ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ କଟୁରିରେ ହାଣିଲେ ଭାଇ

ଆଳି,୧୪ା୧୨(ଡି.ଏନ.ଏ.): ଯେଉଁ ହାତ ଭଉଣୀର ବିପଦ ସମୟରେ ସୁରକ୍ଷା ପାଇଁ ବଢି ଆସେ ସେହି ହାତ ମଙ୍ଗଳବାର ଭଉଣୀ ଜୀବନ ନେବାକୁ ଆଗକୁ ଆସିଥିଲା। ପାରିବାରିକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭଉଣୀକୁ କଟୁରୀରେ ଭାଇର ଆକ୍ରମଣ ଘଟଣା ଏବେ ଚଞ୍ଚଲ୍ୟ ସୃଷ୍ଟି କରିଛି। ଭାଇ ଆକ୍ରମଣରେ ଭଉଣୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ଯାଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ କଳସପୁର ପଞ୍ଚାୟତ ହରିଜନ ସାହିରେ।
ଗ୍ରାମର ନବୀନ ମଲ୍ଲିକଙ୍କ ପରିବାର କହିଲେ, ସ୍ତ୍ରୀ ସରସ୍ବତୀ, ବଡ଼ଝିଅ ମମତା ଓ ପୁଅ ବ୍ରହ୍ମାନନ୍ଦ ମଲ୍ଲିକ(ଟିମା )। ଭଉଣୀ ମମତା ସଙ୍ଗୀତ କଳାକାର ଭାବେ ଯାତ୍ରା ଓ ବ୍ରାସ ବ୍ୟାଣ୍ଡ ପାର୍ଟିରେ କାର୍ଯ୍ୟ କରିଥାନ୍ତି। ପ୍ରାୟ ୧୫ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ପରେ ବିବାହ ବିଚ୍ଛେଦ ହେବାରୁ ମମତା ବାପ ଘରେ ରହୁଥିଲେ। ଅଧିକାଂଶ ସମୟ ମମତା ବାହାରେ ରୁହନ୍ତି। ତାଙ୍କ ଦୁଇପୁଅ ମଧ୍ୟ ବାହାରେ କାମ କରିଥାନ୍ତି। କିନ୍ତୁ ମମତା ଓ ତାଙ୍କ ଭାଇ ବ୍ରହ୍ମାନନ୍ଦ ମଧ୍ୟରେ କିଛିଦିନ ହେବ ସମ୍ପତ୍ତି ଭାଗବାଣ୍ଟକୁ ନେଇ ତିକ୍ତତା ଲାଗି ରହିଥିଲା। କିଛିଦିନ ପୂର୍ବ ପଞ୍ଚାୟତରେ ତାହା ସମାଧାନ ହୋଇଥିଲା। ପୁଣି ଏହି ତିକ୍ତତା ବୃଦ୍ଧି ହେବାରୁ ମାମଲା ଆଳି ଥାନାକୁ ଆସିଥିଲା। ଥାନାରେ ସୋମବାର ସକାଳେ ଘଟଣାର ସମାଧାନ ହେବା ପରେ ରାତିରେ ପଞ୍ଚାୟତର ମୁରବୀ ଶ୍ରେଣୀର ଲୋକମାନେ ପିତୃ ସମ୍ପତ୍ତିକୁ ଉଭୟଙ୍କ ମଧ୍ୟରେ ସମାନ ଢଙ୍ଗରେ ବାଣ୍ଟ କରିଥିଲେ। ମଙ୍ଗଳବାର ଅପରାହ୍ନ ୨ଟାରେ ମମତାଙ୍କୁ କଟୁରୀରେ ଭାଇ ବ୍ରହ୍ମାନନ୍ଦ ଅତର୍କିତ ଆକ୍ରମଣ କରିଥିଲେ। ମମତାଙ୍କୁ କଟୁରୀରେ ଆକ୍ରମଣ କରିବା ଦ୍ୱାରା ତାଙ୍କ ମୁଣ୍ଡ, ମୁହଁ, ହାତ, ବେକ ଆଦି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଖବରପାଇ କଳସପୁର ସରପଞ୍ଚ ସୁଧୀର ମଲ୍ଲିକ ମମତାଙ୍କୁ ବାଇକ୍‌ରେ ବସାଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କାରାଯାଇ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଆଇଆଇସି ଦିଲୀପ ସାହୁଙ୍କୁ ପଚାରିବାରେ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri