ବାଲେଶ୍ୱରରୁ ଲେଖାଶ୍ରୀ ଫାଇନାଲ! ଜାଣନ୍ତୁ କାହିଁକି ବିଜେଡି ଦେବ ଟିକେଟ୍‌

ଭୁବନେଶ୍ୱର,୭।୪: ଭାଜପା ସହ ୧୦ବର୍ଷର ସମ୍ପର୍କ ଛିଣ୍ଡାଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଏହାପୂର୍ବରୁ ରବିବାର ସକାଳେ ସେ ତାଙ୍କ ଇସ୍ତଫା ପତ୍ର ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ଏନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଯେତେବେଳେ ସେ ଶଙ୍ଖ ଭବନରେ ଯାଇ ବିଜେଡିରେ ସାମିଲ ହୋଇଥିଲେ ସେତେବେଳେ ବାଲେଶ୍ଵର ରାଜନୀତି ଚର୍ଚ୍ଚା ପରିସରକୁ ଆସିଥିଲା। କୁହାଯାଉଛି ଯେ, ବିଜେଡି ବାଲେଶ୍ୱରର ଲୋକ ସଭା ସିଟ୍‌ରୁ ଲେଖାଶ୍ରୀଙ୍କୁ ମଇଦାନରୁ ଓହ୍ଲାଇପାରେ। ଦଳ ମହିଳାଙ୍କୁ ଏକ  ତୃତୀୟାଂଶ ସଂରକ୍ଷଣ ଦେବା କ୍ରମରେ ଲେଖାଶ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ସବୁଠାରୁ ବଡ କଥା ହେଉଛି, ଲେଖାଶ୍ରୀ ବିଜେଡିରେ ସାମିଲ ହେବା ସମୟରେ ବାଲେଶ୍ବର ଲୋକ ସଭା ଆସନରୁ ଏମପି ପ୍ରାର୍ଥୀ ପାଇଁ ବଡ଼ ଦାବିଦାର ଥିବା ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ। କୁହାଯାଉଛି ରବୀନ୍ଦ୍ରଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭା ଆସନ ଟିକେଟ ମିଳିଥିବାରୁ ଗୋଟିଏ ପରିବାର ଗୋଟିଏ ଟିକେଟ ନ୍ୟାୟରେ ରବୀନ୍ଦ୍ରଙ୍କୁ ଆଉ ଏମପି ଟିକେଟ ନ ମିଳିବା ନେଇ ସ୍ପଷ୍ଟ ହୋଇଛି। ଏପରି ସ୍ଥିତିରେ ହଠାତ୍ ଲେଖାଶ୍ରୀ ବିଜେଡିରେ ସାମିଲ ହେବା ବାଲେଶ୍ଵର ରାଜନୀତିରେ ଏକ ନୂଆ ଟ୍ବିଷ୍ଟ ଆଣିଛି। ଲେଖାଶ୍ରୀ ଯୋଗଦେବା ସମୟରେ ରବୀନ୍ଦ୍ରଙ୍କ ସହ ରାଜ୍ୟ ସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଉପସ୍ଥିତ ଥିଲେ। ବିଜେଡିରେ ଯୋଗଦେବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରୁଥିଲେ।

ସୂଚନାଥାଉ କି, ବିଜେଡି ମୋଟ ୧୪୭ ବିଧାନସଭାରୁ ୯୯ଟି ଓ ୨୧ ଲୋକ ସଭା ସିଟ୍‌ରୁ ୨୦ଟି ଆସନ ଘୋଷଣା କରି ସାରିଛି। କିନ୍ତୁ ବାଲେଶ୍ୱର ଲୋକ ସଭା ଆସନରୁ ଦଳ ଏଯାଏଁ କାହାକୁ ଟିକେଟ୍‌ ଦେଇନାହିଁ। ଭାଜପାରୁ ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟିକେଟ୍‌ ମିଳିଥିବାବେଳେ କଂଗ୍ରେସ ଏମପି ଶ୍ରୀକାନ୍ତ ଜେନାଙ୍କୁ ଏକ ପ୍ରକାର ଫିକ୍ସ କରି ସାରିଥିବା କୁହାଯାଉଛି। ବିଜେଡି ବର୍ତ୍ତମାନ ପୂର୍ବ ଏମପି ରବୀନ୍ଦ୍ର ଜେନାଙ୍କ ସମେତ ଦଳର ଅନ୍ୟ ନେତାଙ୍କ ସହ ଆଲୋଚନା କରୁଛି।

୨୦୧୯ ଲୋକ ସଭା ନିର୍ବାଚନରେ ଭାଜପାରୁ ବାଲେଶ୍ୱର ଏମପି ଟିକେଟ୍‌ରେ ଲଢିଥିଲେ ପ୍ରତାପ ଷଡଙ୍ଗୀ। ସେତେବେଳେ ବିଜେଡି, ରବୀନ୍ଦ୍ରଙ୍କୁ ବାଲେଶ୍ୱରରୁ ଟିକେଟ୍‌ ଦେଇଥିଲା। ହେଲେ ରବୀନ୍ଦ୍ରଙ୍କୁ, ପ୍ରତାପ ୧୨,୯୫୬ ଭୋଟ୍‌ରେ ପରାସ୍ତ କରିଥିଲେ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ  ୧,୭୯,୪୦୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?