ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ନୀତି

ପୁରୀ ଅଫିସ,୨୮।୮: ଭାଦ୍ରବ ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ରୀତିନୀତି ଅନୁସାରେ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି ସମ୍ପନ୍ନ ହୋଇଛି। ଶନିବାର ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ହୋଇ ପାଣିପଡ଼ିବା ପରେ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି ଆରମ୍ଭ ହୋଇଥିଲା। ମହାଜନ ସେବକମାନେ ଦକ୍ଷିଣୀ ଘରୁ ଚତୁଃର୍ଭୁଜ ନାରାୟଣଙ୍କୁ ରତ୍ନସିଂହାସନକୁ ବିଜେ କରିଥିଲେ। ସେଠାରେ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଆଣି ନାରାୟଣଙ୍କୁ ପ୍ରଦାନ କରିଥିଲେ। ପରେ ମହାଜନ ସେବକ ହାତରେ ନାରାୟଣଙ୍କୁ ନେଇ ବଟବୃକ୍ଷ ମୂଳେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ଠାକୁରଙ୍କୁ ପାଲିଙ୍କିରେ ବସାଇ ଘଣ୍ଟ, ଛତା, ବାଦ୍ୟ ସହ ବିମାନବଡୁ ସେବକମାନେ ବାଲିସାହି ଦେଇ ସ୍ବର୍ଗଦ୍ୱାର ନିକଟ ବେଳଭୂମିକୁ ବିଜେ କରିଥିଲେ। ସେଠାରେ ପାଳିଆ ଗଡାବଡୁ ସେବକ ରୂପା ପିଙ୍ଗଣରେ ସମୁଦ୍ରରୁ ଜଳ ଆଣି ପୂଜାପଣ୍ଡାଙ୍କୁ ଦେଇଥିଲେ। ପୂଜାପଣ୍ଡା ସାମନ୍ତ ଉକ୍ତ ଜଳକୁ ସଂସ୍କାର କରି ନାରାୟଣଙ୍କୁ ଲାଗି କରିଥିଲେ। ପରେ ସାବତ ନିଯୋଗ ପକ୍ଷରୁ ଠାକୁରଙ୍କ ନିକଟରେ ପଣା ଭୋଗ ମଣୋହି କରାଯାଇଥିଲା। ପରେ ଆରତି ଏବଂ ବନ୍ଦାପନା ସମ୍ପନ୍ନ ହେବା ପରେ ଠାକୁରଙ୍କ ବାହୁଡା ବିଜେ ନୀତି ଆରମ୍ଭ ହୋଇଥିଲା। ସେବକମାନେ ହରିଦାସ ମଠ ଗୋହରୀ ରାସ୍ତା ଦେଇ ଜମ୍ବେଶ୍ୱର ମନ୍ଦିର ଓ ହରଚଣ୍ଡୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୁରି ଭିତରେ ମାଛଚାଷ ଲାଗି ସରକାରଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁରଜଳ ଉତ୍ସ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍‌...

ବସ୍‌ରୁ ଓହ୍ଲାଇ ଘରକୁ ପଳାଇଲେ ପ୍ରବାସୀ

କଟକ ଅଫିସ୍‌,୧୨ା୫: ପ୍ରବାସୀ ଫେରନ୍ତାଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତଥାପି ଅନେକ ଫେରନ୍ତା ସରକାରୀ ନିୟମକୁ ମାନୁନାହାନ୍ତି। ବସ୍‌ରେ ଫେରିବା...

ବାଡ଼ିଆ ହେଲା ହଂସପଟା

ପୁରୀ ଅଫିସ,୧୮ା୬: ପ୍ରସ୍ତୁତ ହୋଇଗଲାଣି ତିନିରଥ। ଅଳ୍ପ କିଛି ଯାହା କାମ ରହିଛି ତାହା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ବୁଧବାର ତିନିରଥରେ ହଂସପଟା ବାଡ଼ିଆଯାଇଛି। ଏଥିସହ...

ଚିହ୍ନଟକାରୀଙ୍କୁ ମିଳିବ ଆର୍ଥିକ ପୁରସ୍କାର

ଭୁବନେଶ୍ୱର,୭।୪(ବ୍ୟୁରୋ): ଯାଁଳା ଫାଣ୍ଡିରେ ଥିବା ଏକ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଜବତ ଘଟଣାକୁ ଦେଢ଼ ମାସ ବିତିବାକୁ ବସିଥିଲେ ମଧ୍ୟ କମିଶନରେଟ ପୋଲିସ ମୃତାଙ୍କ ପରିଚୟ...

ଜୁଲାଇ ୨୦ରୁ ଯୁକ୍ତ୨ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଯୁକ୍ତ ୨ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ ସାମ୍‌ସ ପୋର୍ଟଲ ଜରିଆରେ ସମସ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ଆବେଦନ...

୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୭। ୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ଦୁର୍ବଳ ହୋଇ ମଧ୍ୟପ୍ରଦେଶ ଅତିକ୍ରମ କରି ଯାଇଛି। ତେବେ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ...

୪ ଦିନ ଲାଗିରହିବ ବର୍ଷା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ...

ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ...

Advertisement
Archives

Model This Week