଥିରେ ଭୋଟ ଗଣତି ଓ ଫଳାଫଳ ପାଇଁ ବଳମ୍ବ ଘଟୁଥିବା ନେଇ ସମିତି ସଭ୍ୟସଭ୍ୟା ମାନେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବାକୁ ଥିବା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି । ଧାରଣାରେ ବ୍ଲକ୍ ଉପାଧ୍ୟକ୍ଷ। ଆନନ୍ଦିନୀ ଭୋଇ , ରେଗଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀ , ସରଗୁଲ ମାଲପଡ଼ା ସମିତି ସଭ୍ୟ ଯଶୋବନ୍ତ ସାହୁ , ପୌରକେଲା ସମିତି ସଭ୍ୟ ସିମାଂଚଳ ଭୋଇ , ଯୋରାଡବ୍ରା ସମିତି ସଭ୍ୟ କିଶୋର ନାଗ , ସାପଲରହରା ସମିତି ସଭ୍ୟ ନିରଂଜନ ମାଝୀ,ରାଜପୁର ସମିତି ସଭ୍ୟା ରଂଜିତା ରଣା କର୍ଲ।ମୁଣ୍ଡ। ସମିତି ସଭ୍ୟା ଦୀପା ବାଗ ପ୍ରମୁଖ ନେତୃତ୍ବ ନେଇଥିଲେ ।ତେବେ ଧାରଣା କୁ ଦୁଇ ଦିନ ବିତି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇ ନଥିବା ଜଣା ପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri