ନିର୍ମାଣ ସରିନି, ରାସ୍ତା ଖାଲଖମାରେ ଭର୍ତ୍ତି

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ଧାମନଗର ବ୍ଲକର ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ପାଳସାହି ଛକଠାରୁ ରଇପୁର ପଞ୍ଚାୟତର କଣ୍ଟିକା ବାଙ୍କସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ନିର୍ମାଣ କାର୍ଯ୍ୟ ସରି ନ ଥିବାବେଳେ ରାସ୍ତା ଖାଲଖମାରେ ଭର୍ତ୍ତି ହେଲାଣି। ନିମ୍ନମାନର କାମ ଯୋଗୁ ରାସ୍ତାର ଏପରି ଅବସ୍ଥା ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି।

୫ କି.ମି. ୬୦୦ ମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨୦୨୧ ନଭେମ୍ବର ୧୬ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ନିର୍ମାଣ ଶେଷ ଲାଗି ଧାର୍ଯ୍ୟ ହୋଇଛି। ସରକାରଙ୍କ ପାଣ୍ଠିରୁ ୩ କୋଟି ୯୭ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ନିମ୍ନମାନର କାର୍ଯ୍ୟ, ଦୁର୍ବଳ କଞ୍ଚାମାଲ ବ୍ୟବହାର ଯୋଗୁ ଏପଟେ ରାସ୍ତା ନିର୍ମାଣାଧୀନ ଥିବାବେଳେ ସେପଟେ ନଷ୍ଟ ହୋଇଚାଲିଛି। ଖାଲଖମା ଯୋଗୁ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଫଳରେ କୃତ୍ରିମ ଜଳାଶୟ ଭ୍ରମ ସୃଷ୍ଟି ହୋଇଛି। ଦିନ ବେଳେ ବି ଏହି ରାସ୍ତାରେ ଚାଲି ଚାଲି ଯିବା ବିପଦପୂର୍ଣ୍ଣ। ବାଙ୍କସାହିଠାରୁ ରଇପୁର ପଞ୍ଚାୟତର ଛାତ୍ରୀଛାତ୍ର, ବ୍ୟବସାୟୀ, ଶ୍ରମିକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ବ୍ଲକ, ଥାନା, ଜିଲା ସଦର ମହକୁମାଠାରୁ ଆରମ୍ଭ କରି ସ୍କୁଲ କଲେଜ ଯିବା ପାଇଁ ଏହା ଏକମାତ୍ର ରାସ୍ତା। କିନ୍ତୁ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। କୌଣସି ଯାନବାହନ ଚଳାଚଳ କରିବା ସମ୍ଭବ ହେଉନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରଶାସନ ରାସ୍ତା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଅବଧି ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଇବା ସହ ବର୍ଷା ଋତୁରେ ଲୋକଙ୍କ ଯାତାୟାତ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନ୍‌ରେ ପଶିଗଲା କାର୍‌

ଗଞ୍ଜାମ,୨୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହରର ମୁଖ୍ୟ ଡ୍ରେନ୍‌ରେ ସୋମବାର ଗୋଟିଏ କାର୍‌ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର୍‌ରେ ତିନି ମହିଳା ଓ...

ଫୁଟାଇଲେ ୫ ରାଉଣ୍ଡ ଗୁଳି

ଢେଙ୍କାନାଳ ଅଫିସ୍‌, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ...

ଜେପିଏଲ୍‌ କ୍ରିକେଟ ଟୁର୍ନାମେଣ୍ଟ: ଖୁଣ୍ଟବନ୍ଧ ଚାମ୍ପିୟନ

ଜହ୍ନାପଙ୍କ, ୩୧।୧୨ (ଡି.ଏନ.ଏ): ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୨ୟ ଜେପିଏଲ କ୍ରିକେଟ ପ୍ରତିଯୋଗିତା...

ମମତା ହେଲେ ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା

ପୁରୁଷୋତ୍ତମପୁର,୨୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ନିର୍ବାଚନ ବୁଧବାର ଶେଷ ହୋଇଛି। ୨୬ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଉପାଧ୍ୟକ୍ଷା ପଦବୀ ଲାଗି ଅନ୍ତରିଗାଁ...

୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ...

ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା...

ଦୁଇ କୃଷସାର ମୃଗ ମଧ୍ୟରେ ଲଢ଼େଇ: ଆହତକୁ ଉଦ୍ଧାର କଲା ବନ ବିଭାଗ

ବୁଗୁଡ଼ା,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଚକରାପଲ୍ଲୀ ଗ୍ରାମ ନିକଟରେ ଥିବା ଏକ ବିଲରୁ ବୁଧବାର ସକାଳେ ଆହତ ଅବସ୍ଥାରେ ୫ ବର୍ଷର ଅଣ୍ଡିରା...

ଭିତ୍ତିଭୂମି ଉପରେ ଭବିଷ୍ୟତ

ଅନୁଗୋଳ ଅଫିସ, ୧୪ା୧୦:ମଣିଷ ମାରିଲା ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ। ମରଣ ମୁହଁରେ ପଡ଼ିଲା ମହାବଳ ବାଘ ମହାବୀର। ବନ ବିଭାଗର ଚରମ ବିଫଳତା ପାଇଁ...

Advertisement
Archives

Model This Week