ହକ୍‌ ପାଇବାରୁ ନିର୍ମାଣ ଶ୍ରମିକ ବଞ୍ଚିତ

ଯାଜପୁର ଅଫିସ,୭।୧୧: କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଲିପ୍ତ ପଞ୍ଜୀକୃତ ଶ୍ରମିକମାନଙ୍କ ବିଭିନ୍ନ କଲ୍ୟାଣମୂଳକ କାମ ପାଇଁ ଓଡ଼ିଶାରେ ବିପୁଳ ପରିମାଣର ପାଣ୍ଠି ବିନିଯୋଗ ହୋଇଛି। କିନ୍ତୁ ୨୦୧୮-୧୯ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକମାନେ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି, ଯାହାକି କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣକାରୀ ନିୟମ ଏବଂ ସମ୍ବିଧାନର ଧାରା ୨୬୬(୧)କୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡଙ୍କ ନଥିପତ୍ର ଯାଞ୍ଚ କରି ଏଭଳି ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ବିଭିନ୍ନ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା କରକୁ ବୋର୍ଡର ସଞ୍ଚୟ ବ୍ୟାଙ୍କ ଖାତାରେ ଚେକ୍‌/ଡ୍ରାଫ୍ଟ ମାଧ୍ୟମରେ ଜମା କରାଯାଉଥିଲା। ଏଥିଯୋଗୁ ରାଜ୍ୟର ସରକାରୀ କୋଷାଗାର(ଏକତ୍ରୀକୃତ ପାଣ୍ଠି)କୁ ସିଧାସଳଖ ଯାଉ ନ ଥିଲାବେଳେ ଶ୍ରମିକମାନଙ୍କ କଲ୍ୟାଣକାରୀ ପାଣ୍ଠିରେ ବ୍ୟାପକ ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
କୋଠବାଡି ନିର୍ମାଣ ଶ୍ରମିକ କଲ୍ୟାଣ ଉପକାର ନିୟମ ୧୯୯୬ ଏବଂ ଏହା ଅଧୀନରେ ଥିବା ନିଯୁକ୍ତି ତଥା ସେବା ସର୍ତ୍ତ ଅଧିନିୟମ ୧୯୯୬ ଅନୁଯାୟୀ ଏକ କଲ୍ୟାଣ ସଂଘ ଗଠନ ହେବା ଦରକାର। ତାହାର ଲକ୍ଷ୍ୟ ଶ୍ରମିକମାନଙ୍କ କାର୍ଯ୍ୟାବସ୍ଥାରେ ଉନ୍ନତି ଆଣିବା ଓ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଏହାବାଦ ନିର୍ମାଣ କାର୍ଯ୍ୟ ଉପରେ କର ବସାଇ ବୋର୍ଡର ସମ୍ବଳକୁ ସୁଦୃଢ କରିବା। ସମସ୍ତ ନିର୍ମାଣ କାର୍ଯ୍ୟରୁ ସଂଗୃହୀତ ଶ୍ରମ ଉପକରକୁ ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପାଣ୍ଠିରେ ଜମା କରିବା ଆବଶ୍ୟକ। ଏହି ପାଣ୍ଠି ଶ୍ରମିକମାନଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ ହୋଇଥାଏ। ତଦନୁସାରେ ୨୦୧୪-୧୫ ବର୍ଷରେ ଆଦାୟ ହୋଇଥିବା ୨୧୧.୧୩ କୋଟି ଟଙ୍କାର କର ୨୦୧୮-୧୯ରେ ବୃଦ୍ଧି ପାଇ ୮୭୬.୪୫ କୋଟି ଟଙ୍କାରେ ପହଞ୍ଚିଥିଲା। ଏହି ସମୟସୀମା ମଧ୍ୟରେ ୨୦୧୪-୧୫ରେ ମାତ୍ର ୪.୭୮ ପ୍ରତିଶତ ଏବଂ ୨୦୧୮-୧୯ରେ ୫୪.୮୮ ପ୍ରତିଶତ ପାଣ୍ଠି ବିନିଯୋଗ ହୋଇଥିଲା। ପାଣ୍ଠିର କମ୍‌ ବିନିଯୋଗ ଯୋଗୁ ଶ୍ରମ ଉପକର ଆଦାୟର ଲକ୍ଷ୍ୟ ହୋଇପାରି ନ ଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଓଡ଼ିଶା ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ବିଭାଗ ଦ୍ୱାରା ୨୦୦୮ ଡିସେମ୍ବର ୧୫ରେ ନିଆଯାଇଥିବା ରେଜୁଲେସନ ଅନୁସାରେ ଆଦାୟ ହେଉଥିବା ଶ୍ରମିକ କର ସରକାରୀ କୋଷାଗାର (ମୁଖ୍ୟଶୀର୍ଷ-୦୨୩୦)ରେ ଜମା ହେବା ଜରୁରୀ ଥିଲା। କିନ୍ତୁ ବିଭିନ୍ନ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା ପାଣ୍ଠିକୁ ସଞ୍ଚୟ ବ୍ୟାଙ୍କ ଖାତାରେ ଚେକ୍‌/ଡ୍ରାଫ୍ଟ ମାଧ୍ୟମରେ ଜମା କରାଯାଉଥିଲା। ପୁନଶ୍ଚ ୨୦୧୮-୧୯ ବର୍ଷର ବିତ୍ତୀୟ ହିସାବ ଅନୁଯାୟୀ ରାଜ୍ୟ କୋଷାଗାର ମାଧ୍ୟମରେ ରାଜ୍ୟ କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଉପକର ବାବଦକୁ ୨.୩୮ କୋଟି ଟଙ୍କା ଆଦାୟ ହୋଇଥିଲା। ଏହିସବୁ ରାଶି ବୋର୍ଡର ହିସାବ ଖାତାକୁ ସ୍ଥାନାନ୍ତରିତ ହୋଇ ନ ଥିଲା। ଫଳରେ ଏହା ରାଜସ୍ବ ବଳକାରେ ୨.୩୮ କୋଟି ଟଙ୍କା ଅଧିକ ହେଉଥିବାବେଳେ ସମପରିମାଣର ଫିଜିକାଲ ଡେଫିସିଟ୍‌ରେ କମ୍‌ ଦେଖାଉଥିଲା। ଏଥିରୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିପୁଳ ପରିମାଣର ପାଣ୍ଠିର ସଦ୍‌ବିନିଯୋଗ ହୋଇ ନ ଥିବା ଜଳଜଳ ହୋଇ ଦିଶୁଛି।
ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ବୀମା, ଚିକିତ୍ସା, ପେନ୍‌ସନ, ଯନ୍ତ୍ରପାତି କ୍ରୟ, କୁଶଳତା ଅଭିବୃଦ୍ଧି, ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା ଆଦି ବିଭିନ୍ନ ସରକାରୀ ସୁବିଧାସୁଯୋଗ ପାଇପାରିବେ ବୋଲି ପ୍ରଚଳିତ ଆଇନରେ ବ୍ୟବସ୍ଥା ରହିଛି। ବିଶେଷକରି ସ୍ବାଭାବିକ ମୃତ୍ୟୁ ପାଇଁ ଶ୍ରମିକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଓ କାର୍ଯ୍ୟକରୁଥିବା ସମୟରେ ଶ୍ରମିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁୁ ୨ଲକ୍ଷ ଟଙ୍କା ସହାୟତା ମିଳିବା ବ୍ୟବସ୍ଥା ରହିଛି। କିନ୍ତୁ ଲଘୁ ଖଣି ଖାଦାନ ଅଞ୍ଚଳରେ ଶ୍ରମିକମାନଙ୍କ ପଞ୍ଜୀକରଣ ହୋଇ ନ ଥିବାରୁ ବହୁ ଶ୍ରମିକଙ୍କ ମୃତ୍ୟୁପରେ ଏହି ଯୋଜନାରୁ ସେମାନଙ୍କ ପରିବାରବର୍ଗ ବଞ୍ଚିତ ରହୁଛନ୍ତି। ସେହିଭଳି ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢୁଥିବା ଶ୍ରମିକଙ୍କ ଝିଅଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ପୁଅଙ୍କୁ ୩ ହଜାର ଟଙ୍କା ଶିକ୍ଷାବୃତ୍ତି ସହାୟତା, ସ୍ନାତକ, ବୈଷୟିକ ଶ୍ରେଣୀ ପାଇଁ ଝିଅଙ୍କୁ ବାର୍ଷିକ ୫ ହଜାର ଟଙ୍କା ଓ ପୁଅଙ୍କୁ ୪ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ରହିଛି। ଏପରିକି ଇଞ୍ଜିନିୟରିଂ, ଡାକ୍ତରୀ, ସ୍ନାତକୋତ୍ତର ଶିକ୍ଷା ପାଇଁ ଝିଅ ଓ ପୁଅ ଉଭୟଙ୍କୁ ୬ ହଜାର ଟଙ୍କା ଲେଖାଏ ଏବଂ ଶ୍ରମିକଙ୍କ ୨ଟି ଝିଅଙ୍କ ବାହାଘର ନିମନ୍ତେ ୧୦ହଜାର ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବା ନିୟମ ରହିଛି। କିନ୍ତୁ ବହୁ ଶ୍ରମିକ ଏହିସବୁ ସହାୟତା ପାଇପାରି ନ ଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?