ସମ୍ପ୍ରସାରଣରେ ବାଧକ ସାଜିବ ବାସଗୃହ, ବିଦ୍ୟୁତ୍‌ ଖୁଣ୍ଟ

ନାଉଗଁା,୧୪ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକ ଅନ୍ତର୍ଗତ କୋକଢ଼ିହ- ତେଲସରା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଏହି ରାସ୍ତା ରହିଛି। ଏବେ ଏହାକୁ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି। ମାତ୍ର ଏଥିରେ ଅନେକ ବାଧା ଉପୁଜିବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। କୋକଢ଼ିହ- ତେଲସରା ରାସ୍ତା ବ୍ଲକର ଏକ ମୁଖ୍ୟ ରାସ୍ତା ହୋଇଥିବାବେଳେ ପ୍ରତ୍ୟହ ବିଭିନ୍ନ ମାଲବାହୀ, ଯାତ୍ରୀବାହୀ ଗାଡ଼ି ଯାତାୟାତ କରିଥାଏ। ପ୍ରତିବର୍ଷ ଏହି ରାସ୍ତା ମରାମତି ହେଉଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ପୁନର୍ବାର ସମସ୍ୟା ହୋଇଥାଏ। ଏବେ ରାସ୍ତାରୁ ପିଚୁ ସହ କଂକ୍ରିଟ୍‌ ଉଠିଯାଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା।

ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏହି ରାସ୍ତାର ପୁନଃ ନିର୍ମାଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞପ୍ତି ଅନୁସାରେ ଠିକାଦାର ନିଯୁକ୍ତ କରାଯାଇ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ୯ କୋଟି ୭୬ ଲକ୍ଷ ବ୍ୟୟ ବରାଦ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱକୁ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି। ପୂର୍ବରୁ ରାସ୍ତାର ଚଉଡା ୩ ମିଟର ରହିଥିବା ବେଳେ ଏବେ ଏହାକୁ ୫.୭୫ ମିଟର କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଠିକାଦାରଙ୍କ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରାଯାଉଛି। ତେବେ ରାସ୍ତା ପାର୍ଶ୍ୱରେ ବାସଗୃହ ଓ ବିଦ୍ୟୁତ୍‌ ଖୁଣ୍ଟ ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ଉଠା ନ ଗଲେ ଆଗାମୀ ଦିନରେ ଦୁର୍ଘଟଣାର ହେବାର ସମସ୍ୟାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ଉଠାଇବା ସହ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାସ୍ତା କାର୍ଯ୍ୟକୁ ଠିକ୍‌ ଭାବେ କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବଳରାମ ସ୍ବାଇଁ କହିଛନ୍ତି, ଏବେ ଠିକାଦାରଙ୍କ ଦ୍ୱାରା ରାସ୍ତା ସଫେଇ କରାଯାଇ ଗଛ କଟାଯାଉଛି। ଯେଉଁଠାରେ ବାସଗୃହ ରହିଛି, ସେଠାରେ ଅନୁଧ୍ୟାନ କରି ରାସ୍ତା ସମ୍ପ୍ରସାରଣ କରିବାକୁ ବ୍ୟବସ୍ଥା କରାଯିବ। ଏହି ଅନୁସାରେ ମାପ କରାଯାଇ ବିଲ୍‌ ମଧ୍ୟ କରାଯିବ। ଏଥିସହ ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ପାଇଁ ବିଭାଗ ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri