୧୪୪ ଧାରା ସତ୍ତ୍ୱେ ସାମପୁରରେ ଚାଲିଛି ନିର୍ମାଣ

ଭୁବନେଶ୍ୱର, ୧୫।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଥିବା ସରକାରୀ ଜମିକୁ ଜମି ମାଫିଆ କବ୍‌ଜା କରି ନେଉଛନ୍ତି। ନିଜର ମାଲିକାନା ସ୍ବତ୍ୱ ଦେଖାଇ ଅନ୍ୟକୁ ବିକ୍ରି ମଧ୍ୟ କରି ଦେଉଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ନାକ ତଳେ ବର୍ଷବର୍ଷ ଧରି ଏଭଳି ଜବରଦଖଲ ସହ ବେଆଇନ କାରବାର ଚାଲିଥିଲେ ବି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଜବରଦଖଲ ନେଇ ଅଭିଯୋଗ ପାଇବା ବେଳକୁ ସମ୍ପୃକ୍ତ ଜମିରେ ନିର୍ମାଣ କାର୍ଯ୍ୟ ସରି ଯାଉଛି, ନଚେତ୍‌ ହାଇକୋର୍ଟରୁ ରହିତାଦେଶ ମିଳିଯାଉଛି। ଫଳରେ ବେଆଇନ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ବିଡିଏ ପକ୍ଷେ କଷ୍ଟକର ହୋଇପଡୁଛି। ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏବେ ସହରର ଅଧିକାଂଶ ସରକାରୀ ଜମି ଜବରଦଖଲରେ ରହିଥିବା ଦେଖାଯାଉଛି। ବିଡିଏର ତଥ୍ୟ ଅନୁଯାୟୀ ଗତ ୬ମାସ ମଧ୍ୟରେ ପ୍ରାୟ ୧୫ଏକର ଜମି ଜବରଦଖଲ ମୁକ୍ତ କରାଯାଇଥିବବେଳେ ଏବେ ମଧ୍ୟ ବହୁ ଜମି ଜବରଦଖଲରେ ରହିଛି। ଆଗକୁ ନିର୍ବାଚନ ଆସୁଥିବାରୁ ଉଚ୍ଛେଦ କାର୍ଯ୍ୟ କିଛିଟା ଧିମା ପଡି ଯାଇଥିବା ସୂଚନା ଦିଆଯାଇଛି। ହେଲେ ସାମ୍‌ପୁର ମୌଜାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିଡିଏ ଅଧିକାରୀମାନେ ପ୍ରଶ୍ରୟ ଦେବାଭଳି ଲାଗୁଛି। ୧୪୪ ଧାରା ସତ୍ତ୍ୱେ ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ମାମଲା କରି ବିଡିଏ ଦୋଷ ଖସାଉଥିବା ମଧ୍ୟ ଅଭିଯୋଗ ଉଠୁଛି।
ସାମପୁର ମୌଜାରେ ଥିବା ୬୮ ଏକର ୪୪୫ ଡିସିମିଲି ଜମି ଉପରେ ଏବେ ଜମି ମାଫିଆଙ୍କ ରାଜ୍‌ ଚାଲିଛି। ଏଠାରେ ଆଫୋର୍ଡେବୁଲ ହାଉସିଂ ପ୍ରୋଜେକ୍ଟ (ଏଏଚ୍‌ପି) ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ (ଜିଏ) ବିଡିଏକୁ ଜମି ଦେଇଥିଲା। ମାତ୍ର ଉକ୍ତ ଜମିକୁ ନିଜର ଦର୍ଶାଇ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରାଯାଉଥିବା ବିଡିଏ ଅଧିକାରୀ ଖବର ପାଇଥିଲେ। ଡିସେମ୍ବର ୨୧ରେ ବିଡିଏ ବିଡିଏ ଯୁଗ୍ମ କମିଶନର ରଞ୍ଜନ କୁମାର ଜେନାଙ୍କ ନେତୃତ୍ୱରେ ୨ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସାମପୁର ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲେ। ପୁରୁଣା ୧୬ଟି ଘର ସମେତ ଆଉ ୨୦ଟି ଘର ନିର୍ମାଣ ଚାଲିଥିବା ନେଇ ରିପୋର୍ଟ ଦେବାପରେ ୨୭ ତାରିଖରେ ଇଓଡବ୍ଲ୍ୟୁରେ ବିଡିଏ ଅତିରିକ୍ତ ଜମି ଅଧିକାରୀ ଦେବରାଜ ସେଠୀ ଏତଲା ଦେଇଛନ୍ତି। ଏଥିସହ ୧୬ଜଣଙ୍କ ନାମରେ ଓଡିଶା ପ୍ରିଭେନ୍‌ସନ୍‌ ଅଫ୍‌ ଲ୍ୟାଣ୍ଡ ଏନ୍‌କ୍ରୋଚ୍‌ମେଣ୍ଟ ଆକ୍ଟ ଅନୁଯାୟୀ କେସ୍‌ କରାଯାଇଛି। ଏପରିକି ସମ୍ପୃକ୍ତ ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ଏହାସତ୍ତ୍ୱେ ଜମି ଦଲାଲ ବେଧଡକ ନିର୍ମାଣ ଜାରି ରଖିଥିବାରୁ ବିଡିଏର ଉପରଠାଉରିଆ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଯେପରି କାହାକୁ ନୂଆ ବିଦ୍ୟୁତ୍‌ ସଂଯୋଗ ନ ଦିଆଯାଏ ସେ ନେଇ ବିଡିଏ ୨ଦିନ ତଳେ ଟିପିସିଓଡିଏଲ୍‌କୁ ଚିଠି କରିଛି। ତେବେ ୨୭ରୁ ଏତଲା ଦେବା ପରେ ମଧ୍ୟ ନୂତନ ବିଦ୍ୟୁତ୍‌ ସଂଯୋଗ ନ ଦେବା ପାଇଁ ପୂର୍ବରୁ କାହିଁକି ଚିଠି କରାଯାଇ ନ ଥିଲା, ସମ୍ପୃକ୍ତ ଅଞ୍ଚଳରେ ୧୬ଟି ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ମଧ୍ୟ ତାହାକୁ କାଟିବା ପାଇଁ କାହିଁକି ଚିଠିରେ ଉଲ୍ଲେଖ ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅପରପକ୍ଷେ ବିଡିଏର ଏହି ୬୮.୪୪୫ ଏକରର ଜମିରୁ ପ୍ରାୟ ୧୦ ଏକର ଜମିରେ ହାଇକୋର୍ଟର ସ୍ଥଗିତାଦେଶ ରହିଥିବା ସୂଚନା ମିଳିଛି। ତେଣୁ ବିଡିଏ ଉକ୍ତ ସ୍ଥାନରୁ ଉଚ୍ଛେଦ କରିପାରୁ ନ ଥିବା ଦର୍ଶାଇଛି। ମାତ୍ର ମୋଟ୍‌ ଜମିରୁ ଜବରଦଖଲକାରୀଙ୍କୁ କେଉଁ ଜମିରେ ସ୍ଥଗିତାଦେଶ ମିଳିଛି ତାହା ବିଡିଏ ଅଧିକାରୀ ଜାଣିପାରୁନାହାଁନ୍ତି। ଫଳରେ ଶୁକ୍ରବାରଠାରୁ ସମ୍ପୃକ୍ତ ସ୍ଥାନରେ ଡିମାର୍କେଶନ ଓ ସର୍ଭେ କାମ ଆରମ୍ଭ ହୋଇଛି। ବିଡିଏର ଅମିନ, ଲ୍ୟାଣ୍ଡ୍‌ ଅଫିସର ଓ ଟିମ୍‌ ଏହି କାମରେ ନିୟୋଜିତ ଅଛନ୍ତି। ଅନ୍ୟପଟେ ଇଓଡବ୍ଲ୍ୟୁରେ ଅଭିଯୋଗ କରିବାର ୨ସପ୍ତାହରୁ ଊଦ୍ଧର୍‌ବ ହୋଇଥିଲେ ମଧ୍ୟ ଏଯାଏ ମାମଲା ଇଓଡବ୍ଲ୍ୟୁ ଲିଗାଲ ସେଲ୍‌ରୁ ଆଗକୁ ବଢୁନାହିଁ। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ କେବଳ ତଦନ୍ତ ଚାଲିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?