ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ କଟୁରିରେ ହାଣିଲେ ଭାଇ

ଆଳି,୧୪ା୧୨(ଡି.ଏନ.ଏ.): ଯେଉଁ ହାତ ଭଉଣୀର ବିପଦ ସମୟରେ ସୁରକ୍ଷା ପାଇଁ ବଢି ଆସେ ସେହି ହାତ ମଙ୍ଗଳବାର ଭଉଣୀ ଜୀବନ ନେବାକୁ ଆଗକୁ ଆସିଥିଲା। ପାରିବାରିକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭଉଣୀକୁ କଟୁରୀରେ ଭାଇର ଆକ୍ରମଣ ଘଟଣା ଏବେ ଚଞ୍ଚଲ୍ୟ ସୃଷ୍ଟି କରିଛି। ଭାଇ ଆକ୍ରମଣରେ ଭଉଣୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ଯାଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ କଳସପୁର ପଞ୍ଚାୟତ ହରିଜନ ସାହିରେ।
ଗ୍ରାମର ନବୀନ ମଲ୍ଲିକଙ୍କ ପରିବାର କହିଲେ, ସ୍ତ୍ରୀ ସରସ୍ବତୀ, ବଡ଼ଝିଅ ମମତା ଓ ପୁଅ ବ୍ରହ୍ମାନନ୍ଦ ମଲ୍ଲିକ(ଟିମା )। ଭଉଣୀ ମମତା ସଙ୍ଗୀତ କଳାକାର ଭାବେ ଯାତ୍ରା ଓ ବ୍ରାସ ବ୍ୟାଣ୍ଡ ପାର୍ଟିରେ କାର୍ଯ୍ୟ କରିଥାନ୍ତି। ପ୍ରାୟ ୧୫ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ପରେ ବିବାହ ବିଚ୍ଛେଦ ହେବାରୁ ମମତା ବାପ ଘରେ ରହୁଥିଲେ। ଅଧିକାଂଶ ସମୟ ମମତା ବାହାରେ ରୁହନ୍ତି। ତାଙ୍କ ଦୁଇପୁଅ ମଧ୍ୟ ବାହାରେ କାମ କରିଥାନ୍ତି। କିନ୍ତୁ ମମତା ଓ ତାଙ୍କ ଭାଇ ବ୍ରହ୍ମାନନ୍ଦ ମଧ୍ୟରେ କିଛିଦିନ ହେବ ସମ୍ପତ୍ତି ଭାଗବାଣ୍ଟକୁ ନେଇ ତିକ୍ତତା ଲାଗି ରହିଥିଲା। କିଛିଦିନ ପୂର୍ବ ପଞ୍ଚାୟତରେ ତାହା ସମାଧାନ ହୋଇଥିଲା। ପୁଣି ଏହି ତିକ୍ତତା ବୃଦ୍ଧି ହେବାରୁ ମାମଲା ଆଳି ଥାନାକୁ ଆସିଥିଲା। ଥାନାରେ ସୋମବାର ସକାଳେ ଘଟଣାର ସମାଧାନ ହେବା ପରେ ରାତିରେ ପଞ୍ଚାୟତର ମୁରବୀ ଶ୍ରେଣୀର ଲୋକମାନେ ପିତୃ ସମ୍ପତ୍ତିକୁ ଉଭୟଙ୍କ ମଧ୍ୟରେ ସମାନ ଢଙ୍ଗରେ ବାଣ୍ଟ କରିଥିଲେ। ମଙ୍ଗଳବାର ଅପରାହ୍ନ ୨ଟାରେ ମମତାଙ୍କୁ କଟୁରୀରେ ଭାଇ ବ୍ରହ୍ମାନନ୍ଦ ଅତର୍କିତ ଆକ୍ରମଣ କରିଥିଲେ। ମମତାଙ୍କୁ କଟୁରୀରେ ଆକ୍ରମଣ କରିବା ଦ୍ୱାରା ତାଙ୍କ ମୁଣ୍ଡ, ମୁହଁ, ହାତ, ବେକ ଆଦି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଖବରପାଇ କଳସପୁର ସରପଞ୍ଚ ସୁଧୀର ମଲ୍ଲିକ ମମତାଙ୍କୁ ବାଇକ୍‌ରେ ବସାଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କାରାଯାଇ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଆଇଆଇସି ଦିଲୀପ ସାହୁଙ୍କୁ ପଚାରିବାରେ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଡାକ ବିଭାଗ

ଭବାନୀପାଟଣା,୮।୪(ସ୍ବ.ପ୍ର.)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରିବ ଅସହାୟ ଲୋକଙ୍କ...

ଘରକୁ ବାହୁଡ଼ିଲେ ତୁଫାନୀ

ଢେଙ୍କାନାଳ ଅଫିସ, ୨।୧୧ ନିଖୋଜର ଦୀର୍ଘ ୯ମାସ ପରେ ପରିବାର ଲୋକଙ୍କ ସହ ଘରକୁ ଫେରିଛନ୍ତି ବୃଦ୍ଧ ତୁଫାନୀ। ଏଥିପାଇଁ ସେ ମହର୍ଷି ଦୟାନନ୍ଦ ମିଶନ...

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲା

ବାଲେଶ୍ୱର ଅଫିସ,୨୨ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ଜାତୀୟ ରାଜପଥ ଅବରୋଧ କଲେ ଚାଷୀ: ମଣ୍ଡିରେ ଧାନ କିଣାରେ ବିଳମ୍ବ ନେଇ ଅସନ୍ତୋଷ

ବିରିଡି (ଡି.ଏନ୍‌.ଏ.)/ବାଲିଆ, ୨୭।୨: ବିରିଡ଼ି ବ୍ଲକ ଅଧୀନ ଉତ୍ତରଶାସନ ସମବାୟ ସମିତିରେ ଧାନକିଣାରେ ବିଳମ୍ବ ନେଇ ବୁଧବାର ଚାଷୀମାନେ କନ୍ଦରପୁର-ନୂଆଗଁ। ୫୫ ନଂ. ଜାତୀୟ ରାଜପଥ...

ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ ଅଫିସ,୨୫ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା...

ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ଧରାକୋଟ,୪।୯(ଡି.ଏନ୍‌.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି...

ଛେଣ୍ଡିପଦା ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ଚାଟ୍‌ ଦୋକାନ

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବଜାରରେ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଛେଣ୍ଡିପଦା ଗ୍ରାମର ସଞ୍ଜୟ ମାଝୀ(୨୮)ଙ୍କ ଚାଟ୍‌ ଦୋକାନ...

ଲ୍ୟାମ୍ପ୍ସର ଚାଷୀଙ୍କୁ ଅଣଦେଖା ଅଭିଯୋଗ

ଦଶମନ୍ତପୁର,୨୪ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଲ୍ୟାମ୍ପ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ...

Advertisement
Archives

Model This Week