କଳାକାରଙ୍କ ତଥ୍ୟ ରଖିବ ‘ଆମ ଶିଳ୍ପୀ: ଆମ ଗର୍ବ’

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ପାରମ୍ପରିକ କଳା ଓ କଳାକାରଙ୍କ ବିକାଶ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳା ଓ କଳାକାରଙ୍କୁ ସାମ୍ନାକୁ ଆଣିବାକୁ ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନେଇ ଏକ ଡିଜିଟାଲ୍‌ ଆର୍କାଇଭ୍‌ ପ୍ରସ୍ତୁତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଶିଳ୍ପୀ ଓ କଳାକାରଙ୍କ ସାକ୍ଷାତକାର ସ୍ଥାନ ପାଇବ। ‘ଆମ ଶିଳ୍ପୀ: ଆମ ଗର୍ବ’ ନାମକ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପୀଙ୍କ କୃତି, ଗବେଷଣା ଏବଂ ତାଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଏକାଠି କରାଯିବ। ଏହାଦ୍ୱାରା ଆଗାମୀ ପିଢ଼ି ରାଜ୍ୟର ଲୁପ୍ତପ୍ରାୟ ଲୋକକଳା ଏବଂ ଉକ୍ତ କଳାର ଖ୍ୟାତିସମ୍ପନ୍ନ କଳାକାରଙ୍କ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ କହିଛନ୍ତି। ଏହା ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ। ଏଥିପାଇଁ ଓଡ଼ିଶାର ବିଶିଷ୍ଟ ଶିଳ୍ପୀଙ୍କ ପ୍ରାମାଣିକ ଚିତ୍ର ନିର୍ମାଣ କରିବାକୁ ଏକାଡେମୀ ସ୍ଥିର କରିଛି। ଓଡ଼ିଆ ଭାଷାରେ ନିର୍ମିତ ଏହି ପ୍ରାମାଣିକ ଚିତ୍ରର ଅବଧି ୧୦ରୁ ୧୫ମିନିଟ୍‌ ଭିତରେ ରହିବ। ଏବେସୁଦ୍ଧା ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସ ଓ ଲୋକକଳା ଗବେଷକ ପଦ୍ମଶ୍ରୀ ଭଗବାନ ସାହୁଙ୍କ ପ୍ରାମାଣିକ ଚିତ୍ର ପ୍ରସ୍ତୁତ ହୋଇସାରିଛି। ଏହି ସାକ୍ଷାତକାରରେ ଉଭୟ ଶିଳ୍ପୀଙ୍କ ନିଜସ୍ବ ସ୍ବର ସହ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଦାସଙ୍କ ସମ୍ପର୍କରେ ଏବଂ ଲୋକକଳା ଗବେଷକ ମନ୍ମଥ କୁମାର ଶତପଥୀ ସାହୁଙ୍କ ବିଷୟରେ କହିଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୫ ମହାନଗର ନିଗମରେ ଟିକାକରଣ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟକୁ ଶନିବାର ଆସିଥିବା ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା କେବଳ ୫ଟି ମହାନଗର ନିଗମରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏ...

ରାଜ୍ୟରେ କମିବ ମଦ ଦର: ସ୍ପେଶାଲ କୋଭିଡ୍‌ ଫି’ ୫୦ରୁ ୧୫%କୁ ହ୍ରାସ

ଭୁବନେଶ୍ୱର,୯ା୭(ବ୍ୟୁରୋ)-ରାଜ୍ୟରେ ମଦ ଦର କମିବ। ରାଜ୍ୟ ସରକାର ସ୍ପେଶାଲ କୋଭିଡ୍‌ ଫି’ ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସାଇ ଦେଇଛନ୍ତି। ବିଭିନ୍ନ ବ୍ରାଣ୍ଡ୍‌ର(ଏଫ୍‌ଏମ୍‌ଏଫ୍‌ଏଲ୍‌, ଆଇଏମ୍‌ଏଫ୍‌ଏଲ୍‌, ବିୟର,...

ଭାଜପା ଛାଡି ବିଜେଡିରେ ଯୋଗଦେଲେ ୨୦ ସମିତିସଭ୍ୟାସଭ୍ୟ: ଜୁନାଗଡ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଆସନ ଟଳମଳ

ଜୁନାଗଡ,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୦ଜଣ ସମିତିସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର...

ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ୍‌ ଭିଡିଓ ଭାଇରାଲ

ମାଲକାନଗିରି,୪ା୧୦ (ଡି.ଏନ.ଏ.)-ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ୍‌ ଭିଡିଓ ଶନିବାର ଭାଇରାଲ ହୋଇଛି। ସେ ଜଣେ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମ୍ପୃକ୍ତ...

ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍‌ ମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ...

ଖଣ୍ଡଗିରି ମେଳା ପାଇଁ ତତ୍ପର ବିଏମ୍‌ସି

ଭୁବନେଶ୍ୱର,୪।୨(ବ୍ୟୁରୋ): ଐତିହାସିକ ଖଣ୍ଡଗିରି ମେଳା। ଦୀର୍ଘ ୨ବର୍ଷ ପରେ ଏହି ମେଳା ହୋଇଥିବାରୁ ଦିନକୁ ଦିନ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ତେବେ ମେଳାରେ ଲୋକଙ୍କ...

ଆଜି ବସ୍‌ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ଦାବି ପୂରଣ ନ ହେଲେ ଚାଲିବନି ଗାଡ଼ି

ଭୁବନେଶ୍ୱର, ୪ ।୫(ବ୍ୟୁରୋ): ରାଜ୍ୟରେ ଆଗକୁ ଘରୋଇ ବସ୍‌ ଚଳାଚଳ କେବେ ହେବ ଏବଂ ଏଥିଲାଗି କ’ଣ ସବୁ ନିୟମକାନୁନ ରହିବ ତାକୁ ନେଇ ବିଚାରବିମର୍ଶ...

Advertisement
Archives

Model This Week