ଧିମେଇଛି ପାଣିଟାଙ୍କି ନିର୍ମାଣ କାର୍ଯ୍ୟ

ରସୁଲପୁର,୧୫ା୧(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ ଚାଲିଛି। ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା କେଇସି ଉପରେ ନ୍ୟସ୍ତ କରାଯାଇଛି। ହେଲେ ମୂଳ ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ନିର୍ମାଣ କାର୍ଯ୍ୟ ଧିମେଇଛି। ଫଳରେ ଠିକ୍‌ ସମୟରେ କାମ ସରିବ ନାହିଁ ବୋଲି କୁହାଯାଉଛି। ଏଥିସହିତ କାର୍ଯ୍ୟ ନିମ୍ନମାନର ଓ ବିବାଦୀୟ ଜମି ଉପରେ କରାଯାଉଛି ବୋଲି ବିଭିନ୍ନ ସମୟରେ ଆସୁଥିବା ଅଭିଯୋଗରୁ ଜଣାଯାଇଛି।
ଏଠାରେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟକୁ ନିଜେ ନ କରି ଅନ୍ୟ ଏଜେନ୍ସି ଉପରେ ନ୍ୟସ୍ତ କରି ଦେଇଥିବାରୁ ନିର୍ମାଣର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାସଂସ୍ଥା ପାଣିଟାଙ୍କି ନିର୍ମାଣ ଦାୟିତ୍ୱ ଛୋଟ ଠିକାଦାର(ପେଟି ଠିକାଦାର)ଙ୍କ ହାତକୁ ଟେକି ଦେଇଥିବାରୁ ସମସ୍ୟା ଉପୁଜୁଛି। ଏହିଭଳି ଘଟଣା ବ୍ଲକର ଭୋଟକା ଓ ନରସିଂହପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ଦୁଇଟି ସ୍ଥାନରେ ପାଣିଟାଙ୍କି ନିର୍ମାଣ ଦାୟିତ୍ୱରେ ବାହାର ରାଜ୍ୟର ଠିକାଦାର ଅନିଲ ଠାକୁରଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯାଇଥିବା ଜଣାଯାଇଛି। ତେଣୁ ଉକ୍ତ ସଂସ୍ଥା ପକ୍ଷରୁ ନିୟୋଜିତ ଶ୍ରମିକ, ସପ୍ଲାୟର, ଘରଭଡ଼ା ଭଳି କେତେକଙ୍କର ବକେୟା ଟଙ୍କା ପୈଠ କରାଯାଇ ନାହିଁ ବୋଲି ଅଭିଯୋଗ ହେଉଛି। କାମର ବିଲ ମିଳିଲେ ବକେୟା ପାଉଣ ଦେବେ ବୋଲି ଠିକାଦାର କହିଥିଲେ। ହେଲେ ତାହା ହୋଇ ପାରୁନାହିଁ। ଅନ୍ୟପକ୍ଷରେ ପୁରୁଣା ଏଜେନ୍ସି ଚାଲିଯିବା ପରେ ପୁଣି ଆଉ ଏକ ନୂଆ ଏଜେନ୍ସି ଖୋଜୁଛି ଠିକାସଂସ୍ଥା କେଇସି। ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କ ଉପରେ ଅଧାଗଡ଼ା ନିର୍ମାଣ କାର୍ଯ୍ୟକୁ ନ୍ୟସ୍ତ କରିବାକୁ ଚିନ୍ତା କରୁଛି ଠିକାସଂସ୍ଥା। କିନ୍ତୁ ନିର୍ମାଣ ସ୍ଥଳରେ ନିୟୋଜିତ ହୋଇଥିବା ଶ୍ରମିକ, ସୁରକ୍ଷାକର୍ମଚାରୀ, ସୁପରଭାଇଜରଙ୍କ ଦରମା, ସପ୍ଲାୟରଙ୍କ ପାଉଣା, ଠିକାସଂସ୍ଥା ପକ୍ଷରୁ ନିଆଯାଇଥିବା ଘରଗୁଡିକର ଭଡ଼ା ଆଦି ଲକ୍ଷାଧିକ ବକେୟା ଅର୍ଥରାଶି ଏଯାଏ ପୈଠ ହୋଇପାରି ନ ଥିବାରୁ ନୂଆ ଏଜେନ୍ସି ନିଯୁକ୍ତି ହୋଇପାରୁନାହିଁ। ଅପରପକ୍ଷରେ ପୁରୁଣା ଠିକାଦାରଙ୍କ ଠାରୁ ପାଉଣା ପାଇ ନ ଥିବା କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ସହଯୋଗ ମିଳୁନାହିଁ। ସେମାନଙ୍କ ବକେୟା ପାଉଣା ପୈଠ ନ କରି ନୂଆ ଏଜେନ୍ସି ନିଯୁକ୍ତି କରାଗଲେ କର୍ମଚାରୀ ନିର୍ମାଣ କାର୍ଯ୍ୟ କରାଇବାରେ ବାଧକ ସାଜିବା ପାଇଁ ଯୋଜାନା କରୁଥିବା ଜଣାଯାଇଛି। ଏହିଭଳି ବିବାଦ ଯୋଗୁ କେଇସି ପକ୍ଷରୁ ଏକ ନୂଆ ଏଜେନ୍ସି ଯୋଗାଡ କରାଯାଇଥିଲେ ବି ତା’କୁ କାର୍ଯ୍ୟରେ ନିୟୋଜିତ କରାଯାଇ ପାରୁନାହିଁ।
ଏ ସମ୍ପର୍କରେ ପୁରୁଣା ଠିକାସଂସ୍ଥାର ସୁପରଭାଇଜର ଓ ସୁରକ୍ଷାକର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ୫ମାସର ଦରମା ମିଳିନାହିଁ। ଏ ନେଇ କେଇସି କମ୍ପାନୀକୁ ଲିଖିତ ଭାବରେ ଜଣାଇଛନ୍ତି। ଉକ୍ତ ମାମଲାକୁ ଫଇସଲା କରିବାକୁ ସେମାନେ କମ୍ପାନୀର କୁଆଖିଆ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି। ହେଲେ ସମାଧାନର ବାଟ ବାହାରୁନାହିଁ। କମ୍ପାନୀ ସେମାନଙ୍କ ବକେୟା ଟଙ୍କା ନ ଦେଇ କାମ ଆରମ୍ଭ କଲେ ଏହାକୁ କର୍ମଚାରୀ ବିରୋଧ କରିବେ ବୋଲି ମତ ରଖିଛନ୍ତି। ଏ ନେଇ କେଇସି କମ୍ପାନୀର ପ୍ରକଳ୍ପ ପରିଚାଳକ ଅରବିନ୍ଦ କୁମାରଙ୍କୁ ପଚାରିବାରୁ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ରହିଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ତେଣୁ ଉକ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଇ ପୁଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହାର ସମାଧାନ କରାଯାଇ କାର୍ଯ୍ୟ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri