Posted inଜାତୀୟ

ମୋ ବାପାଙ୍କ ରାଜନୈତିକ କ୍ୟାରିୟର ବରବାଦ୍‌ କରିବାକୁ ରଚାଯାଉଛି ଷଡଯନ୍ତ୍ର: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମହିଳା ଏମ୍‌ପି

ମୁମ୍ବାଇ,୭।୪:ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏସପି) ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ତଥା ବାରାମତୀ ଏମ୍‌ପି ସୁପ୍ରିୟା ସୁଲେ ଭାଜପାକୁ ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,ଭାଜପା ତାଙ୍କ ବାପାଙ୍କ ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚାହୁଁଛି। ଏନସିପି (ଏସପି) ପୁଣିଥରେ ସୁପ୍ରିୟା ସୁଲେଙ୍କୁ ବାରାମତୀ ଆସନରୁ ପ୍ରାର୍ଥୀ କରିଛନ୍ତି।
ବାରାମତୀର ହିଞ୍ଜାୱାଡିରେ ନିର୍ବାଚନ ପ୍ରଚାର ସମୟରେ ସୁପ୍ରିୟା ସୁଲେ ନିଜ ଆସନ ବଜାୟ ରଖିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସୁପ୍ରିୟା ଭାରତୀୟ ଜନତା ପାର୍ଟି ବିରୋଧରେ ଅଭିଯୋଗ କରି କହିଛନ୍ତି, ଏହା (ଭାଜପା) ଆଦର୍ଶ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଘୃଣା କରେ। ଏହି କାରଣରୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏକଛତ୍ରବାଦୀ ଶାସନ ଆଡକୁ ନେବାକୁ ଭାଜପା କାର୍ଯ୍ୟ କରୁଛି, କିନ୍ତୁ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ନିଷ୍ଠା ସହିତ ବାରାମତୀ ଆସନରୁ ନିର୍ବାଚନରେ ଜିତିବା।
ସୁପ୍ରିୟା ଏହା ମଧ୍ୟ କହିଛନ୍ତି, ଲୋକ ସଭା ନିର୍ବାଚନରେ ଭାଜପାର ଉଦ୍ଦେଶ୍ୟ ବିଷୟରେ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି। ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରେ ଆକ୍ରମଣ କରି ସେ କହିଛନ୍ତ, ଭାଜପା ନେତାମାନେ ବାରମତୀକୁ ଆସି ମୋ ବାପା (ଶରଦ ପାୱାର)ଙ୍କ ରାଜନୈତିକ କ୍ୟାରିୟର ଶେଷ କରିବା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରୁଛନ୍ତି। ରାଜନୈତିକ ଦୃଷ୍ଟିରୁ ମୋ ବାପାଙ୍କୁ ହଟାଇବାକୁ ଭାଜପା ଷଡଯନ୍ତ୍ର କରୁଛି, କିନ୍ତୁ ସେ ଜଣେ ଯୋଦ୍ଧା। ସେ ଆଦୌ ପଛକୁ ହଟିବେ ନାହିଁ।
ମେ ୭ରେ ବାରାମତୀ ଲୋକ ସଭା ଆସନରେ ଭୋଟ ଅନୁଷ୍ଠିତ ହେବ। ଯେଉଁଠାରୁ ଅଜିତ ପାୱାରଙ୍କ ସ୍ତ୍ରୀ ସୁନେତ୍ରା ପାୱାରଙ୍କୁ ମହାରଥୀ ପ୍ରାର୍ଥୀ ଭାବରେ ସ୍ଥାନ ଦିଆଯାଇଛି। ଏହି ଆସନରେ ସୁନେତ୍ରା ପାୱାର ଏବଂ ସୁପ୍ରିୟା ସୁଲେଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?