ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ବିଳମ୍ବକୁ ନେଇ ଧାରଣ।

କର୍ଲ।ମୁଣ୍ଡା-(ଡିଏନଏ)୧୦/୯: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଗୁପ୍ତ ମତଦାନ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଭୋଟ ଗଣତି ଓ ଫଳାଫଳକୁ ନେଇ ବିଳମ୍ବ ଘଟୁଥୁବାରୁ ସମିତିସଭ୍ୟସଭ୍ୟ ମାନେ ମଙ୍ଗଳବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ୍ ପରିସରରେ ଧାରଣ।ରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ମତେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମୃତା ସାହୁଙ୍କ ନାମରେ ବ୍ଲକର ସମିତି ସଭ୍ୟ ସଭ୍ୟା ଏବଂ ସରପଂଚ ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଭବାବନୀପାଟଣା ଉପଜିଲ୍ଲାପାଳ ୩୧ ଡିସେମ୍ବର ୨୦୧୯ରେ ସାଧାରଣ ବୈଠକ ଡାକି ଭୋଟ ଗ୍ରହଣ କରିଥିଲେ। ଅଧ୍ୟକ୍ଷା ଉକ୍ତ ଅନାସ୍ଥା ପ୍ରସ୍ତାବ ବିରୋଧରେ ଓଡିଶା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ରିଟ୍ ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଗଣତିକୁ ସ୍ଥଗିତ ରଖିବାକୁ ରାୟ ଶୁଣାଇଥିଲେ । ଏହାପରେ ହାଇକୋର୍ଟ୍ ଗତ ମେ ୬ ତାରିଖରେ ଅଧ୍ୟକ୍ଷାଙ୍କ ରିଟ୍ ଖାରଜ କରି ଦୁରନ୍ତ ଭୋଟ ଗଣତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ଉପଜିଲ୍ଲାପାଳ ଗତ ଅଗଷ୍ଟ ୨୦ ତାରିଖ ଦିନ ପୂନର୍ବାର ବୈଠକ ଡାକିଲେ । କିନ୍ତୁ ବ୍ଲକ ଅଧ୍ୟକ୍ଷା ପୁଣିଥରେ କୋର୍ଟରେ ଅପିଲ କରିବାପରେ ହାଇକୋର୍ଟ ତାଙ୍କ ଅପିଲ୍ କୁ ଗ୍ରହଣ କରି ଅପିଲ୍ ର ଶୁଣାଣି ଶେଷ ନହେବା ଯାଏଁ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ । ତେବେ ପରିଶେଷରେ ସେହି ଅପିଲ୍ ମଧ୍ୟ ଅଗଷ୍ଟ ୩୧ ତାରିଖ ରେ ହେଲା ଓ ଭୋଟ ଗଣତି କରାଯିବା ନେଇ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ଏଥିରେ ଭୋଟ ଗଣତି ଓ ଫଳାଫଳ ପାଇଁ ବଳମ୍ବ ଘଟୁଥିବା ନେଇ ସମିତି ସଭ୍ୟସଭ୍ୟା ମାନେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବାକୁ ଥିବା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି । ଧାରଣାରେ ବ୍ଲକ୍ ଉପାଧ୍ୟକ୍ଷ। ଆନନ୍ଦିନୀ ଭୋଇ , ରେଗଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀ , ସରଗୁଲ ମାଲପଡ଼ା ସମିତି ସଭ୍ୟ ଯଶୋବନ୍ତ ସାହୁ , ପୌରକେଲା ସମିତି ସଭ୍ୟ ସିମାଂଚଳ ଭୋଇ , ଯୋରାଡବ୍ରା ସମିତି ସଭ୍ୟ କିଶୋର ନାଗ , ସାପଲରହରା ସମିତି ସଭ୍ୟ ନିରଂଜନ ମାଝୀ,ରାଜପୁର ସମିତି ସଭ୍ୟା ରଂଜିତା ରଣା କର୍ଲ।ମୁଣ୍ଡ। ସମିତି ସଭ୍ୟା ଦୀପା ବାଗ ପ୍ରମୁଖ ନେତୃତ୍ବ ନେଇଥିଲେ ।ତେବେ ଧାରଣା କୁ ଦୁଇ ଦିନ ବିତି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇ ନଥିବା ଜଣା ପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?